Cyclone: ବାତ୍ୟା ସମୟରେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ବାତ୍ୟା 'ଅର୍ଣ୍ଣବ' ଓ ପ୍ରବଳ ବର୍ଷାକୁ ନେଇ ଗଜପତି ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଗୋଷାଣୀ ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି।
ବାତ୍ୟା ସମୟରେ ଲୋକଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ଯୋଗାଣ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
Advertisment ବିଧାୟକ ଗୋଷାଣୀ ବ୍ଲକର ଆଙ୍କୁଡୁ ଗ୍ରାମର ହରିଜନ ସାହି ସମେତ ଦେଉଳା, ରଣଦେବୀ, ଉପଲଡ଼ା, କତଲକଇଠା, ବଡ଼ ଗୋଷାଣୀ ଓ ଲିଙ୍ଗିପୁର ଗ୍ରାମକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ।
ପ୍ରବଳ ବର୍ଷା ଓ ପବନ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା, ଘରଦ୍ୱାରର ସ୍ଥିତି ଏବଂ ଜରୁରୀ ସହାୟତାର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।
ବିଶେଷକରି ଗ୍ରାମାଞ୍ଚଳର ଗରିବ ଓ ଅସହାୟ ପରିବାରଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।
Cyclone: ବାତ୍ୟା ମୁକାବିଲା ତଦାରଖ ପାଇଁ ଗଜପତିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅସୁରକ୍ଷିତ ଘରେ ରହୁଥିବା ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ଯିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ସଚେତନ କରାଯାଇଥିଲା।
ବିପଦ ସମୟରେ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଗୁହାରି ଶୁଣିବା ଓ ଆବଶ୍ୟକ ସହାୟତା ପହଞ୍ଚାଇବାର ଗୁରୁତ୍ୱ ଉପରେ ବିଧାୟକ ଜୋର୍ ଦେଇଥିଲେ।
ଏହି ଗସ୍ତ ସମୟରେ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍.
ବୀରରାଜୁ, ଜିଲ୍ଲା ପରିଷଦ ସଦସ୍ୟ ଏସ୍.
ବାଲାରାଜୁ, ନିର ଭୂୟାଁ, ଏମ୍.
କ୍ରିଷ୍ଣା ଓ ଉମା ରେଡ୍ଡୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
