Cyber ​​fraudsters: ସାଇବର ଠକଙ୍କ ‘ଟୋଲ୍ ଗେଟ୍ ସ୍କାମ୍’: ଜରିମାନା ଭରିବାକୁ ଲିଙ୍କ୍ ପଠାଇ ଲୁଟୁଛନ୍ତି

Sep 06, 2026 - 05:41
Cyber ​​fraudsters: ସାଇବର ଠକଙ୍କ ‘ଟୋଲ୍ ଗେଟ୍ ସ୍କାମ୍’: ଜରିମାନା ଭରିବାକୁ ଲିଙ୍କ୍ ପଠାଇ ଲୁଟୁଛନ୍ତି

"ଭୁବନେଶ୍ବର: ଠକେଇ ପାଇଁ ଏବେ ସାଇବର ଅପରାଧୀ ନୂଆ ନୂଆ କୌଶଳ ଅବଲମ୍ବନ କରିଛନ୍ତି।

ନିକଟରେ ବସ୍ ସ୍କାମ୍ ଓ ହଲିଡେ ଟୁର୍ ପ୍ୟାକେଜ୍ ଆଳରେ ଠକେଇ ଘଟଣାର ପର୍ଦ୍ଦାଫାସ୍ ହେବା ପରେ ଏବେ ଟୋଲ୍ ଗେଟ୍ ସ୍କାମ୍‌କୁ ନେଇ ମାଳମାଳ ଅଭିଯୋଗ ସାମ୍ନାକୁ ଆସିଛି।

ସାଇବର ଅପରାଧୀ ବକେୟା ଟୋଲ୍ ଦେୟ ଓ ଜରିମାନା ଆଦାୟ କରିବାର ଭୟ ଦେଖାଇ ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖାଲି କରି ଦେଉଛନ୍ତି।

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଭୁବନେଶ୍ବର ସାଇବର ଥାନା ପୁଲିସ ଓ କମିସନରେଟ୍ ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ ପାଇଁ ବାର୍ତ୍ତା ଜାରି କରାଯାଇଛି।Advertisment Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍ ସୂଚନା ଅନୁଯାୟୀ, ନୂଆ କରି ଉଭା ହୋଇଥିବା ଏହି ଟୋଲ୍ ଗେଟ୍ ସ୍କାମ୍‌ରେ ସାଇବର ଅପରାଧୀମାନେ ବିଶେଷ କରି କାର୍ ଚାଳକଙ୍କୁ ଟାର୍ଗେଟ୍ କରୁଛନ୍ତି।

ଆସିଥିବା ଅଭିଯୋଗର ତଦନ୍ତ କରି ସାଇବର ପୁଲିସ ସୂଚନା ଦେଇଛି ଯେ ସାଇବର ଠକ ପ୍ରଥମେ ନିଜକୁ ଏନ୍‌ଏଚ୍‌ଆଇର ବରିଷ୍ଠ ଅଧିକାରୀ କହି ଲୋକଙ୍କୁ ମେସେଜ୍ କରୁଛନ୍ତି।

ପରେ ଏକ ନକଲି ଜରିମାନା ଫର୍ମରେ ଲୋକଙ୍କ କାର୍ ନମ୍ବର ଆଟାଚ୍ କରି ନିର୍ଦ୍ଦିଷ୍ଟ କିଛି ଟୋଲ୍‌ ଗେଟ୍‌ର ନାଁରେ ମେସେଜ୍ ଆସୁଛି।

ପରେ ଲକ୍ଷାଧିକ ଟଙ୍କା ବକେୟା ଥିବାରୁ କାର୍ ଉପରେ ମୋଟା ଅଙ୍କର ଜରିମାନା ଏନ୍‌ଏଚ୍‌ଆଇ ଲଗାଇଛି।

ତେଣୁ ତଳେ ଦିଆଯାଇଥିବା ଲିଙ୍କ୍ ବା ଏପିକେ ଫାଇଲ୍‌କୁ କ୍ଲିକ୍ କରି ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଉଛି।

