Cyber: ଟାଟା ଇଲେକ୍ଟ୍ରୋନିକ୍ସର ୬୩୦ ଜିବି ଡାଟା ଚୋରି

Jun 24, 2026 - 06:28
Cyber: ଟାଟା ଇଲେକ୍ଟ୍ରୋନିକ୍ସର ୬୩୦ ଜିବି ଡାଟା ଚୋରି

"ନୂଆଦିଲ୍ଲୀ: ଏକ ବଡ଼ ଧରଣର ତଥ୍ୟ ଚୋରି ଘଟଣାରେ ଟାଟା ଇଲେକ୍ଟ୍ରୋନିକ୍ସର ୬୩୦ ଜିବି ଡାଟା ଚୋରି ହୋଇଯାଇଛି।

ହ୍ୟାକର୍‌ମାନେ ଚୋରାଇ ନେଇଥିବା ୨,୦୦,୦୦୦ରୁ ଅଧିକ ଫାଇଲ୍‌ର ତଥ୍ୟକୁ ଡାର୍କ ୱେବ୍‌ରେ ଛାଡ଼ିଛନ୍ତି।

ସେଥିରେ ବିଶ୍ବସ୍ତରୀୟ କମ୍ପାନି ଆପଲ୍‌ ଓ ଟେସ୍‌ଲାର ଗୋପନ ତଥ୍ୟ ଥିବା ଦାବି କରାଯାଉଛି।

କିଛି ସପ୍ତାହ ପୂର୍ବେ ଟାଟା ଇଲେକ୍ଟ୍ରୋନିକ୍ସ ଏହି ଆକ୍ରମଣ ବିଷୟରେ ଜାଣିଥିଲା।

ଏହାପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପଦକ୍ଷେପ ନିଆଯାଇଥିଲା।Advertisment କମ୍ପାନି ସ୍ପଷ୍ଟ କରିଛି ଯେ ଏହି ଘଟଣା ପରେ କମ୍ପାନିର କାରବାର କିମ୍ବା ଉତ୍ପାଦନ କ୍ଷମତାରେ କାର୍ଯ୍ୟ ପ୍ରଭାବିତ ହୋଇନାହିଁ।

କୁଖ୍ୟାତ ରାନସମ୍‌ୱାୟର ଗ୍ରୁପ୍‌ "ୱାର୍ଲଡ୍‌ ଲିକ୍ସ" ଏହି ଆକ୍ରମଣ କରିଥିବା ଦାବି କରିଛି।

ହ୍ୟାକରମାନେ ଟାଟା ଇଲେକ୍ଟ୍ରୋନିକ୍ସର ଉପାଦାନ ଡିଜାଇନ ବିବରଣୀ, ବିନିର୍ମାଣ କାଗଜପତ୍ର, ଆସେମ୍ବଲି ନିର୍ଦ୍ଦେଶ, ଉପକରଣ ବିବରଣୀ, ଗୁଣାତ୍ମକ ମାନ ଯାଞ୍ଚ ମାନକ, ଇମେଲ୍‌ ଏବଂ କର୍ମଚାରୀଙ୍କ ପାସପୋର୍ଟ ନକଲ ଓ ପରିଚୟ କାଗଜପତ୍ର ଚୋରାଇ ନେଇଥିବା ସନ୍ଦେହ କରାଯାଉଛି।

ଚୋରି ହୋଇଥିବା ଫାଇଲରେ ଟେସ୍‌ଲାର ଚାର୍ଜିଂ-ପୋର୍ଟ କଣ୍ଟ୍ରୋଲର, ପ୍ରୋଜେକ୍ଟ ହାଇଲ୍ୟାଣ୍ଡ ବିଷୟରେ ସମ୍ବେଦନଶୀଳ ତଥ୍ୟ ରହିଛି।

Tej Pratap Yadav: ତେଜପ୍ରତାପଙ୍କ ବାସଭବନରୁ ୨୦ ଲକ୍ଷ ଟଙ୍କା, ସୁନା ଚୋରି ଭାରତ ବିନିର୍ମାଣ କ୍ଷେତ୍ରରେ ନିଜକୁ ଚୀନର ଏକ ବଡ଼ ପ୍ରତିଦ୍ବନ୍ଦ୍ବୀ ଭାବେ ସାରା ଦୁନିଆ ସମ୍ମୁଖରେ ଉପସ୍ଥାପନ କରୁଥିବା ଭଳି ଏକ ସମୟରେ ଏହି ଘଟଣା ଘଟିବା ଅତ୍ୟନ୍ତ ଚିନ୍ତାଜନକ।

ଆପଲ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

କମ୍ପାନିର ସାଇବର ନିରାପତ୍ତା ଟିମ ଘଟଣାର ତଦନ୍ତ କରୁଛି।

ତଥ୍ୟ ବଦଳରେ ଟାଟା ଇଲେକ୍ଟ୍ରୋନିକ୍ସଠାରୁ ଅର୍ଥ ମଗାଯାଇଥିବା ମଧ୍ୟ ଦାବି ହେଉଛି।

"