Daily Horoscope 1st Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ
ଅଶ୍ୱନୀ – ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସମ୍ବାଦ ପାଇବେ। ପ୍ରେମୀଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବା ସହିତ ଉଭୟ ଉଭୟଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବେ ।
ଦ୍ୱିଜା – ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ବିଦ୍ୟାର୍ଥୀମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖିବା ଜରୁରୀ ଅଟେ। ସରକାରୀ କ୍ଷେତ୍ରରୁ ବିପୁଳ ପରିମାଣର ଟଙ୍କା ପାଇପାରିବେ।
କୃତିକା – ଏକାଡେମିକ୍ କାର୍ଯ୍ୟ ଉପରେ ଧ୍ୟାନ ରଖିବା ଉଚିତ୍। ଆୟର ଉତ୍ସ ବୃଦ୍ଧି ପାଇବା ଫଳରେ , ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭ କାର୍ଯ୍ୟରେ ଖର୍ଚ୍ଚ କରି ପାରନ୍ତି। ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ।
ବୃଷ-
କୃତିକା- ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ବନ୍ଧୁଙ୍କ ସାହାଯ୍ୟ ଦ୍ୱାରା କଠିନ କାର୍ଯ୍ୟ କରିବେ। ବୃଦ୍ଧି ବିଦ୍ୟାର ଉତ୍ତମ ଉପଯୋଗ କରି କାର୍ଯ୍ୟରେ ସଫଳତା ପାଇବେ। ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ରୋହିଣୀ- କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ଚାକିରି ସମ୍ବନ୍ଧୀୟ ଭଲ ଖବର ମିଳିପାରେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ।
ମୃଗଶିରା- ସଡକ ଦୁର୍ଘଟଣାର ସମ୍ଭାବନା ରହିଛି। ଭୂ- ସମ୍ପତ୍ତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ। ମହିଳାମାନେ ଅତିଥି ଚର୍ଚ୍ଚାରେ ସମୟ ବିତାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ।
ମିଥୁନ
ମୃଗଶିରା - ଖାଦ୍ୟ ପେୟରେ ସତର୍କତା ଅବଲମ୍ବନ କରିବା ସହିତ ମାନସିକ ଚାପରୁ ଦୂରେଇ ରୁହନ୍ତୁ। ଅଚିହ୍ନା ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ।
ଆଦ୍ରା - ଆପଣଙ୍କର ଦାମ୍ପତ୍ୟ ଜୀବନକୁ ସରସ ସୁନ୍ଦର କରିବେ। ମନରେ ସାହସ ବାନ୍ଧି କୈାଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ। ଶିକ୍ଷାକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି କ୍ୟାରିୟରରେ ସଫଳତା ଆଡକୁ ଅଗ୍ରସର ହେବେ।
ପୁନର୍ବସୁ - ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ରାଜନୀତିରେ କୈାଣସି କାମକୁ ହାତକୁ ନେବେ। ଆୟର ଉତ୍ସ ବୃଦ୍ଧି ପାଇବା ସହ ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।
କର୍କଟ-
ପୁନର୍ବସୁ- ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ। ଘରକୁ ବନ୍ଧୁ ଆସିପାରନ୍ତି। କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୁରେଇବା ଭଲ। କାରବାରରେ ଆପଣଙ୍କର ବହୁତ ଲାଭ ହେବ।
ପୁଷ୍ୟା- ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ। ବେପାର ବୃତ୍ତିରୁ ସଫଳତା ହାସଲ କରିବେ। ଜୀବନ ସାଥି ଆପଣଙ୍କର ପ୍ରଂଶସା କରିବେ। ଆଇନ ଛାତ୍ରମାନେ ସମୟର ସଦୁପଯୋଗ କରନ୍ତୁ।
ଅଶ୍ଲେଷା-- ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ। ଭଲ କଥା କହି ବନ୍ଧୁ ମନରେ ବିଶ୍ୱାସ ଆଣିବେ। କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ। ଘରକୁ ସଜାଡିବାରେ ବହୁତ ସମୟ ନେଇପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।
