Dead body: ବାଇକ୍‌ରେ ବୁହା ହେଲା ନାବାଳିକାର ମୃତଦେହ

Jul 10, 2026 - 18:04
Dead body: ବାଇକ୍‌ରେ ବୁହା ହେଲା ନାବାଳିକାର ମୃତଦେହ

"ନବରଂଗପୁର (ସୁରେଶ ନାଇଡୁ): ଶିଶୁ ଜନ୍ମ ହେବା ପୂର୍ବରୁ ଏବଂ ମନୁଷ୍ୟର ମୃତ୍ୟୁ ପର୍ଯ୍ୟନ୍ତ ସରକାର ବହୁ ପ୍ରକାରର ଯୋଜନା କରିଛନ୍ତି।

ସରକାରୀ ଯୋଜନା ମାଧ୍ୟମରେ ଲୋକେ ସୁବିଧା ପାଉଛନ୍ତି ବୋଲି ନେତା ଏବଂ ପ୍ରଶାସନ କହୁଛନ୍ତି।

କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା କେତେ ସତ ତୃଣମୂଳ ସ୍ତରରେ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକେ ହିଁ ଭଲ ଭାବରେ ଜାଣିଛନ୍ତି।

ଆମ ସମାଜରେ ବ୍ୟବସ୍ଥା ଏତେ କଦର୍ଯ୍ୟ ସ୍ତରରେ ପହଞ୍ଚିଛି ଯେ, ଶବକୁ ମଧ୍ୟ ସମ୍ମାନ ମିଳୁ ନାହିଁ।

ଫଳ ସ୍ବରୂପ ଶବ କେତେବେଳେ ସାଇକେଲରେ ଯାଉଛି ତ କେତେବେଳେ ବାଇକରେ ବୁହା ହେଉଛି।

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଆମାଗୁଡା ଗାଁରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ  ଦେଖିବାକୁ ମିଳିଛି।

Advertisment ଅମାଗୁଡ଼ାର ଜଣେ ନାବାଳିକାଙ୍କ ଦେହ ଖରାପ ହେବାରୁ ସେ ସାନଭରଣ୍ଡୀରେ ଥିବା ସମ୍ପର୍କୀୟ ଘରକୁ ଯାଇଥିଲେ।

ସେଠାରେ ଅସୁସ୍ଥତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

ନାବାଳିକାର ମୃତ୍ୟୁ ପରେ ଶବକୁ ପରିବାର ଲୋକେ ବାଇକରେ ନେଇଥିଲେ।

ଶେଷରେ ଅମାଗୁଡ଼ାସ୍ଥିତ ମଶାଣିରେ ଅନ୍ତିମ ସଂସ୍କାର କରାଯାଇଥିଲା।

ପରିବାର ଲୋକଙ୍କ କହିବା ଅନୁଯାୟୀ ଶବ ଆଣିବାକୁ ଚାରିଚକିଆ ଗାଡ଼ି ଭଡ଼ା ପାଇଁ ଟଙ୍କା ନଥିଲା।

ଏହି କାରଣରୁ ସେମାନେ ବାଇକ୍‌ରେ ମୃତଦେହ ଆଣିଥିଲେ।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡ଼ା ପଞ୍ଚାୟତର ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆଙ୍କ ପତ୍ନୀ ଯମୁନା ଛତ୍ରିଆ ଅସୁସ୍ଥ ହେବାରୁ ଶନିବାର  ଭୋର୍ ସମୟରେ ତାଙ୍କୁ ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତଦେହ ଘରକୁ ନେବା ପାଇଁ ନା ଶବବାହକ ଗାଡ଼ି ମିଳିଲା ନାହିଁ।

ପ୍ରଶାସନ ପକ୍ଷରୁ କୌଣସି ସହାୟତା  ମଧ୍ୟ କରାଯାଇ ନଥିଲା।

ବହୁ ଚେଷ୍ଟା ପରେ ମଧ୍ୟ କୌଣସି ବ୍ୟବସ୍ଥା ନ ହେବାରୁ ନରେଶ ଜଣେ ପଡ଼ୋଶୀଙ୍କ ବାଇକ୍‌ରେ ପତ୍ନୀଙ୍କ ମୃତଦେହକୁ ବୋହି ଗ୍ରାମକୁ ଫେରିଥିଲେ।

Dead: ଗାଜିଆବାଦରେ ଜଳମଗ୍ନ ରାସ୍ତାରେ ପଡ଼ି ୩ ବର୍ଷୀୟା ଶିଶୁର ମୃତ୍ୟୁ ସେହିପରି ଗତକିଛି ଦିନ ତଳେ ରାୟଗଡ଼ାରେ ଧର୍ମ ପରିବର୍ତ୍ତନ କରିଥିବାରୁ ବୃଦ୍ଧଙ୍କୁ ଶ୍ମଶାନ ମିଳିନଥିଲା।

୨୪ ଘଣ୍ଟା ଧରି ପଡ଼ିରହିଥିଲା ବୃଦ୍ଧଙ୍କ ମୃତଦେହ।

ଏଭଳି ଚିତ୍ର ଦେଖିବାକୁ ମିଳିଥିଲା ରାୟଗଡା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମରେ।

ଧର୍ମାନ୍ତରୀକରଣ ବିବାଦକୁ ନେଇ ଗ୍ରାମବାସୀଙ୍କ ତୀବ୍ର ବିରୋଧ କାରଣରୁ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ପ୍ରାୟ ୨୪ ଘଣ୍ଟା ଧରି ଅନ୍ତିମ ସଂସ୍କାର ଅପେକ୍ଷାରେ ପଡ଼ିରହିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।