Dead Body Found: ୨ ଦିନ ଧରି ଭଡ଼ାଘରେ ପଡ଼ିରହିଛି ଯୁବକଙ୍କ ମୃତଦେହ
"ଭାପୁର: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନ ପଥରଚକଡା ଗ୍ରାମରେ ଏକ ଭଡ଼ାଘର ଭିତରେ ପ୍ରାୟ ଦୁଇ ଦିନ ଧରି ମୃତଦେହ ପଡ଼ିରହିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମୃତ ବ୍ୟକ୍ତି ଜଣଙ୍କ ସନ୍ତୋଷ ଦାଶ ବୋଲି ଚିହ୍ନଟ ହୋଇଛନ୍ତି।Advertisment ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ସେ ଭଡ଼ାରେ ରହୁଥିବା ସହିତ ତାଙ୍କର ଦୁଇଟି ସ୍ତ୍ରୀ ଥିବା ଜଣାପଡ଼ିଛି।
ତାଙ୍କ ନିଜ ଘର କଟକ ଜିଲ୍ଲା ବୈଦେଶ୍ୱର ଥାନା ଅଧୀନ କାଳିପୋଇ ଗ୍ରାମ ବୋଲି ସୂଚନା ମିଳିଛି।
ଘଟଣାସ୍ଥଳକୁ ଫତେଗଡ଼ ଥାନା ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
ଆହୁରି ମଧ୍ୟ ଜଣାଯାଇଛି ଯେ ସନ୍ତୋଷଙ୍କର ଦ୍ବିତୀୟ ସ୍ତ୍ରୀ ମୃତଦେହକୁ ପୋଡ଼ିବା ଲାଗି ପୁରୀ ଅଭିମୁଖେ ନେଉଥିବାର ସୂଚନା ପାଇ ପ୍ରଥମ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ।
ତେବେ ସନ୍ତୋଷଙ୍କର କିପରି ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇନାହିଁ। https://sambad.in/district/gajapati/gajapatis-heritage-and-tribal-culture-neglected-12119021 "