Crude Oil: ଅଶୋଧିତ ତେଲ ୭୦ ଡଲାରକୁ ଖସିଲା...
"ନୂଆଦିଲ୍ଲୀ, ୨୫/୬: ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାସହ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ ହୋଇଥିବାରୁ ଅଶୋଧିତ ତୈଳ ଦର ହ୍ରାସ ପାଉଛି।
ଗୁରୁବାର ଏହାର ଦାମ ବ୍ୟାରେଲ ପିଛା ୭୦ ଡଲାର ଭଳି ନିମ୍ନସ୍ତରକୁ ଖସିଆସିଛି।
ଗତ ଫେବ୍ରୁଆରିରେ ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ତେଲ ଦର ୧୨୬ ଡଲାର ଭଳି ଉଚ୍ଚ ସ୍ତରରେ ପହଞ୍ଚିଥିଲା।
ଏବେ ସେଥିରେ ୪୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି।
ବ୍ରେଣ୍ଟ୍ କ୍ରୁଡ୍ ଦାମ୍ ବ୍ୟାରେଲ ପ୍ରତି ୭୨.୯୦ ଡଲାର ଓ ଆମେରିକାର ୱେଷ୍ଟ ଟେକ୍ସାସ୍ ଇଣ୍ଟରମେଡିଏଟ୍ର ଦାମ୍ ୬୯.୬୧ ଡଲାରକୁ ହ୍ରାସ ପାଇଛି।
ଏହି ହ୍ରାସ ସହ ଅଶୋଧିତ ତେଲ ଦର ଗତ ଚାରି ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଆସିଛି।Advertisment ଆହୁରି ପଢ଼ନ୍ତୁ- petrol pump incident: ମଧ୍ୟପ୍ରଦେଶରେ ପେଟ୍ରୋଲ ଦାମ୍କୁ ନେଇ ବଚସା ପରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଜାଳିଦେଲେ ଦୁର୍ବୃତ୍ତ ଆଗକୁ ତେଲ ଆହୁରି ଶସ୍ତା ହୋଇପାରେ ଇରାନ ତେଲ ଉପରେ ଲାଗିଥିବା କଟକଣାକୁ ଆମେରିକା ୬୦ ଦିନ ପାଇଁ କୋହଳ କରିଥିବାରୁ ଆଗାମୀ ଦିନରେ ତେଲ ଆହୁରି ଶସ୍ତା ହେବାର ସମ୍ଭାବନା ରହିଛି।
ଅନ୍ତର୍ଜାତୀୟ ବଜାରରେ ତେଲ ଯେତେ ଶସ୍ତା ହେବ, ଭାରତ ପାଇଁ ତାହା ସେତିକି ଲାଭଦାୟକ ହେବ।
କାରଣ ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତ ତେଲ କିଣିବାରେ ବିପୁଳ ଡଲାର ଖର୍ଚ୍ଚ କରୁଛି।
ଶସ୍ତାରେ ତେଲ ମିଳିଲେ ସେହି ଖର୍ଚ୍ଚ ହ୍ରାସ ପାଇବ।
ଏଥି ସହିତ ଦେଶର ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ ଓ ଏଲ୍ପିଜି ମଧ୍ୟ ଶସ୍ତା ହେବ।
ଆହୁରି ପଢ଼ନ୍ତୁ- CBI Busts Massive Cyber Fraud: ନକଲି ସୁପ୍ରିମକୋର୍ଟ ୱେବସାଇଟ୍ ଜରିଆରେ ''ଡିଜିଟାଲ୍ ଗିରଫଦାରୀ''ର ଧମକ: ୧୬ ରାଜ୍ୟରେ ସିବିଆଇର ବଡ଼ ଚଢ଼ାଉ, ୨ ଗିରଫ ଆମେରିକା ଶକ୍ତି ସଚିବ କ୍ରିସ୍ ରାଇଟ୍ଙ୍କ କହିବାନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ହର୍ମୁଜ ପ୍ରଣାଳୀ ଦେଇ ୨୦ ନିୟୁତ ଡଲାର ତେଲ ପରିବହନ ହୋଇଛି।
ତେଣୁ ତେଲ ପରିବହନ ସ୍ବାଭାବିକ ସ୍ତରକୁ ଫେରିଥିବା ଆଶା କରାଯାଉଛି।
ଇରାନ ଓ ଆମେରିକା ମଧ୍ୟରେ ଅନ୍ତରୀଣ ଶାନ୍ତି ଚୁକ୍ତି ହେବା ପରଠାରୁ ହର୍ମୁଜ ପ୍ରଣାଳୀରେ ଅଟକି ରହିଥିବା ଜାହାଜଗୁଡ଼ିକ ଗୋଟିଏ ପରେ ଗୋଟିଏ ଆଗକୁ ବଢ଼ିଛନ୍ତି।
ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ତେଲ ବଜାରରେ ନିଜ ଅଂଶ ବଜାୟ ରଖିବାକୁ ବିପୁଳ ପରିମାଣ ତେଲ ବଜାରକୁ ଛାଡ଼ିବେ।
ତେଣୁ ଆସନ୍ତା ଅଗଷ୍ଟ ସୁଦ୍ଧା ସେହି ତେଲ ସୁଲଭ ଦରରେ ମିଳିବା ସମ୍ଭାବନା ରହିଛି।
କିଛି ଦେଶ ତେଲ ଉପରେ ରିହାତି ଦେଉଛନ୍ତି।
ବର୍ତ୍ତମାନ କଟକଣାରୁ ଆଶ୍ବସ୍ତି ମିଳିଥିବାରୁ ଇରାନ ମଧ୍ୟ ଯଥା ସମ୍ଭବ ଅଧିକ ତେଲ ବିକ୍ରି କରିବାକୁ ଚାହିବ।
ଅଧିକ ଦେଖନ୍ତୁ- "