Dead: ବାହାର ରାଜ୍ୟରେ ସୁନ୍ଦରଗଡ଼ର ଶ୍ରମିକଙ୍କ ମୃତ୍ୟୁ; ସପ୍ତାହରେ ଦ୍ବିତୀୟ ଘଟଣା

Nov 27, 2026 - 23:01
Dead: ବାହାର ରାଜ୍ୟରେ ସୁନ୍ଦରଗଡ଼ର ଶ୍ରମିକଙ୍କ ମୃତ୍ୟୁ; ସପ୍ତାହରେ ଦ୍ବିତୀୟ ଘଟଣା

ସୁନ୍ଦରଗଡ଼/ସବଡେଗା: ୭ ଦିନ ତଳେ ସବଡେଗା ଡମକୁଡ଼ା ଗାଁର ଜଣେ ଶ୍ରମିକଙ୍କ ତାମିଲନାଡ଼ୁରେ ମୃତ୍ୟୁ ହୋଇଥିଲା।

ଆଜି ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ୍‌ ବାଙ୍କୋପରାର ବୀରମଙ୍ଗଳ ନାଏକ (୩୨)ଙ୍କ କର୍ଣ୍ଣାଟକ ହୁସେନ ଜଂକସନ୍‌ରେ ମୃତ୍ୟୁ ହୋଇଛି।

Advertisment ସେ ୩ ମାସ ତଳେ ଘରେ ପତ୍ନୀ ଓ ପୁଅକୁ ଛାଡ଼ି ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ।

ସେଠାରେ ସେ ମାଛ ଧରା କାର୍ଯ୍ୟରେ ନିୟୋଜିତ ଥିଲେ।

ତେବେ କୌଣସି କାରଣରୁ ସେ ଘରକୁ ରେଳ ଯୋଗେ ଫେରି ଆସୁଥିବା ବେଳେ ୨୬ ତାରିଖରେ ସକାଳ ୮ଟା ୩୦ରେ ତାଙ୍କ ମୃତଦେହ ରେଳ ଷ୍ଟେସନରୁ ମିଳିଥିବା ଶୁଣିବାକୁ ମିଳୁଛି।

ତେବେ କେଉଁସ୍ଥିତିରେ ତାଙ୍କ ମୃତ୍ୟୁ ହେଲା, ସେ ପ୍ରକୃତରେ ଘରକୁ ଫେରୁଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

Elder Sister Dies: ଦୁଇ ସାନ ଭାଇଙ୍କ ମୃତ୍ୟୁ ଖବର ସହିପାରିଲେନି ବଡ଼ ଭଉଣୀ, ଶୋକରେ ଟଳିପଡ଼ି ଚାଲିଗଲା ଜୀବନ ଗରିବ ବୀରମଙ୍ଗଳଙ୍କୁ ଆଧାର କି ରାସନ କାର୍ଡ ମିଳି ନଥିବାବେଳେ ସ୍ତ୍ରୀ ଓ ପୁଅକୁ ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଥିଲା।

ସେଥିପାଇଁ ସେ ବାହାର ରାଜ୍ୟ ଖଟିବାକୁ ଚାଲି ଯାଇଥିଲେ ବୋଲି କହାଯାଉଛି।

ତେବେ ଅଞ୍ଚଳରୁ ଜଣେ ପରେ ଜଣେ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଉଦ୍‌ବେଗ ସୃଷ୍ଟ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)