Death: ଆର୍.ଆଇ ଅଫିସ୍‌କୁ ପାଲ ପାଇଁ‌‌ ଆସି ବୃଦ୍ଧ ମୃତ

Sep 02, 2026 - 11:28
Death: ଆର୍.ଆଇ ଅଫିସ୍‌କୁ ପାଲ ପାଇଁ‌‌ ଆସି ବୃଦ୍ଧ ମୃତ

"ପାଟଣା: କେନ୍ଦୁଝର ଜିଳ୍ଲା‌ ପାଟଣା ତହସିଲ ଅନ୍ତର୍ଗତ ଟାଙ୍ଗରପଡା ଆର୍.ଆଇ ଅଫିସ୍ ସମ୍ମୁଖ ପାହଚ ତଳେ ଅଭାବନୀୟ ଘଟଣା କ୍ରମେ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ଘର ଭୁଶୁଡ଼ିପଡ଼ିଥିବାରୁ ମଙ୍ଗଳବାର ଆର ଅଫିସ୍ କୁ  ପଲିଥିନ୍ ପାଲ ପାଇଁ ଆସି  ଟଳି ପଡ଼ିଥିଲେ ।

ମୃତ ବୃଦ୍ଧ ଜଣକ ହେଇଛନ୍ତି ଟାଙ୍ଗରପଡା ଗ୍ରାମ ବାଦୁଡ଼ିଘେରା ସାହିର କାଇଆ ନାଏକ।Advertisment ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଗତ ଅଗଷ୍ଟ ୨୫ତାରିଖରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କାଇଆଙ୍କ ମାଟି  କାନ୍ଥ ଓ ଖପର ଘର ଭୁଶୁଡ଼ି  ପଡ଼ିଥିଲା।

ଲଘୁଚାଜନିତ କ୍ଷତିଗ୍ରସ୍ତ ହୋଇଥିବା ୪୦ଜଣ ଲୋକଙ୍କୁ ଆର ଆଇ ଅନିତା ନାଏକ ପଲିଥିନ୍ ଦେବା ପାଇଁ ଡକାଇ ଥିଲେ।

ପ୍ରତି ବଣ୍ଡଲରେ ୫ ଜଣ ଭାଗ କରି ନେବାକୁ କହିଥିଲେ।

ତେବେ ପଲିଥିନ୍ ପାଇଁ କାଈଆ ଆର ଆଈ ଅଫିସ ବାରଣ୍ଡା ପାହଚ ତଳେ ଠିଆ ହୋଇଥିବା ବେଳେ ଟଳି ପଡ଼ିଥିଲେ।

ଆର ଆଇ ଏକ ଅଟୋ ଯୋଗେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

Family Dispute: ନିଶାସକ୍ତ ବାପାର କଟୁରି ଚୋଟରେ ପୁଅ ଗୁରୁତର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)