Cyber ​​Police: ସାଇବର ଅପରାଧ ବିରୋଧରେ ପୁରୀ ସାଇବର ଥାନାର ସଫଳତା

Aug 29, 2026 - 12:10
Cyber ​​Police: ସାଇବର ଅପରାଧ ବିରୋଧରେ ପୁରୀ ସାଇବର ଥାନାର ସଫଳତା

"ପୁରୀ: ବର୍ତ୍ତମାନ ସମୟରେ ଡିଜିଟାଲ ମାଧ୍ୟମର ବ୍ୟାପକ ବ୍ୟବହାର ସହିତ ସାଇବର ଅପରାଧ ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି।

ସାଧାରଣ ଲୋକଙ୍କୁ ଠକିବା, ନକଲି ୱେବସାଇଟ୍ ଓ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ପ୍ରଲୋଭନ ଦେଖାଇବା, ଅନ୍ୟମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅପରାଧରେ ବ୍ୟବହାର କରିବା ଭଳି ବିଭିନ୍ନ ସାଇବର ଅପରାଧକୁ ରୋକିବା ଓ ଅପରାଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ସାଇବର ଥାନା, ପୁରୀ ପକ୍ଷରୁ ନିରନ୍ତର ଭାବେ ଅଭିଯାନ ଜାରି ରହିଛି।

ଗତ ୮ ମାସ ମଧ୍ୟରେ ସାଇବର ଅପରାଧ ସହ ଜଡ଼ିତ ମ୍ୟୁଲ୍ ଆକାଉଣ୍ଟ ଚିହ୍ନଟ, ଅବରୋଧ, ଠକେଇର ଟଙ୍କା ଉଦ୍ଧାର, ଅଭିଯୁକ୍ତଙ୍କ ଗିରଫ ଏବଂ ନକଲି ୱେବସାଇଟ୍ ଓ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିବା କ୍ଷେତ୍ରରେ ପୁରୀ ସାଇବର ପୁଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି।Advertisment ମ୍ୟୁଲ୍ ଆକାଉଣ୍ଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସାଇବର ଠକେଇରେ ଅପରାଧୀମାନେ ଅନ୍ୟ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଗ୍ରହଣ ଓ ସ୍ଥାନାନ୍ତର ପାଇଁ ବ୍ୟବହାର କରୁଥିବା ଦେଖାଯାଏ।

ଏପରି ଆକାଉଣ୍ଟକୁ ସାଧାରଣତଃ "ମ୍ୟୁଲ୍ ଆକାଉଣ୍ଟ" ଭାବେ ବ୍ୟବହାର କରାଯାଏ।

ଏହିପରି ଆକାଉଣ୍ଟ ଚିହ୍ନଟ କରି ତାହାକୁ ଅବରୋଧ କରିବା ଦିଗରେ ସାଇବର ପୁଲିସ ଷ୍ଟେସନ, ପୁରୀ ପକ୍ଷରୁ ସ୍ୱତନ୍ତ୍ର ଭାବେ ନଜର ରଖାଯାଉଛି।

ଗତ ୮ ମାସରେ ସାଇବର ଅପରାଧ ସହ ସମ୍ପୃକ୍ତ ୨,୧୮୪ଟି ମ୍ୟୁଲ୍ ଆକାଉଣ୍ଟକୁ ବ୍ଲକ୍/ଅବରୋଧ କରାଯାଇଛି।

ଏହା ମାଧ୍ୟମରେ ସାଇବର ଅପରାଧୀମାନଙ୍କ ଆର୍ଥିକ ନେଟୱର୍କକୁ ଦୁର୍ବଳ କରିବା ସହିତ ଠକେଇ ଟଙ୍କାର ଅବାଧ ନେଣଦେଣକୁ ରୋକିବାରେ ପୁଲିସ ସଫଳ ହୋଇଛି।

ଏହି ମାମଲାଗୁଡ଼ିକରେ ତଦନ୍ତ କରି ମ୍ୟୁଲ୍ ଆକାଉଣ୍ଟ ସମ୍ପର୍କିତ ୩୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ୍ ହାଜତକୁ ପଠାଯାଇଛି।

ଏହା ସହିତ ବିଭିନ୍ନ ସାଇବର ଠକେଇ ମାମଲାରେ ୨୦ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇ ଜେଲ୍ ହାଜତକୁ ପଠାଯାଇଛି।

ଠକେଇ ଟଙ୍କା ଉଦ୍ଧାର ଓ ଆର୍ଥିକ କାରବାର ଉପରେ ନଜର ସହ ସାଇବର ଠକେଇର ଶିକାର ହୋଇଥିବା ଲୋକଙ୍କ ଟଙ୍କା ଉଦ୍ଧାର କରିବା ଦିଗରେ ପୁରୀ ସାଇବର ପୁଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛି।

ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥା ସହ ସମନ୍ୱୟ ରଖି ସନ୍ଦିଗ୍ଧ ଆର୍ଥିକ କାରବାର ଉପରେ ନଜର ରଖାଯାଉଛି।

ଗତ ୮ ମାସରେ ସାଇବର ଠକେଇ ସମ୍ପର୍କିତ ମାମଲାରେ ପ୍ରାୟ ₹୨୭ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି।

