Cyber Fraud: ଅନ୍ତର୍ଜାତୀୟ ସାଇବର ଠକେଇ ରାକେଟ୍ ଠାବ: ବନ୍ଧକ ଥିବା ୧୬୪ ବିଦେଶୀ ନାଗରିକ ଉଦ୍ଧାର

Nov 27, 2026 - 14:33
Cyber Fraud: ଅନ୍ତର୍ଜାତୀୟ ସାଇବର ଠକେଇ ରାକେଟ୍ ଠାବ: ବନ୍ଧକ ଥିବା ୧୬୪ ବିଦେଶୀ ନାଗରିକ ଉଦ୍ଧାର

ନୂଆଦିଲ୍ଲୀ: ଭାରତରେ ଆକର୍ଷଣୀୟ ଚାକିରି ଦେବାର ପ୍ରଲୋଭନ ଦେଖାଇ ବିଦେଶୀ ନାଗରିକମାନଙ୍କୁ ବନ୍ଧକ ରଖି ସାଇବର ଠକେଇ କରାଉଥିବା ଏକ ବଡ଼ ଅନ୍ତର୍ଜାତୀୟ ରାକେଟର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ।

ନୋଏଡାର ସେକ୍ଟର-୧୩୬ ସ୍ଥିତ ଏକ ଠିକଣାରେ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ଚଢ଼ାଉ କରି ସେଠାରୁ ୯୨ ଜଣ ଇଣ୍ଡୋନେସୀୟ ଏବଂ ୭୨ ଜଣ ମାଲେସୀୟ ନାଗରିକଙ୍କୁ ଉଦ୍ଧାର କରିଛି।

ଏହି ଘଟଣାରେ ୨୫ ବର୍ଷୀୟ ମାଲେସୀୟ ନାଗରିକ ଟାନ୍ ଗୁଆନ୍ ୱେଇଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସୁନୀଲ କୁମାର ଏବଂ ସୁଶୀଲ ଭାଟିଙ୍କୁ ଧରିବା ପାଇଁ ବିଭିନ୍ନ ରାଜ୍ୟରେ ଚଢ଼ାଉ ଜାରି ରହିଛି।

Advertisment ଶୁକ୍ରବାର ଦିଲ୍ଲୀ ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ସିଣ୍ଡିକେଟ୍ ଇଣ୍ଡୋନେସିଆ ଏବଂ ମାଲେସିଆର ଯୁବକଯୁବତୀଙ୍କୁ ମୋଟା ଅଙ୍କର ଦରମା ଓ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖାଇ ଭାରତ ଆଣୁଥିଲା।

ମାତ୍ର ଏଠାରେ ପହଞ୍ଚିବା ପରେ ସେମାନଙ୍କ ପାସପୋର୍ଟ ଜବତ କରିନିଆଯାଉଥିଲା ଏବଂ ସେମାନଙ୍କୁ ପେୟିଂ ଗେଷ୍ଟ (ପିଜି) ରେ ବନ୍ଦୀ କରି ରଖାଯାଉଥିଲା।

ପ୍ରାୟ ୪୦ଟି କ୍ୟାବ୍ ସହାୟତାରେ ସେମାନଙ୍କୁ ପିଜିରୁ ସାଇବର ଠକେଇ କଲ୍ ସେଣ୍ଟରକୁ ଅଣାଯାଉଥିଲା।

ଯେଉଁମାନେ ଠକେଇ କାମ କରିବାକୁ ମନା କରୁଥିଲେ, ସେମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଥିଲା।

ଇ-ମେଲ୍ ଜରିଆରେ ମିଳିଥିଲା ସୂଚନା ଉଦ୍ଧାର ହୋଇଥିବା ବିଦେଶୀ ନାଗରିକମାନଙ୍କୁ ନକଲି ମହିଳା ପ୍ରୋଫାଇଲ୍ ଜରିଆରେ ନିଜ ଦେଶର ଲୋକଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା କରିବାକୁ ତାଲିମ ଦିଆଯାଇଥିଲା।

ବିଶ୍ୱାସ ଜନ୍ମାଇବା ପରେ ନକଲି ଟ୍ରେଡିଂ ୱେବସାଇଟ୍ ଏବଂ ଏପିକେ ଆପ୍ ମାଧ୍ୟମରେ ଅଧିକ ରିଟର୍ଣ୍ଣର ଲୋଭ ଦେଖାଇ ସେମାନଙ୍କଠାରୁ କୋଟି କୋଟି ଟଙ୍କା ଠକି ନିଆଯାଉଥିଲା।

ପ୍ରାୟ ଏକ ସପ୍ତାହ ପୂର୍ବରୁ ଏକ ଇ-ମେଲ୍ ଜରିଆରେ ସୂଚନା ମିଳିବା ପରେ ସ୍ୱତନ୍ତ୍ର ପୁଲିସ କମିଶନର ଏଚଜିଏସ ଧାଲିୱାଲଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରି ଏହି ଅପରେସନ୍ କରାଯାଇଥିଲା।

'The Wizard of Oz' : ୱର୍ଣ୍ଣଙ୍କ ସ୍ମୃତିରେ ମୁକ୍ତିଲାଭ କଲା ସଂଗୀତ 'ୱିଜାର୍ଡ ଅଫ୍‌ ଅସ୍‌' ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ୩୫୫ଟି ମୋବାଇଲ ଫୋନ୍, ୧୬୮ଟି ଡେସ୍କଟପ୍ କମ୍ପ୍ୟୁଟର, ୨୬ଟି ଲାପଟପ୍, ୫୩ଟି ସିମ୍ କାର୍ଡ ଏବଂ ୧୭୪ଟି ବିଦେଶୀ ପାସପୋର୍ଟ ଜବତ କରିଛି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଯଥା କାମ୍ବୋଡିଆ, ଲାଓସ୍ ଏବଂ ମିଆଁମାରରେ ଭାରତୀୟ ନାଗରିକଙ୍କୁ ସମାନ ଢଙ୍ଗରେ ବନ୍ଧକ ରଖି ସାଇବର ଠକେଇ କରାଯାଉଥିବା ବେଳେ ଏବେ ଭାରତ ମାଟିରେ ବିଦେଶୀ ନାଗରିକଙ୍କୁ ବ୍ୟବହାର କରି ଏଭଳି ଅପରାଧ ଘଟାଯାଉଥିବା ସାମ୍ନାକୁ ଆସିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)