IAS Officers for Cyclone Duty: ବାତ୍ୟା ଅକୱାନ୍କୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ: ୭ ଜିଲ୍ଲା ଦାୟିତ୍ୱରେ ୭ IAS ଅଧିକାରୀ
ବାତ୍ୟା ଅକୱାନ୍ ନେଇ ଆଲର୍ଟ ମୋଡରେ ରାଜ୍ୟ ସରକାର।
ବାତ୍ୟା ମୁକାବିଲା ଓ ପ୍ରଭାବିତ ଜିଲ୍ଲାରେ ପ୍ରସ୍ତୁତି ତଦାରଖ ପାଇଁ ୭ ଜଣ ଆଇଏଏସ୍ ଅଧିକାରୀଙ୍କୁ ୭ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।
ଜଗତସିଂହପୁର ଜିଲ୍ଲା ଦାୟିତ୍ୱରେ ବରିଷ୍ଠ IAS ଯାମିନୀ ଷଡ଼ଙ୍ଗୀ।
ପୁରୀ ପାଇଁ ଅରବିନ୍ଦ ଅଗ୍ରୱାଲ, କେନ୍ଦ୍ରାପଡ଼ା ପାଇଁ ସ୍ମୃତିରଞ୍ଜନ ପ୍ରଧାନ ଏବଂ ଗଜପତି ଜିଲ୍ଲା ଦାୟିତ୍ୱରେ ରହିବେ ମାନସୀ ନିମ୍ଭାଳ।
Advertisment ସେହିପରି କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ରହିବେ ଆଇଏଏସ୍ ଭୁପେନ୍ଦ୍ର ସିଂ ପୁନିଆ।
ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱ ତୁଲାଇବେ କେ.
ସୁଦର୍ଶନ ଚକ୍ରବର୍ତ୍ତୀ।
ଗଞ୍ଜାମ ଦାୟିତ୍ୱରେ ରହିବେ।
ଦକ୍ଷିଣାଞ୍ଚଳ ଆରଡିସି ବିଜୟ ଅମୃତା କୁଲାଙ୍ଗେ।
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରରେ ପ୍ରସ୍ତୁତି, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମନ୍ୱୟ ଏବଂ ତଦାରଖ କରିବେ ଏହି ