Death: ପୋଖରୀରେ ବୁଡ଼ି ବୃଦ୍ଧଙ୍କ ଜୀବନ ଗଲା
"ଭାପୁର(ସଂଗ୍ରାମ କେଶରୀ ପଟ୍ଟନାୟକ): ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ କଇଁଫୁଲିଆ ଗ୍ରାମର ଲକ୍ଷ୍ମଣ ନାୟକ ୮୫ ବର୍ଷ।
ସେ ଆଜି ସକାଳେ ଘର ନିକଟସ୍ଥ ମଠ ପୋଖରୀକୁ ଗାଧେଇବାକୁ ଯାଇଥିଲେ।
ମାତ୍ର ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ପୋଖରୀକୁ ଯାଇ ଦେଖନ୍ତି କୂଳରେ ଚପଲ, ବାଙ୍କୁଲିବାଡି ଏବଂ ଲୁଗାପଟା ଥୁଆହୋଇଛି।
ଏହି ଘଟଣା ଦେଖି ପରିବାର ସଦସ୍ୟଙ୍କସନ୍ଦେହ ହେବାରୁ ଭାପୁର ଦମକଳ ବାହିନୀକୁ ଖବର ଦେଇଥିଲେ।Advertisment ଅପମୃତ୍ୟୁ ମାମଲା ରୁଜୁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ମଧ୍ୟରେ ଖୋଜାଖୋଜି କରିବା ସମୟରେ ଲକ୍ଷ୍ମଣଙ୍କ ମୃତଦେହ ପାଣିରୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ।
ଖବର ପାଇ ଫତେଗଡ଼ ଥାନା ପୁଲିସ୍ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ପୋଷ୍ଟମର୍ଟମ ପାଇଁ ଖଣ୍ଡପଡ଼ା ପଠାଇଥିବା ଜଣାପଡିଛି।
Odisha High Court: ଟ୍ରାଫିକ ସମସ୍ୟା ଦୂର ପାଇଁ କମିଟି ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଚହଟା-ନରାଜ ରାସ୍ତାରେ ହେବ ଆଲୋକ ବ୍ୟବସ୍ଥା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
