Cyclone Arnab Effect: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ବଲାଙ୍ଗୀରରେ ଲଗାଣ ବର୍ଷା: ଚିନ୍ତାରେ ଚାଷୀ; ପାଚିଲା ଧାନ ନଷ୍ଟ ଆଶଙ୍କା

Oct 28, 2026 - 11:07
Cyclone Arnab Effect: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ବଲାଙ୍ଗୀରରେ ଲଗାଣ ବର୍ଷା: ଚିନ୍ତାରେ ଚାଷୀ; ପାଚିଲା ଧାନ ନଷ୍ଟ ଆଶଙ୍କା

ଧଣ୍ଡାମୁଣ୍ଡା: ଲଘୁଚାପ ତଥା ସାମୁଦ୍ରିକ ଘୂର୍ଣ୍ଣିବଳୟ 'ଅର୍ଣ୍ଣବ'ର ପ୍ରଭାବରେ ସମଗ୍ର ବଲାଙ୍ଗୀର ଜିଲ୍ଲା ସମେତ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଲଗାଣ ଝିପିଝିପି ବର୍ଷା ଜାରି ରହିଛି।

ଅଦିନିଆ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ବ୍ୟାହତ ହୋଇପଡ଼ିଥିବା ବେଳେ ଏହାର ପ୍ରଭାବ କୃଷି କ୍ଷେତ୍ର ଉପରେ ଦ୍ୱିମୁଖୀ ପ୍ରଭାବ ପକାଇଛି।

ଗୋଟିଏ ପଟେ ଅମଳକ୍ଷମ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଚାଷୀଙ୍କ ମୁଣ୍ଡରେ ଚିନ୍ତାର କାରଣ ହୋଇଥିବା ବେଳେ, ଅନ୍ୟପଟେ ଜଳାଭାବରେ ଶୁଖିଯାଉଥିବା ଚାଷଜମି ପାଇଁ ଏହି ବର୍ଷା ସଞ୍ଜୀବନୀ ସଦୃଶ ହୋଇଛି।

ଦୈନନ୍ଦିନ ଜୀବନଯାତ୍ରା ଠପ୍ ଗତ ଦୁଇ ଦିନ ଧରି ଲାଗି ରହିଥିବା ଅବିରତ ବର୍ଷା ଯୋଗୁଁ ରାସ୍ତାଘାଟ ଶୂନଶାନ୍ ହୋଇପଡ଼ିଛି।

ଖପ୍ରାଖୋଲ ବଜାର ସମେତ ଗ୍ରାମାଞ୍ଚଳର ହାଟ-ବଜାରରେ ଚଳପ୍ରଚଳ କମିଯାଇଛି।

ଦୈନିକ ମଜୁରିଆ, ଉଠା ଦୋକାନୀ ଏବଂ ଛୋଟ ବ୍ୟବସାୟୀମାନେ ରୋଜଗାର ହରାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ତାପମାତ୍ରା ହଠାତ୍ ହ୍ରାସ ପାଇବା ଫଳରେ ଗ୍ରାମାଞ୍ଚଳରେ ଥଣ୍ଡାର ପ୍ରକୋପ ମଧ୍ୟ ବୃଦ୍ଧି ପାଇଛି।

ଚାଷୀ ମହଲରେ ଦ୍ୱନ୍ଦ୍ୱ।

କାନ୍ଦୁଛି ପାଚିଲା ଧାନ, ହସୁଛି ଶୁଖିଲା କ୍ଷେତ ଅମଳକ୍ଷମ ଫସଲ ନଷ୍ଟ ହେବା ଆଶଙ୍କା ବର୍ତ୍ତମାନ ସମୟରେ ଅଞ୍ଚଳର ଅନେକ ସ୍ଥାନରେ ଆଗୁଆ ଧାନ ପାଚି ଅମଳ ଅବସ୍ଥାରେ ପହଞ୍ଚିଛି।

ଲଗାଣ ବର୍ଷା ଏବଂ ଓଦା ମାଟି ଯୋଗୁଁ ଧାନ ଗଛ ଶୋଇପଡ଼ିବା ଓ କ୍ଷେତରେ ଧାନ ଗଜା ହୋଇ ନଷ୍ଟ ହୋଇଯିବା ଆଶଙ୍କା ଦେଖାଦେଇଛି।

ବର୍ଷ ତମାମ ପରିଶ୍ରମ ଓ ଋଣ କରି ଚାଷ କରିଥିବା କୃଷକମାନେ ଫସଲ ହାନି ଆଶଙ୍କାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

Advertisment ଶୁଖିଲା ଜମି ପାଇଁ ଅମୃତ ଧାରା: ଏହାର ବିପରୀତରେ, କିଛି ଦିନ ପୂର୍ବେ ଅଞ୍ଚଳରେ ଲାଗିରହିଥିବା ପ୍ରଚଣ୍ଡ ଖରା ଓ ଅନାବୃଷ୍ଟି ଯୋଗୁଁ ଉଚ୍ଚା ଏବଂ ଅଣଜଳସେଚିତ ଜମିଗୁଡ଼ିକ ଶୁଖି ଫାଟି ଆଁ କରିଥିଲା।

ପାଣି ଅଭାବରୁ ଯେଉଁ ଧାନ ଫସଲ ଗର୍ଭାବସ୍ଥା ବା ଥୋଡ଼ ବାହାରିବା ସମୟରେ ଶୁଖି ନଷ୍ଟ ହେବାକୁ ବସିଥିଲା, ସେହି ଜମିଗୁଡ଼ିକ ପାଇଁ 'ଅର୍ଣ୍ଣବ'ର ଏହି ବର୍ଷା ଅମୃତ ସମାନ ସାବ୍ୟସ୍ତ ହୋଇଛି।

ଜମିରେ ଆବଶ୍ୟକୀୟ ଆର୍ଦ୍ରତା ଫେରିଆସିଥିବାରୁ ଏହି ଧାନ ସଠିକ୍ ଭାବେ ଅମଳ ହୋଇପାରିବ ବୋଲି ସ୍ଥାନୀୟ ଚାଷୀମାନେ ଆଶା ପ୍ରକାଶ କରିଛନ୍ତି।

ପ୍ରଶାସନିକ ସହାୟତା ପାଇଁ ଦାବି ବର୍ଷା ଜାରି ରହିଲେ ତଳିଆ ଜମିରେ ପାଣି ଜମି ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି।

ଏଣୁ କୃଷି ବିଭାଗ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁ ଏବଂ କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷୀଙ୍କ ପାଇଁ ଉଚିତ ସହାୟତା ତଥା ପରାମର୍ଶ ଯୋଗାଇ ଦେଉ ବୋଲି ସ୍ଥାନୀୟ କୃଷକ ସଂଗଠନ ପକ୍ଷରୁ ଦାବି ହୋଇଛି।

Gas Tank Explosion: ନୀଳଗିରି ପେଟ୍ରୋଲ ପମ୍ପରେ ଅଘଟଣ: ପୁରୁଣା ତେଲ ଟାଙ୍କି କାଟିବା ବେଳେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ଜଣେ ମୃତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)