Diby Snana: ଦିବ୍ୟ ସ୍ନାନ କଲେ ଶ୍ରୀଜିଉ, ପୁରୀରେ ଭକ୍ତିମୟ ପରିବେଶ
"ପୁରୀ: ସ୍ନାନ କଲେ ମହାପ୍ରଭୁ।
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ସ୍ନାନନୀତି ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଉଛି।
ଧାଡ଼ି ପହଣ୍ଡିରେ ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ବିଜେ କରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଉଛି ।
ଏହି ଦୁର୍ଲଭ ଦୃଶ୍ୟର ଦେଖିବା ଲାଗି ଆଜି ପୁରୀ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।
କାହା ହାତରେ ତୁଳସୀ, କାହା ମୁହଁରେ "ଜୟ ଜଗନ୍ନାଥ"ର ଧ୍ୱନି, ଆଉ କାହା ଆଖିରେ ଭକ୍ତିର ଅଶ୍ରୁ ।
ବହୁ ଦିନର ଅପେକ୍ଷା ପରେ ଆଜି ମହାପ୍ରଭୁଙ୍କ ଏହି ମହାମାନବୀୟ ଲୀଳାକୁ ଦେଖି ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି ।Advertisment ପର୍ବ ନୁହେଁ ଆଧ୍ୟାତ୍ମିକ ଅନୁଭୂତି ସ୍ନାନପୂର୍ଣ୍ଣିମାରେ ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୁଏ ଏବଂ ପ୍ରଭୁଙ୍କ ଅପାର କୃପା ମିଳିଥାଏ ବୋଲି ବିଶ୍ବାସ ରହିଛି ।
ଏହି କାରଣରୁ ଦୂରଦୂରାନ୍ତରୁ ଭକ୍ତମାନେ କାଳିଆ ଠାକୁରଙ୍କର ଏହି ଅପୂର୍ବ ପର୍ବରେ ସାମିଲ ହୋଇଥାନ୍ତି।
ଭକ୍ତମାନଙ୍କ ପାଇଁ ଆଜିର ଦିନ କେବଳ ଏକ ପର୍ବ ନୁହେଁ, ବରଂ ଏକ ଆଧ୍ୟାତ୍ମିକ ଅନୁଭୂତି ।
Debasnana Purnima: ସ୍ନାନ ପୂର୍ଣ୍ଣିମାରେ ରଥଖଳାରେ ଅସମ୍ଭାଳ ଭିଡ଼: ବ୍ୟାରିକେଡ୍ ଭାଙ୍ଗି ରଥଖଳାରେ ଧସେଇ ପଶିଲେ ଭକ୍ତ ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର ।
ଭକ୍ତ ଓ ଭଗବାନଙ୍କ ଏହି ଅପୂର୍ବ ମିଳନରେ ଭାବବିହ୍ୱଳ ହୋଇଉଠିଛି ସାରା ପୁରୀ ।
ମହାସ୍ନାନ ପରେ ମହାପ୍ରଭୁ ଧାରଣ କରିବେ ତାଙ୍କର ଅତ୍ୟନ୍ତ ଦୁର୍ଲଭ ଗଜାନନ ବା ହାତୀବେଶ ।
ବର୍ଷକୁ ମାତ୍ର ଥରେ ଏହି ଦିବ୍ୟ ବେଶରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।
ସେହି ଦୁର୍ଲଭ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଏବେ ବି ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅପେକ୍ଷା ଜାରି ରହିଛି । "ଜୟ ଜଗନ୍ନାଥ" ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ, ଆଉ ଭକ୍ତିର ସ୍ରୋତରେ ଭାସୁଛି ସମଗ୍ର ଶ୍ରୀକ୍ଷେତ୍ର ।ସ୍ନାନ ପୂର୍ଣ୍ଣିମାରେ ଭକ୍ତ ସାହାଣମେଲା ଦର୍ଶନ କରିଛନ୍ତି।
"