Dead: ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ଭେଣ୍ଡିଆ ପୁଅକୁ ହରାଇ ପରିବାର ବେସାହାରା

Oct 14, 2026 - 20:00
Dead: ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ଭେଣ୍ଡିଆ ପୁଅକୁ ହରାଇ ପରିବାର ବେସାହାରା

"ସଇଁତଳା: ପୁଅର ପାଠପଢ଼ାକୁ ନେଇ ଚିନ୍ତାରେ ପରିବାର ଦାରିଦ୍ର୍ୟର ତାଡ଼ନା ଓ ପରିବାର ପ୍ରତିପୋଷଣର ଚିନ୍ତା ମଣିଷକୁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ଟାଣିନିଏ।

କିନ୍ତୁ ସେଠାରେ ରୋଜଗାରର ଆଶା ନେଇ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ତାଙ୍କ ପରିବାରକୁ ଦୁଃଖର ସାଗରରେ ଭସାଇ ଦେଇଛି।

ଘରର ଭେଣ୍ଡିଆ ପୁଅକୁ ହରାଇ ପରିବାର ଏବେ ବେସାହାରା ହୋଇପଡ଼ିଛି।

ଏଭଳି ଏକ ଦୁଃଖଦ ଘଟଣା ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଧରପଗଡ଼ ଗ୍ରାମପଞ୍ଚାୟତର ନୂଆଁବସ୍ତି ଡୁମେରବାହାଲ ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି।

ମୃତକ ହେଲେ ଧବଳେଶ୍ୱର ଦୀପ (୩୮)।

Advertisment ଦୀପକ ପରିବାରର ଆର୍ଥିକ ସ୍ଥିତି ସୁଧାରିବା ଏବଂ ନିଜ ପରିବାରର ମୁହଁରେ ହସ ଫୁଟାଇବା ଆଶା ନେଇ ରୋଜଗାର ପାଇଁ ବାହାର ବେଙ୍ଗାଲୁରୁକୁ ଯାଇଥିଲେ।

ସେଠାରେ ମୁମ୍ବାଇର ଆନସେକ୍ ହ୍ୟୁମାନ୍ ରିସୋର୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ସୁରକ୍ଷା ସଂସ୍ଥା ଅଧୀନରେ ମିତ୍ତଲ ଟାୱାର ବିଲ୍ଡିଂରେ ଡ୍ୟୁଟି କରୁଥିଲେ।

Ration rice: ରାସନ ଚାଉଳରେ ଚଳୁଛି ସଂସାର: ଦୁଇପିଲା ଓ ବାପା ସମସ୍ତେ ଦିବ୍ୟାଙ୍ଗ, ଚିକିତ୍ସାରେ ବାଧକ ସାଜିଛି ଦାରିଦ୍ର୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁଗତ ୧୧ ତାରିଖରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିବାରୁ ତାଙ୍କୁ ବେଙ୍ଗାଲୁରୁର ଶିବାଜୀ ନଗରସ୍ଥିତ ବୋରିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହେଲେ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରେ ୧୪ ତାରିଖରେ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ଗାଁକୁ ଅଣାଯାଇଥିଲା।

ଗାଁରେ ମୃତଦେହ ପହଞ୍ଚିବା ପରେ ପରିବାର ଲୋକଙ୍କ କାନ୍ଦବୋବାଳିରେ ପରିବେଶ ଶୋକାକୁଳ ହୋଇପଡ଼ିଥିଲା।

ଭାଙ୍ଗିଗଲା ପରିବାରର ଆର୍ଥିକ ମେରୁଦଣ୍ଡଧବଳେଶ୍ୱରଙ୍କ ମୃତ୍ୟୁରେ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି।

ତାଙ୍କର ଗୋଟିଏ ପୁଅ ଥିବାବେଳେ ବାପାଙ୍କ ଅକାଳ ବିୟୋଗ ପରେ ତା"ର ପାଠପଢ଼ା ଓ ଭବିଷ୍ୟତକୁ ନେଇ ପରିବାର ଚିନ୍ତାରେ ପଡ଼ିଛି।

ଯେଉଁ ବାପା ପୁଅର ଭବିଷ୍ୟତ ଗଢ଼ିବା ଓ ପରିବାରକୁ ସୁଖରେ ରଖିବା ପାଇଁ ଦୂର ରାଜ୍ୟରେ ଦାଦନ ଖଟୁଥିଲେ, ଆଜି ତାଙ୍କ ଅନୁପସ୍ଥିତି ପରିବାର ପାଇଁ ଅପୂରଣୀୟ କ୍ଷତି ହୋଇ ରହିଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)