CRP Square Accident: CRP ଛକରେ ଭୟଙ୍କର ଦୁର୍ଘଟଣା; ଦ୍ରୁତଗାମୀ କାର୍ ନେଇଗଲା ବାଇକ୍ ଚାଳକଙ୍କ ଜୀବନ
ଭୁବନେଶ୍ୱର ସିଆରପି ଛକରେ ଭୟଙ୍କର ସଡ଼କ ଦୁର୍ଘଟଣା।
କାର୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ।
ମୃତକ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗାର ବଳରାମ ବେଉରା।
ଗତକାଲି ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ କାର୍ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବଳରାମଙ୍କ ମୃତ୍ୟୁ ହୋଇଥିଲା।
Advertisment ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କାରରେ ଥିବା ଡ୍ରାଇଭରଙ୍କ ସମେତ ୩ ଜଣଙ୍କୁ ଘେରିଥିଲେ।
ପୋଲିସ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ଥାନାକୁ ନେଇଛି।
ନୟାପଲ୍ଲୀ ଥାନା ପୋଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