ଏହା ସହିତ ଅପରାଧରେ ବ୍ୟବହୃତ/ସମ୍ପୃକ୍ତ ଆର୍ଥିକ କାରବାରରେ ପ୍ରାୟ ₹୩୬ ଲକ୍ଷ ଟଙ୍କା ଜବତ (Seizure) କରାଯାଇଥିବା ବେଳେ ପ୍ରାୟ ₹୧୮ ଲକ୍ଷ ଟଙ୍କା ଫ୍ରିଜ୍ (Freeze) କରାଯାଇଛି।ସାଇବର ଅପରାଧୀମାନଙ୍କ ଆର୍ଥିକ ଭିତ୍ତିକୁ ଦୁର୍ବଳ କରିବା ସହିତ ଅପରାଧରୁ ଉପାର୍ଜିତ ଅର୍ଥର ପ୍ରବାହକୁ ରୋକିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ସାଇବର ଅପରାଧୀମାନେ ବିଭିନ୍ନ ସରକାରୀ ସଂସ୍ଥା, ବ୍ୟାଙ୍କ, କମ୍ପାନୀ ଓ ପ୍ରତିଷ୍ଠିତ ସଂସ୍ଥାର ନାମ ଓ ଲୋଗୋ ବ୍ୟବହାର କରି ନକଲି ୱେବସାଇଟ୍ ପ୍ରସ୍ତୁତ କରି ସାଧାରଣ ଲୋକଙ୍କୁ ଠକୁଛନ୍ତି।

ସେହିପରି ନକଲି ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ମଧ୍ୟ ଲୋକଙ୍କୁ ପ୍ରଲୋଭନ ଦେଖାଇ ଠକେଇ କରାଯାଉଛି।

ଏହିପରି ଅପରାଧକୁ ରୋକିବା ପାଇଁ ସାଇବର ପୁଲିସ ଷ୍ଟେସନ, ପୁରୀ ପକ୍ଷରୁ ପ୍ରଯୁକ୍ତିଗତ ତଦନ୍ତ ଓ ନିରନ୍ତର ମନିଟରିଂ କରାଯାଉଛି।

ଏହି ପ୍ରକ୍ରିୟାରେ ୧୧୦ଟି ନକଲି ୱେବସାଇଟ୍ ବ୍ଲକ୍ କରାଯାଇଥିବା ବେଳେ ୩୦ଟି ନକଲି ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍/ନିଷ୍କ୍ରିୟ କରାଯାଇଛି।ପୁରୀ ପୁଲିସ ସାଧାରଣ ଲୋକଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛି।

ଅଜଣା ବ୍ୟକ୍ତିଙ୍କ ଫୋନ୍, ମେସେଜ୍, ଲିଙ୍କ୍ କିମ୍ବା ଆପ୍ ଉପରେ ଅନ୍ଧଭାବରେ ବିଶ୍ୱାସ ନକରିବାକୁ ପରାମର୍ଶ ଦିଆଯାଇଛି।

କୌଣସି ପରିସ୍ଥିତିରେ OTP, PIN, CVV, ATM/ଡେବିଟ୍ କାର୍ଡ ବିବରଣୀ, ନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କିମ୍ବା ଅନ୍ୟାନ୍ୟ ଗୋପନୀୟ ଆର୍ଥିକ ତଥ୍ୟ କାହା ସହିତ ମଧ୍ୟ ସେୟାର ନକରିବାକୁ କୁହାଯାଇଛି।

ଅଜଣା ଲିଙ୍କ୍ ଉପରେ କ୍ଲିକ୍ କରିବା, ଅଜଣା APK/ଆପ୍ ଡାଉନଲୋଡ୍ କରିବା, ଅନଲାଇନ୍ ଚାକିରି, ନିବେଶ, ଲଟେରୀ, ପୁରସ୍କାର କିମ୍ବା ଅନ୍ୟାନ୍ୟ ପ୍ରଲୋଭନରେ ପଡ଼ି ଟଙ୍କା ପଠାଇବାରୁ ଦୂରେଇ ରହିବାକୁ ପୁଲିସ ପରାମର୍ଶ ଦେଇଛି।

କୌଣସି ବ୍ୟକ୍ତି ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ସାଇବର ହେଲ୍ପଲାଇନ୍‌ରେ ଯୋଗାଯୋଗ କରିବା ସହିତ ସମ୍ପୃକ୍ତ ବ୍ୟାଙ୍କ/ଆର୍ଥିକ ସଂସ୍ଥାକୁ ତୁରନ୍ତ ଜଣାଇବା ଆବଶ୍ୟକ।

ଠକେଇ ପରେ ଯେତେ ଶୀଘ୍ର ଅଭିଯୋଗ କରାଯିବ, ଟଙ୍କାକୁ ଟ୍ରାକ୍ କରି ଫ୍ରିଜ୍ କରିବାର ସମ୍ଭାବନା ସେତେ ଅଧିକ ରହିଥାଏ।

ସାଇବର ଅପରାଧକୁ ରୋକିବା କେବଳ ପୁଲିସର ଦାୟିତ୍ୱ ନୁହେଁ; ଏଥିପାଇଁ ସାଧାରଣ ଜନତାଙ୍କ ସଚେତନତା ଓ ସହଯୋଗ ମଧ୍ୟ ଅତ୍ୟନ୍ତ ଆବଶ୍ୟକ।

ପୁରୀ ସାଇବର ପୁଲିସ ଭବିଷ୍ୟତରେ ମଧ୍ୟ ସାଇବର ଅପରାଧୀଙ୍କ ବିରୋଧରେ କଡ଼ା ଓ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରଖିବ।

Shot Dead: ଦୁୃର୍ବୃତ୍ତଙ୍କ ଗୁଳିମାଡ଼ରେ ମାଂସ ଦୋକାନୀ ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)