ସିଂହ
ମଘା – ଜୀବାଣୁ ଜନିତ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇ ପାରେ। ସ୍ୱାର୍ଥପରତା ଯୋଗୁ ଅନେକ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ। ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ।
ପୂ , ଫାଲଗୁନି - ନିଜ ପରିବାରକୁ ଅଧିକ ସମୟ ଦେବା ସହିତ ହସ ଖୁସିରେ ସମୟ କାଟିବେ। ଶିକ୍ଷାତ୍ରୀମାନେ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହେବେ। କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ।
ଉ ,ଫାଲଗୁନୀ – କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ, ଶତୃମାନଙ୍କ ଉପଦ୍ରବ ବୃଦ୍ଧି ପାଇବ। ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ। ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ।
କନ୍ୟା
ଉ,ଫାଲଗୁନି- ନିଜ ମନରେ ନୂଆ ନୂଆ ବିଚାର ଆସିପାରେ। ବ୍ୟବସାୟ ସଂପୂର୍ଣ୍ଣ କ୍ଷତିରେ ଚାଲିପାରେ। ଶାରିରୀକ ଦୁର୍ବଳତା ଦେଖାଦେବ। ପାରିବାରିକ ଜୀବନରେ ପତ୍ନୀ ପିଡା ସହ ସନ୍ତାନ ଲାଭର ଯୋଗ ରହିଛି।
ହସ୍ତା- ବିଦ୍ୟାର୍ଥୀମାନେ କିଛି ସଫଳତା ପାଇପାରନ୍ତି। ସରକାରୀ କାମରେ ସଫଳତା ପାଇବେ। ଅଧିକ କ୍ରୋଧ କରି ନିଜର କ୍ଷତି କରିପାରନ୍ତି । ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ।
ଚିତ୍ରା- ମାଲିମକଦ୍ଦମାରେ ସଫଳତା ହାସଲ କରିବେ। ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ। ଲୋକେ ଆପଣଙ୍କ ବ୍ୟକ୍ତିତ୍ୱକୁ ପ୍ରେରଣା ଦେବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସୂର୍ଯ୍ୟଙ୍କୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ।
ତୁଳା -
ଚିତ୍ରା – ହଜମ ଜନିତ ସମସ୍ୟା ସାମାନ୍ୟ ଦେଖା ଦେଇପାରେ। ବିଦେଶରେ ଥିବା ସପଂର୍କୀୟଙ୍କ ସହିତ କଥା ହେବା ପାଇଁ ସୁଯୋଗ ପାଇବେ। ବ୍ୟବସାୟରେ ସମସ୍ୟା ସତ୍ତ୍ୱେ ଲାଭ ଫଳ ଭୋଗ କରିବେ। ଚାକିରୀ କ୍ଷେତ୍ରରେ ଭଲ ବେତନ ପାଇବେ।
ସ୍ୱାତୀ – ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ସହିତ ଭାତୃ ସଂପର୍କରେ ଉନ୍ନତି ଘଟିବ। ନିଜ ବାଲ୍ୟ ବନ୍ଧୁଙ୍କୁ ବିବାହ ପ୍ରସ୍ତାବ ଦେଇପାରନ୍ତି। ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି।
ବିଶାଖା – ଶତ୍ରୁମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି। କୌଣସି କ୍ଷେତ୍ରରେ ଟଙ୍କା ବିନିଯୋଗ କରିବା କ୍ଷତିକାରକ ହୋଇପାରେ। କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭଗବାନ ଶିବଙ୍କର ଦର୍ଶନ କରନ୍ତୁ।
ବିଛା-
ବିଶାଖା- ବାନ୍ଧବୀଙ୍କ ଠାରୁ ଶୁଭ ଖବର ଶୁଣିବାକୁ ପାଇବେ। ଉଦର ରୋଗରେ ଆକ୍ରାନ୍ତ ହେବେ। ସବୁ ସମାଧାନକୁ ଦୃଢ ଭାବରେ ମୁକାବିଲା କରିବେ। ଘରୋଇ ଚାକିରିଆଙ୍କୁ ନୂଆ ପ୍ରକଳ୍ପ ମିଳିବ।
ଅନୁରାଧା- ଦାମ୍ପତ୍ୟ ଜୀବନ ସାମଞସ୍ୟ ବଜାୟ ରହିବ। ଛାତ୍ରଛାତ୍ରୀମାନେ ପଢାପଢିରେ ନିରନ୍ତର ମନ ଦେବେ। ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ।
ଜ୍ୟେଷ୍ଠା- ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ। ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ। ମୁରବୀ ଆପଣଙ୍କୁ କୈାଣସି ଭଲ ପରାମର୍ଶ ଦେଇ ପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା ପାଠ କରନ୍ତୁ।
