Day 1 Collection: 'ୱେଲକମ୍ ଟୁ ଦ ଜଙ୍ଗଲ' ସହ ମୁକ୍ତିଲାଭ କରିଥିବା ଅନ୍ୟ ଫିଲ୍ମଗୁଡ଼ିକର ପ୍ରଥମଦିନର ଆୟ କେତେ ଜାଣନ୍ତୁ
ମୁମ୍ବାଇ: ଶୁକ୍ରବାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ୍ ଟୁ ଦ ଜଙ୍ଗଲ’ ମୁକ୍ତିଲାଭ କରିଛି। ସେହିପରି ନୂଆ ହଲିଉଡ୍ ଫିଲ୍ମ ‘ସୁପରଗର୍ଲ’ ସହ ପୂର୍ବରୁ ପ୍ରେକ୍ଷାଳୟରେ ପସରା ମେଲାଇଛି ‘କକଟେଲ୍ ୨’, ‘ମେ ୱାପସ୍ ଆଉଙ୍ଗା’, ‘ମା ଇଣ୍ଟି ବଙ୍ଗାରମ୍’ ଏବଂ ‘ପେଦ୍ଦି’ । ଅକ୍ଷୟ କୁମାରଙ୍କ ଏହି ନୂଆ ଫିଲ୍ମ ସହ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଥିବା ଅନ୍ୟ ଫିଲ୍ମଗୁଡ଼ିକ ଶୁକ୍ରବାର ଦିନ କେତେ କୋଟି ଟଙ୍କାର ବକ୍ସ ଅଫିସ୍ କଲେକ୍ସନ୍ କରିଛି ଆସନ୍ତୁ ଜାଣିବା।
‘ୱେଲକମ୍ ଟୁ ଦ ଜଙ୍ଗଲ’
ରିପୋର୍ଟ ଅନୁସାରେ, ‘ୱେଲକମ୍ ଟୁ ଦ ଜଙ୍ଗଲ’ ରିଲିଜ୍ ପୂର୍ବରୁ ପ୍ରି-ବୁକିଂରୁ ହିଁ ୩.୭୫ କୋଟି ଟଙ୍କା ଆୟ କରିଥିଲା। ସେହିପରି ମୁକ୍ତିଲାଭର ପ୍ରଥମ ଦିନରେ ଫିଲ୍ମଟି ୧୫ କୋଟି ଟଙ୍କା କଲେକ୍ସନ୍ କରିଛି। ଏହା ସହିତ ଫିଲ୍ମର ମୋଟ ଆୟ ୧୮.୭୬ କୋଟି ଟଙ୍କାରେ ପହଞ୍ଚିଛି।ଅହମଦ ଖାନଙ୍କ ନିର୍ଦ୍ଦେଶିତ ଏହି ମଲ୍ଟିଷ୍ଟାରର୍ ଫିଲ୍ମରେ ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ, ପରେଶ ରାୱଲ, ଅର୍ଶଦ ୱାର୍ସୀ, ଜ୍ୟାକି ଶ୍ରଫ୍, ଜନି ଲିଭର, ରାଜପାଲ ଯାଦବ, ଶ୍ରେୟସ ତଲପଡ଼େ, ତୁଷାର କପୁର, ଆଫତାବ ଶିବଦାସାନୀ, କୃଷ୍ଣା ଅଭିଷେକ, କିକୁ ଶାରଦା, ଦିଶା ପାଟନୀ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍, ରବିନା ଟଣ୍ଡନ, ଲାରା ଦତ୍ତ, ଫରିଦା ଜଲାଲ, କିରଣ କୁମାର, ସୁଦେଶ ବେରୀ, ପୁନୀତ ଇସ୍ସର, ଫିରୋଜ ଖାନ, ମୁକେଶ ତିୱାରୀ, ଯଶପାଲ ଶର୍ମା, ଜାକିର ହୁସେନ ଓ ସ୍ୱର୍ଗତ ପଙ୍କଜ ଧୀରଙ୍କ ଭଳି ଅନେକ ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି।
‘ସୁପରଗର୍ଲ’
ହଲିଉଡ୍ ଫିଲ୍ମ ‘ସୁପରଗର୍ଲ’ ମଧ୍ୟ ଶୁକ୍ରବାର ଭାରତୀୟ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମଟିର ବିଶେଷ ପ୍ରଚାର ହୋଇ ନଥିଲେ ମଧ୍ୟ ପ୍ରଥମ ଦିନରେ ଭାରତୀୟ ବକ୍ସ ଅଫିସ୍ରୁ ୧.୪୦ କୋଟି ଟଙ୍କା ଆୟ କରିଛି। ଏହା ସହିତ ଫିଲ୍ମର ମୋଟ କଲେକ୍ସନ୍ ମଧ୍ୟ ୧.୪୦ କୋଟି ଟଙ୍କାରେ ପହଞ୍ଚିଛି।କ୍ରେଗ୍ ଗିଲେସ୍ପିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମିଲି ଆଲକକ୍, ମାଥିଆସ୍ ସ୍କୋନାର୍ଟସ୍, ଇଭ୍ ରିଡଲେ, ଜେସନ୍ ମୋମୋଆ ଏବଂ ଡେଭିଡ୍ କୋରେନସ୍ୱେଟ୍ଙ୍କ ଭଳି ଚର୍ଚ୍ଚିତ ଅଭିନେତାମାନେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।
