Cyclone Akvan:  ଗଜପତିରେ ୧୫୫ଟି ଭୂସ୍ଖଳନପ୍ରବଣ ସ୍ଥାନ, ୪୭ଟି ବନ୍ୟାପ୍ରବଣ ଅଞ୍ଚଳ ଚିହ୍ନଟ

Nov 18, 2026 - 16:23
Cyclone Akvan:  ଗଜପତିରେ ୧୫୫ଟି ଭୂସ୍ଖଳନପ୍ରବଣ ସ୍ଥାନ, ୪୭ଟି ବନ୍ୟାପ୍ରବଣ ଅଞ୍ଚଳ ଚିହ୍ନଟ

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ସମ୍ଭାବ୍ୟ ବାତ୍ୟା 'ଅକଭାନ'କୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ବାତ୍ୟା ସହ ପ୍ରବଳ ବର୍ଷା ଏବଂ ତତ୍‌ଜନିତ ଭୂସ୍ଖଳନ ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଧନଜୀବନ ସୁରକ୍ଷା, ଲୋକଙ୍କ ସ୍ଥାନାନ୍ତର, ରିଲିଫ୍‌ ବଣ୍ଟନ ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ବ୍ୟବସ୍ଥା କରାଯାଇଛି।

ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ କ'ଣ ସବୁ ପ୍ରସ୍ତୁତି ହୋଇଛି, ସେ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ।

Advertisment ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଗଜପତି ଜିଲ୍ଲା ପାଇଁ ନଭେମ୍ବର ୧୮ ଓ ୧୯ ତାରିଖରେ ୟେଲୋ ୱାର୍ଣ୍ଣିଂ ଏବଂ ୧୯ରୁ ୨୦ ଓ ୨୦ରୁ ୨୧ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ସେ ସୂଚନା ଦେଇଛନ୍ତି।

ଏହି ସମୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଗ୍ରାମାଞ୍ଚଳରେ ମାଇକ୍‌ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି।

ବିଶେଷକରି ଚାଷୀମାନେ ଜମିରେ ପାଚି ରହିଥିବା ଧାନକୁ ତୁରନ୍ତ ଅମଳ କରି ସୁରକ୍ଷିତ ଓ ଉଚ୍ଚ ସ୍ଥାନରେ ରଖିବା ସହ ଅମଳ ଧାନକୁ ବର୍ଷାରୁ ରକ୍ଷା କରିବା ପାଇଁ ଉପଯୁକ୍ତ ଆବରଣରେ ଘୋଡ଼ାଇ ରଖିବାକୁ ପ୍ରଶାସନ ପରାମର୍ଶ ଦେଇଛି।

୧୫୫ ଭୂସ୍ଖଳନ ସ୍ଥଳ, ୪୭ ବନ୍ୟାପ୍ରବଣ ଅଞ୍ଚଳ ଚିହ୍ନଟ ଜିଲ୍ଲାର ଭୌଗୋଳିକ ସ୍ଥିତି ଓ ପୂର୍ବ ଅଭିଜ୍ଞତାକୁ ଆଧାର କରି ୧୫୫ଟି ସମ୍ଭାବ୍ୟ ଭୂସ୍ଖଳନପ୍ରବଣ ସ୍ଥାନ ଏବଂ ୪୭ଟି ବନ୍ୟାପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇଛି।

ଏହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ବିପଦ ସମୟରେ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ୫୧୮ଟି ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି।

ସେଥିମଧ୍ୟରୁ ୫୧୨ଟି ଅସ୍ଥାୟୀ ଓ ୬ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ରହିଛି।

ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ମୋଟ ୩୫ ହଜାର ୧୧୪ ଜଣଙ୍କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି।

ଆବଶ୍ୟକତା ଅନୁଯାୟୀ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ।

ଏଥିପାଇଁ ଆଶ୍ରୟସ୍ଥଳୀରେ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

କଳାବଜାରୀ ରୋକିବାକୁ ସ୍ୱତନ୍ତ୍ର ଟିମ୍‌ ବାତ୍ୟା ପରବର୍ତ୍ତୀ ସମୟରେ ବନ୍ୟା କିମ୍ବା ଭୂସ୍ଖଳନ ଯୋଗୁଁ ରାସ୍ତାଘାଟ ଅବରୋଧ ହେଲେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅଭାବ ଓ କଳାବଜାରୀ ଆଶଙ୍କା ରହିଛି।

ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି।

ବଜାର ଓ ବିଭିନ୍ନ ଗୋଦାମରେ ଚାଉଳ, ଡାଲି, ଗହମ, ଆଳୁ ଓ ପିଆଜର ମହଜୁଦ ପରିମାଣ ଉପରେ ନଜର ରଖାଯାଉଛି।

ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଗୋଦାମରେ ୩୬ ହଜାର ୭୮୧ କୁଇଣ୍ଟାଲ ଚାଉଳ, ୪୦୦ କୁଇଣ୍ଟାଲ ଆଳୁ ଓ ୨୧୮ କୁଇଣ୍ଟାଲ ପିଆଜ ମହଜୁଦ ଥିବା ଜିଲ୍ଲାପାଳ କହିଛନ୍ତି।

