Daily Horoscope 2nd Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Aug 02, 2026 - 10:01
Daily Horoscope 2nd Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-        

ଅଶ୍ୱିନୀ- କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିପାରନ୍ତି। ବ୍ୟବସାୟ ସ୍ଥଳରେ ଉଚ୍ଚ ଅଧିକାରୀମାନଙ୍କ ସହିତ ଆବଶ୍ୟକ ଚର୍ଚ୍ଚା ସାମିଲ ହେବାର ସୁଯୋଗ ପ୍ରାପ୍ତ ହେବ। 
ଦ୍ୱିଜା- ରାଜନୈତିକ କ୍ଷେତ୍ରରେ କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ବିଦ୍ୟା କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। 
କୃତିକା- ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି। କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ।

ବୃଷ-

କୃତିକା- ଜୀବନ ଶୈଳୀରେ ସାବଧାନତା ଅବଲମ୍ବନ କଲେ ସବୁ ପୁରୁଣା ରୋଗରୁ ମୁକ୍ତି ମିଳିବ। ପରିବାରରେ ହସଖୁସିର ବାତାବରଣ ଖେଳିଯିବ। ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ।    
ରୋହିଣୀ- ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। କର୍ମ କ୍ଷେତ୍ରରେ ନିଜର ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ପିଲାମାନେ ପାଠପଢା ପ୍ରତି ବିମୁଖ ହେବେ।
ମୃଗଶିରା- ଜମିଜମା ବିବାଦରେ ବିଜୟୀ ହେବେ। ମହିଳାମାନେ କୈାଣସି କ୍ଷେତ୍ରରେ ସମ୍ମାନିତ ହୋଇ ପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ।

ମିଥୁନ-

ମୃଗଶିରା-ପରିବାରରେ ଜଗିରଖି ନଚଳିଲେ କଳହ ସୃଷ୍ଟି ହେବାର ସମ୍ଭାବନା ଅଛି। ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସ କରିବେ। ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବେ।
ଆଦ୍ରା- କୌଣସି କାମରେ ତରବର ହେଲେ ଅସୁବିଧାରେ ପଡିପାରନ୍ତି। ଈର୍ଷାପରାୟଣ ବନ୍ଧୁଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଅସ୍ଥିର କରିବ। ରାଜନୀତିରେ ସଫଳତା ମିଳିବ। 
ପୁନର୍ବସୁ- ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିପାରନ୍ତି। ସାମସ୍ୟାଗୁଡିକର ସରଳ ସମାଧାନ କରିବାରେ ସମର୍ଥ ହେବେ। ଆର୍ଥିକ ସ୍ଥିତି ସୁଦୃଢ ହେବ। 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

କର୍କଟ-

ପୁନର୍ବସୁ- ପ୍ରତ୍ୟେକ କାମକୁ ଦକ୍ଷତାର ସହ ସମ୍ପାଦନ କରିବାରେ ପ୍ରେରଣା ଯୋଗାଇବ। ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମକୁ ଚଳାଇ ନେବେ।
ପୁଷ୍ୟା- ଚାକିରୀରେ ବ୍ୟତିକ୍ରମ ଦେଖାଦେଇ ପାରେ। ରାଜନୀତିରେ ପଦମର୍ଯ୍ୟାଦା ମିଳିବ। ଛାତ୍ରଛାତ୍ରୀମାନେ ପାଠ ପଢା କ୍ଷେତ୍ରରେ ପଛୁଆ ରହିପାରନ୍ତି।
ଅଶ୍ଲେଷା-ନିର୍ବାଚନ କ୍ଷେତ୍ରରେ ଶତ୍ରୁମାନଙ୍କୁ ମୁକାବିଲା କରି ପାରିବେ। ସମ୍ପତି ବଢାଇବାର ଯୋଜନା ସଫଳ ହେବ। ମହିଳା ମାନେ ଅଳ୍ପ ପ୍ରୟାସରେ କାମ ପୂର୍ଣ୍ଣ କରିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

