Dead: ପେଟ ପୋଷିବା ପାଇଁ ଆନ୍ଧ୍ର ଯାଇଥିଲେ ଓଡ଼ିଆ ଯୁବକ, ହାରିଦେଲେ ଜୀବନ

Jul 04, 2026 - 21:06
Dead: ପେଟ ପୋଷିବା ପାଇଁ ଆନ୍ଧ୍ର ଯାଇଥିଲେ ଓଡ଼ିଆ ଯୁବକ, ହାରିଦେଲେ ଜୀବନ

ରାୟଗଡ଼ା (ଶିବ ପ୍ରସାଦ ଦୋରା): ବାହାର ରାଜ୍ୟକୁ ପେଟ ପୋଷିବାକୁ ଯାଇ ଜଣେ ଲାଞିଆ ସୌରା ଯୁବକ ଜୀବନ ହାରିଥିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତ ଯୁବକ ଜଣଙ୍କ ହେଲେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ସଗଡ଼ା ପଂଚାୟତ ଆଲଙ୍ଗଗଡ଼ା ଗ୍ରାମର ପ୍ରଦୀପ ଶବର।

ପ୍ରଦୀପ ଶବର ଗ୍ରାମର କିଛି ଯୁବକଙ୍କ ସହ ଇଷ୍ଟ ଗୋଦାବରୀ ଜିଲ୍ଲା ଭିମାବରମକୁ ରୋଜଗାର କରିବାକୁ ଯାଇଥିଲେ। ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ ଗତ କିଛି ଦିନ ତଳେ ସେ ଅସୁସ୍ଥତା ଅନୁଭବ କରି କାମକୁ ନ ଯାଇ ଘରେ ରହୁଥିଲେ। ଗତକାଲି ସକାଳୁ ସାଙ୍ଗମାନେ କାମକୁ ଯିବା ପରେ କେହି ନ ଥିବାର ସୁଯୋଗ ଦେଖି ପ୍ରଦୀପ ବାଥରୁମରେ ବେକରେ ରସି ଦେଇ ଜୀବନ ହାରିଥିବା ଜଣାପଡ଼ିଛି। ମୃତ ପ୍ରଦୀପ କାହିଁକି ଜୀବନ ହାରିଲେ ତାହା ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ଭିମାବରମ ପୁଲିସ ଘଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ମୃତଦେହ ବ୍ୟବଚ୍ଛେଦ କରାଇ ମୃତକଙ୍କ ଭାଇ ପୀତବାସଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି। ଆଜି ପ୍ରଦୀପଙ୍କ ମୃତଦେହ ଗ୍ରାମରେ ପହଂଚିବା ପରେ ଶୋକା କୂଳ ପରିବେଶରେ ଅନ୍ତେଷ୍ଟି କ୍ରିୟା ସଂମ୍ପନ କରାଯାଇଛି। 

Neglect: ଦାଦନ ଗାଁ’ ଗିରିଜାଟୋଲି ଓ ପାନିଆସାଲ; ୮୦% ପରିବାର ଖଟୁଛନ୍ତି ବାହାରେ

ସୂଚନାଯୋଗ୍ୟଯେ  ଗତମାସରେ ଗୁଣପୁର ବ୍ଲକ ଅନ୍ତର୍ଗତ ସଗଡ଼ା ଗ୍ରାମର ଜଣେ ଯୁବତୀ ବିଲମା ଗମାଙ୍ଗ ମଧ୍ୟ ଆନ୍ଧ୍ର ପ୍ରଦେଶ ଗୋଦାବରୀ ଜିଲ୍ଳା ଭିମାବରମ ର ଏକ ଚିଙ୍ଗୁଡି କମ୍ପାନିରେ କାର୍ଯ୍ୟ କରିବାକୁ ଯାଇଥିଲେ। କମ୍ପାନି ହଷ୍ଟେଲ ନିକଟରେ ଏକ ଗଛରେ ବିଲମାଙ୍କୁ ଝୁଲନ୍ତା ମୃତ ଦେହ ମିଳିଥିଲା। ୩୫ ଦିନ ମଧ୍ୟରେ ଗୁଣପୁର ବ୍ଲକ ସଗଡା ପଞ୍ଚାୟତର ୨ଜଣ ଦାଦନ ଖଟିବାକୁ ଯାଇ ଅପମୃତ୍ୟୁର ଶିକାର ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।