Accident: ଭୟାବହ ସଡ଼କ ଦୁର୍ଘଟଣା: ଜଣେ ମହିଳା ମୃତ, ୮ ଜଣ ଗୁରୁତର

Oct 14, 2026 - 20:16
Accident: ଭୟାବହ ସଡ଼କ ଦୁର୍ଘଟଣା: ଜଣେ ମହିଳା ମୃତ, ୮ ଜଣ ଗୁରୁତର

"ଛତ୍ରପୁର (ବସନ୍ତ ମହାରଣା): ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ନିକଟ ଜାତୀୟ ରାଜପଥରେ ବୁଧବାର ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୭ରୁ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତ ମହିଳା ହେଲେ ରୋଜାଲିନି ମିଶ୍ର।

ଆହତମାନଙ୍କୁ ସ୍ଥାନୀୟ ଲୋକ ଓ ପୁଲିସ ଉଦ୍ଧାର କରି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ୍‌ କଲେଜ ଓ ହସ୍ପିଟାଲକୁ ପଠାଇଛନ୍ତି।Advertisment ସୂଚନା ଅନୁଯାୟୀ, ଚମାଖଣ୍ଡି ଛକ ନିକଟରେ ଏକ କାର୍‌ ଓ ଟ୍ରକ୍‌ ମଧ୍ୟରେ ପ୍ରଥମେ ଧକ୍କା ହୋଇଥିଲା।

ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ଏକାଧିକ ବାଇକ୍‌କୁ ଧକ୍କା ଦେବାରୁ ସିରିଜ୍‌ ଦୁର୍ଘଟଣା ଘଟିଥିଲା।

ଏଥିରେ ଅନେକ ବାଇକ୍‌ ଆରୋହୀ ଆହତ ହୋଇଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ।

ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା।

ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା।

ଘଟଣାସ୍ଥଳରେ ପୁଲିସଖବର ପାଇ ଗଞ୍ଜାମ ଏସ୍‌ପି ହରିଶ ବିଶି, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଏନ୍‌.

ନାରାୟଣ ରେଡ୍ଡୀ, ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ଆର୍‌.

ସନ୍ତୋଷ ରେଡ୍ଡୀ, ସରପଞ୍ଚ ସିଏଚ୍‌.

ମନୋଜ କୁମାର ରେଡ୍ଡୀ, ସିପିଆଇ ଜିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ୍‌.

ଗିରିଜା ପ୍ରସାଦ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ଏନ୍‌.

ଦୁର୍ଯ୍ୟୋଧନ ରେଡ୍ଡୀ, ବନୋଜ ନାହାକ ଓ କଂଗ୍ରେସ ନେତା ଭାଗିରଥି ବେହେରାଙ୍କ ସମେତ ବହୁ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ।

Accident: ଦୁର୍ଘଟଣାରେ ବାଇକ୍‌ ଆରୋହୀ ଦୁଇ ଯୁବକଙ୍କର ମୃତ୍ୟୁ ଜାତୀୟ ରାଜପଥରେ ଉତ୍ତେଜନାପୁଲିସ ଓ ପ୍ରଶାସନ ସହ ଆଲୋଚନା କରି ଆହତମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ସହ ଦୁର୍ଘଟଣା ରୋକିବା ପାଇଁ ଓଭରବ୍ରିଜ୍‌ ନିର୍ମାଣ, ଜାତୀୟ ରାଜପଥରେ ପୁଲିସ ମୁତୟନ ଏବଂ ବ୍ୟାରିକେଡ୍‌ ବ୍ୟବସ୍ଥା କରିବା ନେଇ ଦାବି ଉପସ୍ଥାପନ କରିଥିଲେ।

ପୁଲିସ ଓ ପ୍ରଶାସନ ସହ ଆଲୋଚନା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ ହଟାଇଥିଲେ।

ଫଳରେ ଜାତୀୟ ରାଜପଥରେ ଯାତାୟାତ ପୁଣି ସ୍ୱାଭାବିକ ହୋଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)