'Sheesh Mahal': ‘ଶୀଶ ମହଲ’ ଖୋଲି କେଜ୍ରିୱାଲଙ୍କୁ ଟାର୍ଗେଟ୍ କଲା ଦିଲ୍ଲୀ ସରକାର
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କ ପୂର୍ବ ସରକାରୀ ବାସଭବନକୁ ଶୁକ୍ରବାର ସର୍ବସାଧାରଣ ଓ ଗଣମାଧ୍ୟମ ପାଇଁ ଖୋଲି ଦିଆଯାଇଛି, ଯେଉଁଠାରେ ବିଭିନ୍ନ ସୁବିଧା ଓ ସାମଗ୍ରୀର ଖର୍ଚ୍ଚ ଦର୍ଶାଇ ମୂଲ୍ୟ ଟ୍ୟାଗ୍ ଲଗାଯାଇଛି।
ଉତ୍ତର ଦିଲ୍ଲୀର ୬, ଫ୍ଲାଗଷ୍ଟାଫ୍ ରୋଡ୍ ସ୍ଥିତ ଏହି ବଙ୍ଗଳାକୁ ବିଜେପି 'ଶୀଶ ମହଲ' ବୋଲି ସମ୍ବୋଧନ କରିଆସୁଥିବା ବେଳେ ଏବେ ଏହାର ଭିତର ଦୃଶ୍ୟ ଓ ମୂଲ୍ୟ ତାଲିକା ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।
Advertisment ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ଏହି ବଙ୍ଗଳା ଭିତରେ ସ୍ଲାଇଡିଂ ଡୋର୍ ଥିବା ଏକ 'ବୈଠକ'ର ମୂଲ୍ୟ ୪୧.୧୬ ଲକ୍ଷ ଟଙ୍କା, ଲବି ଅଞ୍ଚଳର ମୂଲ୍ୟ ୭.୫୮ ଲକ୍ଷ ଟଙ୍କା, ପାଉଡର ରୁମର ମୂଲ୍ୟ ୫.୮୦ ଲକ୍ଷ ଟଙ୍କା ଏବଂ ରୋଷେଇ ଘରର ଡମ୍ପୱେଟରର ମୂଲ୍ୟ ୭ ଲକ୍ଷ ଟଙ୍କା ଭାବେ ପ୍ରଦର୍ଶିତ କରାଯାଇଛି।
୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏହି ବଙ୍ଗଳାରେ ଅତ୍ୟଧିକ ଅର୍ଥ ଖର୍ଚ୍ଚ ହୋଇଥିବା ନେଇ ଆମ୍ ଆଦମୀ ପାର୍ଟି (ଆପ୍) ଜାତୀୟ ସଂଯୋଜକ କେଜ୍ରିୱାଲଙ୍କୁ ଟାର୍ଗେଟ କରିଥିଲା।
ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ ଦିଲ୍ଲୀ ସରକାର ପ୍ରତ୍ୟେକ ସାମଗ୍ରୀର ଦର ଦର୍ଶାଇ ଏହି ରାଜନୈତିକ ଆକ୍ରମଣକୁ ଆହୁରି ତୀବ୍ର କରିଛନ୍ତି।
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜ୍ରିୱାଲ ୨୦୨୪ ଅକ୍ଟୋବରରେ ଏହି ବାସଭବନ ଛାଡ଼ିଥିଲେ, ଯେଉଁଠାରେ ସେ ୨୦୧୫ ମସିହାରୁ ନିଜ ପରିବାର ସହ ରହୁଥିଲେ।
ପ୍ରାଥମିକ ଗଣମାଧ୍ୟମ ପରିଦର୍ଶନ ପରେ ଦିଲ୍ଲୀ ସରକାର ଏକ ଟିକେଟ୍ ବ୍ୟବସ୍ଥା ମାଧ୍ୟମରେ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ ଏହି ପରିସର ଖୋଲିବାକୁ ଯୋଜନା ରଖିଛନ୍ତି।
ରିଲ୍ସ ନିଶା ନେଲା ମେଧାବୀ ଛାତ୍ରଙ୍କ ଜୀବନ, ସାଙ୍ଗରେ ଥିଲେ ବାନ୍ଧବୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