ଧନୁ
ମୂଳା – ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିପାରେ। ପିତାମାତାଙ୍କ ସାହାଯ୍ୟ ଓ ସହଯୋଗ ପାଇବେ। ବ୍ୟବସାୟ, ବାଣିଜ୍ୟରେ ସ୍ଥିରତା ଅବସ୍ଥା ଲାଗି ରହିବ।
ପୂ , ଷାଢା – ନିଜ କର୍ମକୁ ନେଇ ସମାଜରେ ଜଣେ ଅଭିଜ୍ଞ ତଥା ସମ୍ମାନିତ ବ୍ୟକ୍ତି ହେବେ। ଗୁରୁଜନମାନଙ୍କ ସହିତ ମତାନ୍ତର ହୋଇପାରେ। ସଂପର୍କରେ ସଚ୍ଚୋଟତା ବଜାୟ ରଖିବାକୁ ଚେଷ୍ଟା କରିବେ। ରାଜନୀତିରେ ନୂତନ ସମସ୍ୟାରେ ପୀଡିତ ହେବେ।
ଉ , ଷାଢା – ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ। ମାଲି ମକଦ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇଥାଏ । ଅନ୍ୟମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ।
ମକର-
ଉ,ଷାଢା- କୈାଣସି ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ। ରାଜନୀତିରେ ମନକାମନା ପୂରଣ ହେବ।
ଶ୍ରବଣା- ରାଜନୀତିରେ ସାହସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ। ଅଫିସ୍ କାମରେ ସଂପୂର୍ଣ୍ଣ ବ୍ୟସ୍ତ ରହିବେ। ସାମାଜିକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ ।
ଧନିଷ୍ଠା- କୋର୍ଟ କଚେରୀ ମାମଲାରେ ଖର୍ଚ୍ଚାନ୍ତ ହୋଇ ପାରନ୍ତି। ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ ପଡିପାରେ। ମହିଳାମାନଙ୍କ ମନରେ ନୂଆ ନୂଆ ବିଚାର ଆସିବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳୀଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ
ଧନିଷ୍ଠା – ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କର ବେପରୁଆ ମନୋଭାବ ରହିବ। ସପଂର୍କୀୟମାନଙ୍କ ସହିତ ବନ୍ଧୁତା ସୂତ୍ରରେ ଆବଦ୍ଧ ହୋଇ ପାରନ୍ତି। ସୁଖ, ସମୃଦ୍ଧି ବଢିବ , ମହିଳାମାନେ ସମ୍ମାନିତ ହେବେ। ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ।
ଶତଭିଷା – ବ୍ୟବସାୟରେ ଆଶା କରାଯାଉଥିବା ସଫଳତା ପାଇବାର ସମ୍ଭାବନା ରହିଛି। ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ। ପରିବାର ପ୍ରତି ଆପଣଙ୍କର ଦାୟିତ୍ବ ପୂରଣ କରିବାରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ।
ପୂ , ଭାଦ୍ରପଦ – ପ୍ରିୟ ବ୍ୟକ୍ତିଙ୍କ ପାଇଁ ସଠିକ୍ ମାର୍ଗରେ ବହୁତ କିଛି କରିବାକୁ ଚାହିଁବେ। ପୂର୍ବରୁ ଅର୍ଜିତ କରିଥିବା ସମ୍ପତ୍ତିକୁ ନେଇ କିଛି ବିଶେଷ ଯୋଗନା ପ୍ରସ୍ତୁତ କରିପାରନ୍ତି। କ୍ୟାରିୟରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ।
ମୀନ-
ପୂ,ଭାଦ୍ରପଦ- ମନରେ ଦୁଃଶ୍ଚିନ୍ତା ବଢିବ। ପାରିବାରିକ ମାଙ୍ଗଳିକ କାର୍ଯ୍ୟର ସୂଚନା ମିଳିବ। ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ। କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟ ହାସଲ କରିନେବେ।
ଉ,ଭାଦ୍ରପଦ- ଅଫିସ୍ କାମରେ ବ୍ୟସ୍ତ ରହିବେ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ମିଳିବ। ରାଜନୀତିରେ କିଛି ବିଶେଷ କଥା ଆଲୋଚନା କରିବେ।
ରେବତୀ- ଜମିରେ ନିବେଶ ପାଇଁ ଶୁଭ ରହିବ। ମହିଳାମାନେ ସୁଖୀ ରହିବେ। ଆପଣଙ୍କ ସ୍ୱଭାବ ଆଖପାଖର ବାତାବରଣକୁ ମଜାଦାର କରିବ। ଅନ୍ୟମାନଙ୍କ ସମସ୍ୟାରେ ଆପଣ ବିଚଳିତ ହୋଇପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।