Elderly Woman Found Dead ପିଡିଏସ୍‌ ଚାଉଳ ପାଇଁ ଯାଇଥିଲେ, କିନ୍ତୁ ଇନ୍ଦ୍ରାବତୀରୁ ମିଳିଲା ସତମାଙ୍କ ଶବ

Jul 04, 2026 - 21:45
Elderly Woman Found Dead  ପିଡିଏସ୍‌ ଚାଉଳ ପାଇଁ ଯାଇଥିଲେ, କିନ୍ତୁ ଇନ୍ଦ୍ରାବତୀରୁ ମିଳିଲା ସତମାଙ୍କ ଶବ

ତେନ୍ତୁଳିଖୁଣ୍ଟି: ଦୁଇ ମୁଠା ଖାଇ ବଞ୍ଚିବାର ଆଶା ନେଇ ପିଡିଏସ୍‌ ଚାଉଳ ଆଣିବାକୁ ଯାଇଥିଲେ ବୃଦ୍ଧା, କିନ୍ତୁ ଆଉ ଲେଉଟି ନଥିଲେ। ଆଜି (ଶନିବାର) ତାଙ୍କ ଶବକୁ ଇନ୍ଦ୍ରାବତୀ ନଦୀ ପୁରୁଣାପାଣି ଘାଟରୁ ଉଦ୍ଧାର କରାଯାଇଛି।  ମୃତ ବୃଦ୍ଧା ଜଣଙ୍କ ଦହଣା ପଂଚାୟତ ଅନ୍ତର୍ଗତ ବୈରାଗୀଗୁଡା ଗ୍ରାମର ସତମା ସାନ୍ତା(୭୫)  ଅଟନ୍ତି।
ନନ୍ଦାହାଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ଶବ ଉଦ୍ଧାର କରାଯାଇ ବ୍ୟବଛେଦ ପାଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସଳୟକୁ ପଠାଯାଇଛି । ଆସନ୍ତା କାଲି ଶବ ବ୍ୟବଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଖାତିଗୁଡା ଥାନା ଅଧିକାରୀ ବୀରେନ୍ଦ୍ର କୁମାର ବାଗ ସୂଚନା ପ୍ରଦାନ କରିଛନ୍ତି ।

 River Drowning: କାବେରୀ ନଦୀରେ ବୁଡ଼ି ଗୋଟିଏ ପରିବାରର ୪ ଜଣଙ୍କ ସମେତ ୫ ମୃତ

ମିଳିଥିବା ସୂଚନା ମୁତାବକ ବୈରାଗୀଗୁଡାର ସତମା ନିଜ ପୁଅ ବୋହୁଙ୍କ ସହ ଗତକାଲି ଚାଉଳ ଆଣିବା ପାଇଁ ଦହଣା ପଂଚାୟତ କାର୍ଯ୍ୟାଳୟ କୁ ଯାଇଥିଲେ । ଚାଉଳ ମିଳିବା ପରେ ବୃଦ୍ଧା ସତମା ନିଜ ବୋହୁଙ୍କ ହାତରେ ଚାଉଳ ପଠେଦେଇଥିଲେ। ଏହାପରେ ସେ ଆଉ ଘରକୁ ଫେରିନଥିଲେ । ସନ୍ଧ୍ୟା ପୂର୍ବରୁ ସତମା ଘରକୁ ଫେରିନଥିବା ଜାଣି ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ କୌଣସି ପତ୍ତା ମିଳିନଥିଲା । 

Drowning in Baitarani: ନିଜ ଜୀବନକୁ ବାଜି ଲଗାଇ ଦୁଇ ଜଣଙ୍କୁ ଉଦ୍ଧାର କଲେ ନାବାଳକ ସତ୍ୟପ୍ରକାଶ: ନଦୀରେ ଭାସି ନାବାଳିକା ନିଖୋଜ

ଆଜି ସଜାଳୁ ଇନ୍ଦ୍ରାବତୀ ନଦୀ ପୁରୁଣା ପାଣି ଘାଟରେ ଶବ ଭାସୁଥିବା କିଛି ଲୋକ ଦେଖି ଦହଣା ପୂର୍ବତନ ସରପଞ୍ଚ ଜଗବନ୍ଧୁ ଜାନିଙ୍କୁ ଜଣେଇଥିଲେ । ଏହାପରେ ଜଗବନ୍ଧୁ ନନ୍ଦାହାଣ୍ଡି ଦମକଳ କେନ୍ଦ୍ର ଓ ପୁଲିସ କୁ ଖବର ଦେଇଥିଲେ । ଏହାପରେ ଉଭୟ ତେନ୍ତୁଳିଖୁଣ୍ଟି ଓ ଖାତିଗୁଡା ପୁଲିସ ଏବଂ ଦମକଳ ବାହିନୀ ନଦୀ ତଟରେ ପହଞ୍ଚିଥିଲେ। ଦମକଳ ବାହିନୀ କର୍ମଚାରୀଙ୍କ ଦ୍ୱାରା ନଦୀ ପାଣିରୁ ବୃଦ୍ଧାଙ୍କ ଶବ ଉଦ୍ଧାର ହୋଇଥିଲା । ଏହାପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠେଇ ଦିଆଯାଇଛି। 

ସନ୍ଧ୍ୟା ହୋଇଯିବା କାରଣରୁ ଆସନ୍ତା କାଲି ବୃଦ୍ଧା ଙ୍ ଶବ ବ୍ୟବଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ବାଗ ସୂଚନା ଦେଇଛନ୍ତି । ଏନେଇ ଖାତିଗୁଡା ଥାନା କେଶ ନଂ ୫/୨୬ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଏସଆଇ ମହେଶ୍ୱର ବୁଡବୁଡେ କେଶର ତଦନ୍ତ ଭାର ନେଇଛନ୍ତି ।