Dead Bodies: କାଲି ନାଳରେ ଭାସିଯାଇଥିଲେ, ଆଜି ମିଳିଲା ଦୁଇ ମୃତଦେହ

Aug 24, 2026 - 13:19
Dead Bodies: କାଲି ନାଳରେ ଭାସିଯାଇଥିଲେ, ଆଜି ମିଳିଲା ଦୁଇ ମୃତଦେହ

"ବଡ଼ବିଲ: ଗତକାଲି ଲଘୁଚାପ ଜନିତ ଲଗାଣ ବର୍ଷାରେ ବଡ଼ବିଲ ଅଞ୍ଚଳର ନଦୀ ଓ ନାଳରେ କୂଳ ଲଙ୍ଘି ଜଳ ପ୍ରବାହିତ ହୋଇଥିଲା।

ସଂଧ୍ୟା ପ୍ରାୟ ୬ ଘଟିକା ସମୟରେ ରାଇକା ଗ୍ରାମର  ସୁକୁମାର ମୁଣ୍ଡା(୪୦) ଘରୁ ବାହାରି ଯାଇଥିଲେ।

ବିଳମ୍ବିତ ରାତି ଯାଏ ସେ ଘରକୁ ନଫେରିବାରୁ, ପରିବାର ଲୋକେ ବହୁତ୍ ଖୋଜାଖୋଜି କରିଥିଲେ ହେଁ ସୁକୁମାରଙ୍କର କୌଣସି ଖୋଜଖବର ପାଇପାରିନଥିଲେ।

ଠିକ୍ ସେହିପରି ଠାକୁରାଣୀ ବୁରୁହଟିଂ ଅଞ୍ଚଳର ଜିତେନ ସାମନ୍ତ(୪୨) ତାଙ୍କ ଘରକୁ ଫେରିବା ସମୟରେ ଠାକୁରାଣୀ ନାଳରେ ଭାସି ଯାଇଥିଲେ।Advertisment ଦୁଇଟି ପୃଥକ୍ ପୃଥକ୍ ଅପମୃତ୍ୟୁ ମାମଲା ରୁଜ୍ଜୁ ଆଜି ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବା ନେଇ ପୁଲିସକୁ ଖବର ଦେବାପରେ ଅଗ୍ନିଶମ ବିଭାଗଓ ପୁଲିସ ଟିମ୍ ରାଇକା ନାଳରୁ ଶ୍ରୀମତୀ ମୁଣ୍ଡା ଓ ଠାକୁରାଣୀ ନାଳରୁ ଜିତେନଙ୍କର ମୃତ ଦେହକୁ ଉଦ୍ଧାର କରିଥିଲେ।

ଏନେଇ ବଡ଼ବିଲ ଥାନାରେ ଦୁଇଟି ପୃଥକ୍ ପୃଥକ୍ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବାବେଳେ, ଆଜି ଉଭୟଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାଯାଇଛି।

Protest: ଯୁଗୀଯୁଗେନ ବନ୍ଧ ବିରୋଧୀଙ୍କ ଆନ୍ଦୋଳନ: ଯୁଗ୍ମ ଜନଶୁଣାଣିକୁ ଆସୁଥିବା ଜିଲ୍ଲାପାଳଙ୍କୁ ବାଟରେ ଘେରିଲେ, ସ୍ମାରକପତ୍ର ଦେଲେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)