Dead: ମୋରେନାରେ ଟ୍ରେନରୁ ଡେଇଁପଡିଥିବା ୪ ଯାତ୍ରୀଙ୍କୁ ଦଳିଦେଲା ଏକ୍ସପ୍ରେସ
"ମୋରେନା: ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ରବିବାର ଅପରାହ୍ନ ପ୍ରାୟ ୪:୧୫ ସମୟରେ ଏକ ହୃଦୟବିଦାରକ ରେଳ ଦୁର୍ଘଟଣା ଘଟିଯାଇଛି।
ମୋବାଇଲ୍ ଫୋନରୁ ବାହାରିଥିବା ସାମାନ୍ୟ ଧୂଆଁ ଓ ଗରମକୁ ନେଇ ଟ୍ରେନରେ ନିଆଁ ଲାଗିଯାଇଛି ବୋଲି ଏକ ମିଥ୍ୟା ଗୁଜବ ପ୍ରଚାର ପରେ ଆତଙ୍କିତ ଯାତ୍ରୀମାନେ ଚଳନ୍ତା ଟ୍ରେନରୁ ଡେଇଁପଡିଥିଲେ।
ଦୁର୍ଭାଗ୍ୟବଶତଃ, ସେହି ସମୟରେ ବିପରୀତ ଟ୍ରାକ୍ରେ ଆସୁଥିବା ଅନ୍ୟ ଏକ ଦ୍ରୁତଗାମୀ ଟ୍ରେନ ଧକ୍କାରେ ଜଣେ ୪ ବର୍ଷର ଶିଶୁ ସମେତ ୩ ଜଣ ମହିଳା ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।Advertisment ଖଜୁରାହୋ-ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ (ଟ୍ରେନ ନମ୍ବର ୧୯୬୬୫) ହେତମପୁର-ଧୋଲପୁର ରେଳ ସେକ୍ସନ ଦେଇ ଗତି କରୁଥିବା ସମୟରେ ଜଣେ ଯାତ୍ରୀଙ୍କ ମୋବାଇଲ୍ ଫୋନରୁ ହଠାତ୍ ସାମାନ୍ୟ ଧୂଆଁ ବାହାରିଥିଲା।
ଏହାକୁ ଦେଖି କିଛି ଲୋକ ଟ୍ରେନରେ ନିଆଁ ଲାଗିଯାଇଛି ବୋଲି ଚିତ୍କାର କରିବାକୁ ଲାଗିଥିଲେ।
ଆତଙ୍କ ଏପରି ବଢ଼ିଯାଇଥିଲା ଯେ ଯାତ୍ରୀମାନେ ତୁରନ୍ତ ଜରୁରୀକାଳୀନ ଚେନ୍ ଟାଣି ଗାଡ଼ିକୁ ଅଟକାଇ ଦେଇଥିଲେ ଏବଂ ଜୀବନ ବଞ୍ଚାଇବା ପାଇଁ ବିକଳରେ ତଳକୁ ଡେଇଁବାକୁ ଲାଗିଥିଲେ।
ଆହୁରି ପଢ଼ନ୍ତୁ: Train: ଭୁବନେଶ୍ବରରେ ଅଳ୍ପକେ ବର୍ତ୍ତିଲା ବଡ଼ ଦୁର୍ଘଟଣା; ମୁହାଁମୁହିଁ ହେଲେ ୨ ଟ୍ରେନ୍ ଯାତ୍ରୀମାନେ ଇଣ୍ଟରସିଟି ଏକ୍ସପ୍ରେସରୁ ଓହ୍ଲାଇ ଟ୍ରାକ୍ ଉପରେ ଦୌଡ଼ୁଥିବା ବେଳେ ଠିକ୍ ସେହି ସମୟରେ ପାର୍ଶ୍ୱବର୍ତ୍ତୀ ରେଳ ଧାରଣାରେ ବିପରୀତ ଦିଗରୁ ପାତାଲକୋଟ୍ ଏକ୍ସପ୍ରେସ ସେହି ସ୍ଥାନ ଦେଇ ଅତିକ୍ରମ କରୁଥିଲା।
ଏହି ଏକ୍ସପ୍ରେସ ଟ୍ରେନ ଧକ୍କାରେ ୪ ଜଣଙ୍କର ପ୍ରାଣହାନି ଘଟିଛି।
ରେଳବାଇ ଅଧିକାରୀ, ଆରପିଏଫ, ଜିଆରପି ଏବଂ ସ୍ଥାନୀୟ ପୁଲିସ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ଅନ୍ୟ ଯାତ୍ରୀମାନଙ୍କୁ ସହାୟତା ଯୋଗାଇ ଦେଇଛନ୍ତି।
ରେଳ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ଟ୍ରେନରେ କୌଣସି ପ୍ରକାର ନିଆଁ ଲାଗିନଥିଲା, ଏହା କେବଳ ଏକ ମିଥ୍ୟା ଗୁଜବ ଥିଲା।
ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଉଚ୍ଚସ୍ତରୀୟ ଏବଂ ବିସ୍ତୃତ ତଦନ୍ତ ପାଇଁ ରେଳବାଇ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।