Cyclone Akvan Destroys Odisha Farmers' Hopes: ଅକୱାନ ଛଡ଼ାଇନେଲା ଚାଷୀଙ୍କ ଦାନାପାଣି, ଅମଳ ବେଳେ ଉଜୁଡ଼ିଗଲା ସବୁ ସ୍ୱପ୍ନ

Nov 21, 2026 - 20:00
Cyclone Akvan Destroys Odisha Farmers' Hopes: ଅକୱାନ ଛଡ଼ାଇନେଲା ଚାଷୀଙ୍କ ଦାନାପାଣି, ଅମଳ ବେଳେ ଉଜୁଡ଼ିଗଲା ସବୁ ସ୍ୱପ୍ନ

ପାଣିରେ ଭାସୁଛି ପାଚିଲା ଧାନ।

କିଆରିରେ ଆଣ୍ଠୁଏ ପାଣି।

ଧୋଇଯାଇଛି ବର୍ଷକର ଆହାର।

ଚାଷୀର ଅଣ୍ଟା ଭାଙ୍ଗିଥିଲା ଅର୍ଣ୍ଣବ, ମେରୁଦଣ୍ଡ ଭାଙ୍ଗି ଦେଲା ଅକୱାନ।

ପ୍ରବଳ ବର୍ଷାରେ ମାଟିରେ ମିଶିଯାଇଛି ଗଞ୍ଜାମ ଦିଗପହଣ୍ଡିର ଚାଷୀଙ୍କ ଅମଳ ଧାନ।

ଖରା ବର୍ଷା, ମେଘ ପବନକୁ ଖାତିର ନ କରି ଚାଷୀ ଫଳାଇ ଥିଲା ସୁନାର ଫସଲ।

ସାର ଅଭାବି ବିକ୍ରିର ସାମ୍ନା କରିଥିଲା, ବର୍ଷା ଅଭାବରୁ ରାତି ଦିନ ପମ୍ପ ଲଗାଇ ପାଣି ଦେଇଥିଲା ଜମିକୁ।

ରାତି ଅନିଦ୍ରା ରହି ବନ୍ୟ ଜନ୍ତୁଙ୍କୁ ଠାରୁ ବଂଚାଇଥିଲା ଫସଲକୁ।

ହେଲେ ଅମଳ ବେଳକୁ ସବୁ ଛଡାଇନେଲା ବାତ୍ୟା।

Advertisment ଫସଲ ଆରମ୍ଭରେ ଉଜାଡି ଥିଲା ବନ୍ୟା ପାଣି, ଏବେ ଅମଳ ବେଳେ ଭଗାରୀ ସାଜିଲା ବାତ୍ୟା।

ବିଲରେ ଉଜୁଡା ଧାନ ଫସଲର ଏଚିତ୍ର ଭଦ୍ରକ ବାସୁଦେବପୁରର।

ବଂଚିଥିବା ଫସଲକୁ ପାଣିରୁ ସାଉଁଟୁଛି ଚାଷୀ।

ବିଲକୁ ଦେଖିଲେ ଘାରୁଛି ପରିବାର ଚିନ୍ତା।

ଋଣ ପରିଷୋଧ କରିବ କେମିତି ପଡିଛି ଚଡକ।

ଆଉ ଦିନ ୧୦ଟା ପରେ ଧାନ କାଟିଥାନ୍ତା ଚାଷୀ।

ଋଣ କରି ଟଙ୍କା ଯୋଗାଡ କରିଥିଲା, ଲୋକ ବି ପ୍ରସ୍ତୁତ ଥିଲେ।

ହେଲେ ଅମଳ ପୂର୍ବରୁ ଫସଲ ଖାଇଗଲା ବର୍ଷା ପାଣି।

ତିନି ଦିନ ଯାଇନି ଧାନ ଗଜା ହେବାକୁ ବସିଲାଣି।

ବିଲରେ ଉଜୁଡା ଫସଲକୁ ଦେଖି ବାଙ୍କୀ ନୂଆ ଗାଁ ଚାଷୀକୂଳ ହତାଶ। (ଜଗତସିଂହପୁର) ଜଗତସିଂହପୁରରେ ବି ସମାନ ସ୍ଥିତି।

ପବନ ମାଡରେ ବିଲରେ ଲୋଟି ପଡିଛି ଫସଲ।

ପାଣିରେ ବୁଡି ନଷ୍ଟ ପ୍ରାୟ।

ଏଥର ଜିଲ୍ଲାରେ ୮୦ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଫଳାଇଥିଲେ ଚାଷୀ।

ଫସଲ ଭଲ ହୋଇଥିଲା।

ହେଲେ ଅମଳ ପୂର୍ବରୁ ମାଡିଯାଇଛି ପାଣି।

Advertisment ଖାଲି ଧାନ କାହିଁକି ବାତ୍ୟା ମାଡରେ ଉଜୁଡିଯାଇଛି ପରିବା ଚାଷ।

ବିଲବାଡରେ ଦୁର୍ଦ୍ଦଶାର ଏଚିତ୍ର ବାଲେଶ୍ବର ଜିଲ୍ଲା ଭୋଗରାଇର।

ସୁବର୍ଣ୍ଣରେଖାରେ ଚାରି ଚାରି ଥର ବନ୍ୟା ଆସି ଧୋଇନେଇଥିଲା ଫସଲ, ଏବେ ସବୁ ସାରିଦେଇଛି ଅକୱାନ।

କାକୁଡ଼ି ଓ ବାଇଗଣ ଗଛରେ ଫଳ ଆସିଥିବା ବେଳେ, ବିଲାତିରେ ଫୁଲ ଧରିବା ଆରମ୍ଭ ହୋଇଥିଲା।

୧୦ ଦିନ ଗଲେ ଅମଳ ହୋଇଥାନ୍ତା ବନ୍ଧାକୋବି ଓ ଫୁଲକୋବି।

ଏବେ ପରିବା ବାଡ଼ିରେ ଆଣ୍ଠୁଏ ପାଣି।

ମକା ଫସଲର ବି ଅବସ୍ଥା ସମାନ।

ପାଣିରେ ବୁଡି କିଛି ପଚିଗଲାଣି, ଆଉ କିଛି ଗଜା ହୋଇଗଲାଣି।

ଯେତକ ବଂଚିଛି ତାହା ବି ବିକ୍ରି ହୋଇପାରିବନି।

ଗଜପତି ଜିଲ୍ଲା ମୋହନାର ଏକକ ଏକର ମକା ଫସଲ ନଷ୍ଟ ହୋଇଯାଇଛି ବାତ୍ୟାରେ।

ସାହୁକାର ଠାରୁ ଆଣିଥିବା ଋଣ କିଭଳି ସୁଝିବେ, ପରିବାର କେମିତି ଚଳାଇବେ ସେହି ଚିନ୍ତାରେ ଭାଙ୍ଗି ପଡ଼ିଛି ଚାଷୀ l ଏପଟେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଇନପୁଟ୍ ସବସିଡି ମିଳିବ।

ଓଦା ହୋଇଥିବା ଧାନ ଫସଲ ପାଇଁ ବି ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ।

ବାତ୍ୟା ଅର୍ଣ୍ଣବ ଦାଉରୁ ଯେତିକି ବଂଚିଥିଲା ତାକୁ ସଫା କରିଦେଇଛି ଅକୱାନ।

ଏବେ ଚାଷୀ ଅପେକ୍ଷା କରିଛି କ୍ଷତିପୂରଣକୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)