Dead body: ମାଛ ଧରିବାକୁ ଯାଇ ଆଉ ଫେରିଲେନି ସୁରିଆ! ବୁଢ଼ାବଳଙ୍ଗରୁ ମିଳିଲା ମୃତଦେହ ଉଦ୍ଧାର

Sep 05, 2026 - 20:06
Dead body: ମାଛ ଧରିବାକୁ ଯାଇ ଆଉ ଫେରିଲେନି ସୁରିଆ! ବୁଢ଼ାବଳଙ୍ଗରୁ ମିଳିଲା ମୃତଦେହ ଉଦ୍ଧାର

"ବୈଶିଙ୍ଗା (ଦୀପକ କୁମାର ସିଂହ): ମାଛ ଧରିବା ପାଇଁ ଘର ପାଖ ବୁଢ଼ାବଳଙ୍ଗ ନଦୀକୁ ଯାଇଥିଲେ।

ହେଲେ ଆଉ ଘରକୁ ଫେରିଲେ ନାହିଁ।

ଶୁକ୍ରବାରଠାରୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଶନିବାର ଅପରାହ୍ନରେ ନଦୀରୁ ଉଦ୍ଧାର ହେବା ପରେ ବାଥୁଡିବନ୍ଧ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ମୃତକ ହେଲେ ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ଅଧୀନ ବାଥୁଡିବନ୍ଧ ଗ୍ରାମର ଭିକାରୀ ଚରଣ ନାଏକଙ୍କ ଅବିବାହିତ ପୁଅ ସୁରିଆ ନାଏକ (୩୯)।Advertisment ସୂଚନା ଅନୁସାରେ, ଶୁକ୍ରବାର ସୁରିଆ ଘର ନିକଟସ୍ଥ ବୁଢ଼ାବଳଙ୍ଗ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ।

କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ।

ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସୁରିଆଙ୍କ କୌଣସି ସନ୍ଧାନ ମିଳିନଥିଲା।

Budhabalang River: ବିକିଦେଲେ ବୁଢ଼ାବଳଙ୍ଗ ନଦୀପଠା!

ବଡ଼ବନ୍ୟା ହେଲେ ଭାସିଯିବ ୧୦୧ ଗାଁ ଶନିବାର ଅପରାହ୍ନରେ ଖବର ପାଇ ବଡ଼ସାହି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

ଦୀର୍ଘ ସମୟର ଖୋଜାଖୋଜି ପରେ ନଦୀ ପାର୍ଶ୍ୱ ଏକ ଗଛରେ ଲାଗିଥିବା ସୁରିଆଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।

ଘଟଣାସ୍ଥଳରେ ବଡ଼ସାହି ପୁଲିସ ଉପସ୍ଥିତ ରହି ମୃତଦେହକୁ ବଡ଼ସାହି ଡାକ୍ତରଖାନାକୁ ଆଣିଥିଲା।

ଏନେଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ କରିଛି।

ତେବେ ସୁରିଆଙ୍କ ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)