ଏହାଦ୍ୱାରା ଜରୁରୀ ସମୟରେ ଖାଦ୍ୟ ସାମଗ୍ରୀର ଯୋଗାଣ ସ୍ୱାଭାବିକ ରଖିବା ସହ କୃତ୍ରିମ ଅଭାବ ସୃଷ୍ଟିକୁ ରୋକିବା ଲକ୍ଷ୍ୟ ରହିଛି।

Balimela Reservoir : ବାତ୍ୟା ଅକଭାନ୍‌ ଲାଗି ସତର୍କତା: ଖୋଲିଲା ବାଲିମେଳା ଜଳଭଣ୍ଡାର ଗେଟ୍ ୧୫୦ ଯନ୍ତ୍ରପାତି, ୧୮ ଉଦ୍ଧାରକାରୀ ଟିମ୍‌ ପ୍ରସ୍ତୁତ ବାତ୍ୟାରେ ରାସ୍ତାଘାଟ ଧୋଇଯିବା, ପାହାଡ଼ ଧସିବା କିମ୍ବା ଗଛ ଉପୁଡ଼ି ଯୋଗାଯୋଗ ବିଚ୍ଛିନ୍ନ ହେବା ଭଳି ପରିସ୍ଥିତି ଉପୁଜିଲେ ତୁରନ୍ତ ଉଦ୍ଧାର ଓ ରାସ୍ତା ମରାମତି କାର୍ଯ୍ୟ କରିବା ପାଇଁ ପ୍ରାୟ ୧୫୦ଟି ଜେସିବି, ହିଟାଚି ମେସିନ୍‌ ଓ ଟ୍ରାକ୍ଟର ପ୍ରସ୍ତୁତ ରଖାଯାଇଛି।

ଏଥିସହ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗର ୧୧ଟି ଟିମ୍‌, ଓଡ୍ରାଫ୍‌ର ୬ଟି ଟିମ୍‌ ଓ ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି।

ଆବଶ୍ୟକତା ଅନୁଯାୟୀ ଏହି ଟିମ୍‌ଗୁଡ଼ିକୁ ସମ୍ବେଦନଶୀଳ ଓ ବିପଦପ୍ରବଣ ଅଞ୍ଚଳରେ ନିୟୋଜିତ କରାଯିବ।

ଏହାଦ୍ୱାରା ଯେକୌଣସି ଜରୁରୀ ପରିସ୍ଥିତିରେ ତ୍ୱରିତ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ କରାଯାଇପାରିବ।

ପ୍ରତି ପଞ୍ଚାୟତରେ କର୍ମଚାରୀ, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଜିଲ୍ଲାର ସମସ୍ତ ଅଞ୍ଚଳରୁ ବାତ୍ୟା ସମ୍ପର୍କିତ ସୂଚନା ଠିକ୍‌ ସମୟରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି।

ପ୍ରତ୍ୟେକ ପଞ୍ଚାୟତରେ କର୍ମଚାରୀ ନିୟୋଜିତ କରାଯାଇ ସ୍ଥିତି ଉପରେ ନଜର ରଖିବା ସହ ନିୟମିତ ସୂଚନା ପ୍ରଦାନର ବ୍ୟବସ୍ଥା ହୋଇଛି।

ଏଥିସହ ସମସ୍ତ ବ୍ଲକ୍‌ରେ ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି।

ଜିଲ୍ଲା ଓ ବ୍ଲକ୍‌ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ପ୍ରତ୍ୟେକ ବ୍ଲକ୍‌ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି।

ଯେକୌଣସି ଜରୁରୀ ପରିସ୍ଥିତିରେ ଲୋକେ ଏହି ନମ୍ବରରେ ଯୋଗାଯୋଗ କରି ସହାୟତା ବାତ୍ୟା ସମୟରେ ମା' ଓ ଶିଶୁଙ୍କ ସୁରକ୍ଷାକୁ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଇଛି।

ଗଜପତି ଜିଲ୍ଲାରେ ୨୧୦ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି।

ବାତ୍ୟା କିମ୍ବା ଏହା ପରବର୍ତ୍ତୀ ସମୟରେ ବନ୍ୟା ପରିସ୍ଥିତି ଉପୁଜିଲେ ଯେପରି ସେମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଓ ଆବଶ୍ୟକ ସହାୟତା ମିଳିପାରିବ, ସେଥିପାଇଁ ଆଗୁଆ ବ୍ୟବସ୍ଥା କରାଯାଇଛି।

ଅବଶ୍ୟକ ସ୍ଥଳେ ସେମାନଙ୍କୁ ମା ଗୃହ କିମ୍ବା ନିକଟସ୍ଥ ମେଡିକାଲ କୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ସ୍ୱତନ୍ତ୍ର ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ରିଲିଫ୍‌ କମିସନର ପବନ କୁମାର ଓ ଉପଜିଲ୍ଲାପାଳ ଭଗବତ କଲ୍ୟାଣ ରାଓ ଉପସ୍ଥିତ ଥିଲେ।

ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗକୁ ସଜାଗ ରଖିଥିବାବେଳେ ଜନସାଧାରଣଙ୍କୁ ଭୟଭୀତ ନ ହୋଇ ସତର୍କ ରହିବା, ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଓ ଆବଶ୍ୟକ ସମୟରେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)