Dead: ପୋଖରୀରେ ବୁଡି ୩ ବର୍ଷ ବୟସର ଶିଶୁକନ୍ୟା ମୃତ

Sep 13, 2026 - 18:34
Dead: ପୋଖରୀରେ ବୁଡି ୩ ବର୍ଷ ବୟସର ଶିଶୁକନ୍ୟା ମୃତ

"ଡାବୁଗାଁ (ସଂଜୟ ପାଢ଼ୀ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଟଇଁଲାଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ଜଣେ ୩ ବର୍ଷ ବୟସର ଶିଶୁକନ୍ୟା ପୋଖରୀରେ ବୁଡି ମୃତ୍ୟୁ ହୋଇଛି।

ମୃତ ଶିଶୁକନ୍ୟା ଟଇଁଲା ଗୁଡା ଗ୍ରାମର ମହେଶ ସରାବୁର ଝିଅ ମେଘା ସରାବୁ ବୋଲି ଜଣା ପଡିଛି।

Advertisment ସୂଚନା ଅନୁଯାଇ ରବିବାର ସକାଳେ ମହେଶ ସରାବୁଙ୍କ ୩ ବର୍ଷ ଶିଶୁକନ୍ୟା ଘର ମଧ୍ୟରେ ଖେଳୁ ଥିଲା।

ଶିଶୁକନ୍ୟାର ମା ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ।

ଶିଶୁକନ୍ୟା ଖେଳୁ ଖେଳୁ ସକାଳ ୮ଟାରେ ଘର ନିକଟସ୍ଥ ପୋଖରୀକୁ ଚାଲି ଯାଇଥିଲା।

ସେଠାରେ ତାର ଗୋଡ଼ ଖସି ଯିବାରୁ ସେ ଗଭୀର ପାଣିରେ ବୁଡି ଯାଇଥିଲା।

ନିକଟ ଜମିରେ କାର୍ଯ୍ୟ ସାରି ଫେରୁଥିବା ଗ୍ରାମର ଜଣେ ଲୋକ ଶିଶୁକନ୍ୟା ପାଣିରେ ଭାସୁଥିବା ଦେଖି ଗ୍ରାମବାସୀଙ୍କୁ ଡାକି ଥିଲେ।

ମହେଶ ସରାବୁ ପୋଖରୀରେ ଯାଇ ଦେଖିବା ବେଳକୁ ତା ଛୋଟ ଝିଅ ପାଣିରେ ଭାସୁଥିବା ଦେଖି ତାକୁ ତୁରନ୍ତ ପାଣିରୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।

Accident: ଅଜଣା ଗାଡ଼ି ଧକ୍କାରେ ଶିଶୁକନ୍ୟା ମୃତ, ବାପା-ମା' ଗୁରୁତର ତେବେ ଡାକ୍ତର ସେଠାରେ ଶିଶୁକନ୍ୟା ମୃତ ବୋଲି ଘୋଷଣା କରିଥିଲେ।

ଏ ନେଇ ଶିଶୁକନ୍ୟାର ବାପା ମହେଶ ସରାବୁ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଛି।

ପରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପୁଲିସ ଏସ ଆଇ ରେବତି ଦୁର୍ଗା ଘଟଣାର ତଦନ୍ତ କରୁଛନ୍ତି।

ମହେଶ ସରାବୁଙ୍କ ଏକମାତ୍ର ଶିଶୁକନ୍ୟା ମୃତ ପରେ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)