28 years absconding ଥାନାରୁ ଫେରାର୍ ହୋଇଯାଇଥିଲା ହତ୍ୟା ଅଭିଯୁକ୍ତ, ୨୮ବର୍ଷ ପରେ ଛତିଶଗଡ଼ରୁ ଧରାପଡ଼ିଲା
"ବ୍ରଜରାଜନଗର: ୨୮ ବର୍ଷ ଧରି ଏକ ହତ୍ୟା ମାମଲାରେ ପୁଲିସକୁ ଚକ୍ମା ଦେଇ ଲୁଚି ରହିଥିବା ଅଭିଯୁକ୍ତ।
ଶେଷରେ ଗୁଇନ୍ଦା ସୂଚନା ଆଧାରାରେ ରେଙ୍ଗାଲି ପୁଲିସ ହାତରେ ଧରାପଡ଼ିଛି।
Advertisment ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଭୁନ୍ଦୁପାଲି ଗାଁର ଅଭିଯୁକ୍ତ ନୀଳମଣି ମହାନନ୍ଦ(୫୧)କୁ ପୁଲିସ ଛତିଶଗଡ଼ର ରାୟଗଡ଼ ସହରରୁ ଗିରଫ କରିଛି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୯୯୮ ମସିହା ଅକ୍ଟୋବର ୯ ତାରିଖ ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଥିବା ଦୁର୍ଯୋଧନ ଦୀପଙ୍କୁ ହତ୍ୟା କରାଯାଇଥିଲା।
ଅଭିଯୁକ୍ତମାନେ ମୃତକଙ୍କୁ ଏକ ବସ୍ତାରେ ଭର୍ତ୍ତି କରି କେଲୋ ନଦୀରେ ଫିଙ୍ଗି ଦେଇଥିଲେ। special Police drive ୧୮ ଦିନରେ ୫୨୦ ଫେରାର୍ ଅଭିଯୁକ୍ତ ଗିରଫ, ୭ କୋଟି ଟଙ୍କାର ଟ୍ରାଫିକ୍ ଚାଲାଣ ଏହି ମାମଲାରେ ଭୁନ୍ଦୁପାଲିର ନୀଳମଣି ମହାନନ୍ଦ(୨୩), ରାମ ଖଡ଼ିଆ(୨୩) ଓ ଲେଚି ଓରଫ ବିଶ୍ୱନାଥ କହଁର(୨୩) ମୁଖ୍ୟ ଅଭିଯୁକ୍ତ ଥିଲେ।
ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ତେବେ ଅଭିଯୁକ୍ତ ନୀଳମଣି ଝାଡ଼ା ଯିବାକୁ କହି ଥାନା ପରିସରରୁ ଫେରାର ହୋଇଯାଇଥିଲା।
ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ରାମ ପ୍ରସାଦ ଖଡ଼ିଆ ଓ ଲେଚି କହଁର ସଂପ୍ରତି ଜାମିନରେ ଆସିଥିବା ଖବର ମିଳିଛି।
ମୃତଫା ସୌମ୍ୟ ହତ୍ୟା ମାମଲା: ଫେରାର୍ ଅଭିଯୁକ୍ତ ଗିରଫ ଅଭିଯୁକ୍ତ ନୀଳମଣି ଫେରାର୍ ହେବା ଦିନ ଠାରୁ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଲୁଚି ରହୁଥିଲା।
ଶେଷରେ ସେ ଛତିଶଗଡ଼ ରାଜ୍ୟର ରାୟଗଡ଼ରେ ନିଜର ନାମ ରାଜୁ ଗଣ୍ଡା ବୋଲି କହି ଗତ ଦୁଇ ବର୍ଷ ଧରି ରହୁଥିଲା।
ଏଭଳିକି ନକଲି ନାଁରେ ସେ ଆଧାର କାର୍ଡ଼ ବି କରିଥିଲା।
କୌଣସି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ରେଙ୍ଗାଲି ପୁଲିସ ସୂଚନା ପାଇ ଅଭିଯୁକ୍ତ ନୀଳମଣିକୁ ରାୟଗଡ଼ରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।