ଏହା ପରେ ଉକ୍ତ ଲିଙ୍କ୍‌ରେ କ୍ଲିକ୍ କରିବା ମାତ୍ରେ ସାଇବର ଠକ ମୋବାଇଲ୍ ହ୍ୟାକ୍ କରି ଆକାଉଣ୍ଟ୍ ଖାଲି କରିଦେଉଥିବା ଜଣାପଡ଼ିଛି।

କେବଳ ସେତିକି ନୁହେଁ, ଲିଙ୍କ୍‌ରେ କ୍ଲିକ୍ କରିବା ମାତ୍ରେ ସାଇବର ଅପରାଧୀମାନେ ହ୍ବାଟ୍ସଆପ୍ ହ୍ୟାକ୍ କରି ମୋବାଇଲ୍‌ର ସେଭ୍ ଥିବା ବିଭିନ୍ନ କଣ୍ଟାକ୍ସ ନମ୍ବର୍‌କୁ ଫୋନ୍ ନଚେତ୍‌ ମେସେଜ୍ ଜରିଆରେ ଟଙ୍କା ମାଗୁଛନ୍ତି।

Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଫଳରେ ଲୋକେ ନିଜ ପରିଚିତ ଲୋକ ଅସୁବିଧାରେ ପଡ଼ିଥିବା ଆଶଙ୍କା କରି ଟଙ୍କା ପଠାଉଛନ୍ତି।

ତେବେ ସାଇବର ଠକଙ୍କର ଏଭଳି ଭିନ୍ନ ଧରଣର ଠକେଇ ଏବେ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଏନେଇ ସାଇବର ବିଶେଷଜ୍ଞ କହିଛନ୍ତି, ଠକେଇ କରିବା ପାଇଁ ସାଇବର ଅପରାଧୀମାନେ ବାରମ୍ବାର ନିଜ ଉପାୟରେ ପରିବର୍ତ୍ତନ ଆଣୁଛନ୍ତି।

ସେମାନଙ୍କର ମୂଳ ଉଦ୍ଦେଶ୍ୟ ହେଉଛି, ଯେ କୌଣସି ଉପାୟରେ ସେମାନଙ୍କ ଦ୍ବାରା ପ୍ରଦତ୍ତ ଲିଙ୍କ୍ ବା ଏପିକେ ଫାଇଲ୍ ଖୋଲିବା।

ଏତିକି କରିବା ପରେ ସେମାନେ ମୋବାଇଲ୍ ଓ ହ୍ବାଟ୍ସଆପ୍ ହ୍ୟାକ୍ କରୁଛନ୍ତି।

ମୋବାଇଲ୍‌ରେ ନେଟ୍ ବ୍ୟାଙ୍କିଂ ଥିଲେ ଓଟିପି ମାଧ୍ୟମରେ ଟଙ୍କା ଚଳୁ କରିଛନ୍ତି।

ନଚେତ୍ ଚିହ୍ନା ପରିଚିତ ଲୋକଙ୍କୁ ଅସୁବିଧାରେ ପଡ଼ିଥିବା କହି ଟଙ୍କା ମାଗୁଛନ୍ତି।

ତେଣୁ ଲୋକେ କୌଣସି ପ୍ରକାରର ମେସେଜ୍‌କୁ ବିଶ୍ବାସ ନ କରିବାକୁ ସାଇବର ବିଶେଷଜ୍ଞ ସତର୍କ କରାଇଛନ୍ତି।

ଏହା ସହିତ ଠକେଇର ଶିକାର ହେଲେ ୧୯୩୦ରେ ଫୋନ୍ କରି ତୁରନ୍ତ ଆକାଉଣ୍ଟ ବ୍ଲକ୍ କରିବା ସହିତ ଟଙ୍କା କାରବାର ଅଚଳ କରିବାକୁ ନିବେଦନ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)