Cyclone Arnab Survivor: ICUରେ ଭର୍ତ୍ତି ହେଲେ ଜମକୁ ମାତଦେଇ ଶିକ୍ଷକ; ୧୫ଦିନ ଧରି ପଥର କୋରଡ଼ରେ ଫସିଥିଲେ

Nov 16, 2026 - 19:37
Cyclone Arnab Survivor: ICUରେ ଭର୍ତ୍ତି ହେଲେ ଜମକୁ ମାତଦେଇ ଶିକ୍ଷକ; ୧୫ଦିନ ଧରି ପଥର କୋରଡ଼ରେ ଫସିଥିଲେ

ବାତ୍ୟା ଅର୍ଣ୍ଣବ ସମୟରେ ଜମକୁ ମାତଦେଇ ଜୀବନ ଜିତିଥିବା ଶିକ୍ଷକ ମୋହନ ମହାରଣା ICU ରେ ଭର୍ତ୍ତି ହୋଇଛନ୍ତି।

ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ନିମୋନିଆ ସହିତ ଅନ୍ୟ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବାରୁ ICU ରେ ଭର୍ତ୍ତି ହୋଇଛନ୍ତି ମୋହନ।

Advertisment ବର୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ଏପଟେ ସ୍ୱାମୀ ନୁଆଁ ଜୀବନ ପାଇଥିବାରୁ ତାଙ୍କ ପତ୍ନୀ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ଶିକ୍ଷକ ମୋହନ ମହାରଣା ଗତ ମାସ 29 ତାରିଖ ଦିନ ରାଇକିଆ ବ୍ଲକ ଦୁବେ ପ୍ରାଥମିକ ବିଦ୍ୟାଳୟରେ ରହିଥିବା ସମୟରେ ହଟାତ ପାହାଡ଼ିଆ ପାଣି ବିଦ୍ୟାଳୟକୁ ମାଡ଼ି ଆସିଥିଲା।

ଏବଂ ସେ ପାଣିରେ ଭାସି ଯାଇ ନିଖୋଜ ହୋଇଥିଲେ।

ଦୀର୍ଘ ୧୫ ଦିନ ଧରି ପଥର କୋରଡ଼ରେ ପଡ଼ିରହିଥିବା ବେଳେ ତାଙ୍କୁ ରତଙ୍ଗି ଗ୍ରାମର ଦୁଇ ଜଣ ଗାଈ ଚାରାଳି ଦେଖି ରାଇକିଆ ପୋଲିସକୁ ଖବର ଦେଇଥିଲେ।

ଏବଂ ରାଇକିଆ ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।

Advertisment ICUରେ ଭର୍ତ୍ତି ହେଲେ ଜମକୁ ମାତଦେଇ ଶିକ୍ଷକ ବାତ୍ୟା ଦାଉରୁ ଜୀବନ ଜିତିଥିବା ଶିକ୍ଷକ ମୋହନ ମହାରଣା ୧୫ଦିନ ଧରି ପଥର କୋରଡ଼ରେ ଫସିଥିଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)