Cyclone Akwan's Landfall Countdown Begins: ଆଜି ଭୀଷଣ ବାତ୍ୟା ହେବ ଅକୱାନ, ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ ଆଶଙ୍କା
ଆଜି ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା 'ଅକୱାନ'।
ଦକ୍ଷିଣ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି ବାତ୍ୟା।
ଘଣ୍ଟା ପ୍ରତି ୩ କିଲୋମିଟର ବେଗରେ ଆଗକୁ ବଢୁଛି।
ବର୍ତ୍ତମାନ ଏହା ଚେନ୍ନାଇଠାରୁ ୬୧୦ କିଲୋମିଟର ଦୂର ଏବଂ ତ୍ରିକୋମାଲି ଠାରୁ ୬୩୦ କିଲୋମିଟର ଦୂରରେ ରହିଛି ।
ସେହିଭଳି ମଛିଲିପଟ୍ଟନମ ଠାରୁ ୬୬୦ କିଲୋମିଟର ଦୂର ଓ ବିଶାଖାପଟନମ୍ ଠାରୁ ୬୭୦ରେ ରହିଛି ।
ଗୋପାଳପୁରରୁ ୭୯୦ କିଲୋମିଟର ଦୂରରେ ରହିଛି ବାତ୍ୟା।
Advertisment ଆଜି ଭୀଷଣ ବାତ୍ୟାର ରୂପ ନେବା ପରେ ଅଧିକ ଘନୀଭୂତ ହେବ।
୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।
ପରେ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନେଲୋର ଏବଂ ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ।
ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନ ୧୪୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ।
ବାତ୍ୟା ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷିବ।
୧୮ ତାରିଖରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ନେଇ ସତର୍କ ସୂଚନା।
ଆଜି ଭୀଷଣ ବାତ୍ୟାର ରୂପ ନେବା 'ଅକୱାନ' ଘଣ୍ଟା ପ୍ରତି ୩ କିମି ବେଗରେ ଆଗକୁ ବଢୁଛି ବାତ୍ୟା ଆଜି ଭୀଷଣ ବାତ୍ୟା, ୧୯ରେ ଅତି ଭୀଷଣ ବାତ୍ୟା ୨୦ ମଧ୍ୟାହ୍ଣରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଆନ୍ଧ୍ରପ୍ରଦେଶର ନେଲୋର ଏବଂ ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୨୦ରୁ ୧୩୦କିମି, ଝଟକା ପବନ ୧୪୫କିମି Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