ସିଂହ-

ମଘା- ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ପେଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟରୁ ଲାଭ ପାଇପାରନ୍ତି। 
ପୂ,ଫାଲଗୁନି- ରାଜନୀତିରେ ବିରୋଧୀମାନେ ଦୂରେଇଯିବା ଫଳରେ ଅନେକ ଶୁଭ କର୍ମର ସୁଯୋଗ ପାଇବେ। ମାନସିକ ସ୍ଥିତି ଭଲ ରହିବା ସହିତ ଶରୀର ସୁସ୍ଥ ରହିବ। ମଧୁର ବଚନକୁ ନିଜର ଭୂଷଣ ଭାବି କର୍ମ କରିଲେ ଲାଭବାନ ହେବେ ।
ଉ,ଫାଲଗୁନି- ମାଲିମକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ପୈତୃକ ସମ୍ପତ୍ତିରେ ସମସ୍ୟା ଦେଖାଦେଇପାରେ। ଗୁରୁଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ।

କନ୍ୟା-

ଉ,ଫଳଗୁନି- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇପାରେ। ଶିଳ୍ପ କ୍ଷେତ୍ରରେ ଶୁଭଫଳ ଲାଭ କରିବେ। କାର୍ଯ୍ୟରେ ସଫଳତା ମିଳିବାରୁ ମନ ପ୍ରସନ୍ନ ରହିବ।
ହସ୍ତା- କର୍ମକ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଂଶସା ବାଣୀ ଶୁଣିବେ ଓ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ। ଛାତ୍ରଛାତ୍ରୀମାନେ ପଢାରେ ମନୋନିବେଶ କରିବେ।
ଚିତ୍ରା- ଆଇନ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। ସରକାରୀ କର୍ମଚାରୀ ମାନେ ଉତ୍ତମ କାର୍ଯ୍ୟକରି ପ୍ରଶଂସା ପାଇବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର -  ବୁଧଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

ତୁଳା-

ଚିତ୍ରା- ନିଜର ପ୍ରଭାବ ଓ ପରାକ୍ରମ ବଢିବା ସହ ପ୍ରଶଂସିତ ହେବେ। ଜନସେବାରେ ନିଜକୁ ନିୟୋଜିତ କରି ଅନ୍ୟର ଦୁଃଖଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ପୁରୁଣା ସମ୍ପର୍କରେ ତିକ୍ତତା ଆସିପାରେ।
ସ୍ୱାତୀ- ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢାପଢିରେ ମନଯୋଗ ଦେଇ ଉଚ୍ଚ ଶିକ୍ଷାରେ ସଫଳତା ହାସଲ କରିବେ। ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ବନ୍ଧୁ ବାନ୍ଧବଙ୍କ ଦ୍ୱାରା କୌଣସି ଜଟିଳ ସମସ୍ୟାର ସମାଧାନ କରିବେ। 
ବିଶାଖା- ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରି ବିପଦରେ ପଡିବେ। ଆପଣଙ୍କ ପାଇଁ ଆଜି ଦିନଟି କୌତୁହଳ ଜନକ ରହିବ। ବନ୍ଧୁ ମେଳରେ ପ୍ରଶଂସିତ ହେବେ।     
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ।

ବିଛା-

ବିଶାଖା- ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ। ଉତ୍ତମ ବୁଝାବଣା ମାଧ୍ୟମରେ ପରିବାରିକ ଜୀବନ ମଧୁମୟ ରହିବ।
ଅନୁରାଧା- କୈାଣସି ବରିଷ୍ଠ ନେତାଙ୍କ ପରାମର୍ଶରେ ନିର୍ବାଚନର ସୁଯୋଗ ପାଇପାରନ୍ତି। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ ହେବେ। ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ।
ଜ୍ୟେଷ୍ଠା- କୋର୍ଟ କଚେରୀର ଶୁଣାଣି ଆଜି ସ୍ଥିର ହୋଇପାରେ। ସାମ୍ବାଦିକତା କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଦିନଟି ଶୁଭ ହୋଇପାରେ। ନିଜ ମନରେ ନକାରାତ୍ମକ ଚିନ୍ତାକୁ ଆସିବାକୁ ଦିଅନ୍ତୁ ନାହିଁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା ପାଠ କରନ୍ତୁ।

ଧନୁ-

ମୂଳା- ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି ସାଧାରଣ ବର୍ଗଙ୍କ ଯୋଗେ ପରିସ୍ଥିତିକୁ ନିଜ ତରଫରେ ନେଇ, ସ୍ୱାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।         
ପୂ,ଷାଢା- ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ପରିଶ୍ରମ କରି ଉଚିତ୍ ମୂଲ୍ୟ ପାଇବେ। ଦିନସାରା କାର୍ଯ୍ୟରେ ବ୍ୟସ୍ତ ରହିବେ। ଆପଣଙ୍କ ପ୍ରିୟ ଆପଣଙ୍କୁ ଉପହାର ଦେଇପାରନ୍ତି। 
ଉ,ଷାଢା- ବାଦବିବାଦ ମାଲିମକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି। ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି। ବିଳାସ ବେସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ।