‘କକଟେଲ୍ ୨’
ସ୍ୟାକନିଲ୍କର ରିପୋର୍ଟ ଅନୁସାରେ, ‘କକଟେଲ୍ ୨’ ମୁକ୍ତିଲାଭର ଅଷ୍ଟମ ଦିନ ଅର୍ଥାତ୍ ଶୁକ୍ରବାରରେ ୪.୨୫ କୋଟି ଟଙ୍କା ଆୟ କରିଛି। ସପ୍ତମ ଦିନରେ ମଧ୍ୟ ଫିଲ୍ମଟି ସମାନ ଭାବେ ୪.୨୫ କୋଟି ଟଙ୍କା କଲେକ୍ସନ୍ କରିଥିଲା। ଏହା ସହିତ ଫିଲ୍ମର ମୋଟ ବକ୍ସ ଅଫିସ୍ କଲେକ୍ସନ୍ ୭୪.୭୫ କୋଟି ଟଙ୍କାରେ ପହଞ୍ଚିଛି।ହୋମି ଅଦଜାନିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କୃତି ସାନନ୍, ରଶ୍ମିକା ମନ୍ଦାନା ଓ ଶାହିଦ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
‘ମା ଇଣ୍ଟି ବଙ୍ଗାରମ୍’
ଦକ୍ଷିଣ ଭାରତୀୟ ଫିଲ୍ମ ‘ମା ଇଣ୍ଟି ବଙ୍ଗାରମ୍’ରେ ସାମନ୍ଥା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ଆକ୍ସନ୍-ଡ୍ରାମା ଫିଲ୍ମ ମୁକ୍ତିଲାଭର ଅଷ୍ଟମ ଦିନରେ ୪.୬୫ କୋଟି ଟଙ୍କା ଆୟ କରିଛି। ଏହା ପୂର୍ବରୁ ସପ୍ତମ ଦିନରେ ଫିଲ୍ମଟି ୨.୬୫ କୋଟି ଟଙ୍କା କଲେକ୍ସନ୍ କରିଥିଲା। ବର୍ତ୍ତମାନ ସୁଦ୍ଧା ଫିଲ୍ମର ମୋଟ ବକ୍ସ ଅଫିସ୍ କଲେକ୍ସନ୍ ୪୦.୫୦ କୋଟି ଟଙ୍କାରେ ପହଞ୍ଚିଛି।ବି. ଭି. ନନ୍ଦିନୀ ରେଡ୍ଡୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଦର୍ଶକଙ୍କ ମଧ୍ୟରେ ଭଲ ପ୍ରତିକ୍ରିୟା ପାଉଛି।
ମେ ୱାପସ୍ ଆଉଙ୍ଗା’ ଓ ‘ପେଦ୍ଦି’ର ବକ୍ସ ଅଫିସ୍ କଲେକ୍ସନ୍
ଇମତିଆଜ ଅଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମେ ୱାପସ୍ ଆଉଙ୍ଗା’ ମୁକ୍ତିଲାଭର ୧୫ତମ ଦିନରେ ୨.୮୫ କୋଟି ଟଙ୍କା ଆୟ କରିଛି। ଏହା ପୂର୍ବରୁ ୧୪ତମ ଦିନରେ ଫିଲ୍ମଟି ୨.୩୫ କୋଟି ଟଙ୍କା କଲେକ୍ସନ୍ କରିଥିଲା। ବର୍ତ୍ତମାନ ସୁଦ୍ଧା ଫିଲ୍ମର ମୋଟ ବକ୍ସ ଅଫିସ୍ କଲେକ୍ସନ୍ ୩୭.୬୫ କୋଟି ଟଙ୍କାରେ ପହଞ୍ଚିଛି। ଏହି ଫିଲ୍ମରେ ଦିଲଜିତ୍ ଦୋସାଞ୍ଜ, ନସିରୁଦ୍ଦିନ ଶାହ, ବେଦାଙ୍ଗ ରୈନା ଓ ଶର୍ବରୀ ୱାଘ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଅନ୍ୟପକ୍ଷରେ, ଦକ୍ଷିଣ ଭାରତୀୟ ଫିଲ୍ମ ‘ପେଦ୍ଦି’ ମୁକ୍ତିଲାଭର ୨୩ତମ ଦିନରେ ୧.୦୫ କୋଟି ଟଙ୍କା ଆୟ କରିଛି। ୨୨ତମ ଦିନରେ ଏହା ୮୮ ଲକ୍ଷ ଟଙ୍କା କଲେକ୍ସନ୍ କରିଥିଲା। ବୁଚ୍ଚି ବାବୁ ସାନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମୋଟ ବକ୍ସ ଅଫିସ୍ ଆୟ ୨୩୮.୩୦ କୋଟି ଟଙ୍କାରେ ପହଞ୍ଚିଛି। ଫିଲ୍ମରେ ରାମଚରଣ ଓ ଜାହ୍ନବୀ କପୁର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।