ମକର-

ଉ,ଷାଢା- ପାରିବାରିକ ଖର୍ଚ୍ଚ ବିଶେଷ ବୃଦ୍ଧି ପାଇବା ହେତୁ ଚିନ୍ତିତ ରହିବେ। କର୍ମକ୍ଷେତ୍ର ଭଲ ରହିଲେ ମଧ୍ୟ ପିଲାମାନଙ୍କ ସକାଶେ ମନ ଅସ୍ଥିର ରହିବ। ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ।
ଶ୍ରବଣା- ଦମ୍ପତିମାନଙ୍କର ସନ୍ତାନ ଲାଭର ଯୋଗ ରହିଛି। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ଅତୀତ ଘଟଣା ବିଷୟରେ ଚିନ୍ତା କରି ମନ ଭଲ ଲାଗିବ ନାହିଁ।
ଧନିଷ୍ଠା- ଶିକ୍ଷାକ୍ଷେତ୍ରରେ ଉନ୍ନତି କରିବା ସହିତ ସାଂସ୍କୃତିକ କାର୍ଯ୍ୟରେ ଲୋକପ୍ରିୟତା ଅର୍ଜନ କରିବେ। ସାମାଜିକ ସଂସାର କାମରେ ସହଯୋଗ କରିବେ। ମହିଳାମାନଙ୍କର ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ହେତୁକ ମନ ଉଦ୍‌ବିଗ୍ନ ରହିବ।  
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର – କାଳୀଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ।

କୁମ୍ଭ-

ଧନିଷ୍ଠା-ପରିବାରରେ ଜଟିଳ ପରିସ୍ଥିତି ଦେଖାଦେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଅର୍ଥ ସମ୍ପର୍କିତ ଚୁକ୍ତି ପତ୍ର କଲେ ଲାଭବାନ୍ ହେବେ। ନୂଆଲକ୍ଷ୍ୟ ପୂରଣ ପାଇଁ ସାହାଯ୍ୟ ସହଯୋଗ ମିଳିପାରେ। 
ଶତଭିଷା- ଧାର୍ମିକ ଚିନ୍ତାରୁ ଲାଭ ପାଇବେ। ଧୈର୍ଯ୍ୟ ସହ କାର୍ଯ୍ୟ କଲେ ସଫଳତା ହାସଲ କରିବେ। ବିଦ୍ୟାର୍ଥୀମାନେ ପ୍ରତିଯୋଗୀତା ପରୀକ୍ଷାରେ ସଫଳ ହେବେ। ରାଜନୈତିକ କ୍ଷେତ୍ରରେ ଶତ୍ରୁମାନଙ୍କ ଠାରୁ ଦୂରେଇ ରହିବା ଭଲ।
ପୂ,ଭାଦ୍ରପଦ- ଉପସ୍ଥିତି ବୁଦ୍ଧି ଓ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ଘରେ ପୂଜା ପାଠ ଓ ବିଭିନ୍ନ ଶୁଭ କାର୍ଯ୍ୟରେ ଯୋଗ ଦେବେ। ପରିବହନରେ କ୍ଷତି ଆଶଙ୍କା ଅଛି। 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ।

ମୀନ-

ପୂ,ଭାଦ୍ରପଦ- ଡାଇବେଟିସ୍ ଜନିତ ସମସ୍ୟା ଦୂର ହୋଇପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ। ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ।
ଉ,ଭାଦ୍ରପଦ- ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ। ବିଜ୍ଞାନ ଛାତ୍ରଛାତ୍ରୀ ସଫଳତା ପାଇବେ। ରାଜନୀତିରେ ସମସ୍ତଙ୍କ ପ୍ରତି ନମ୍ର ବ୍ୟବହାର ରହିବ। ଟଙ୍କା ନିବେଶ କରିଲେ ଆଶାତୀତ ଲାଭ ପାଇବେ।
ରେବତୀ- ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ମହିଳାମାନେ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ବାକି ପଡିଥିବା ପାଉଣା ଫେରି ପାଇବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।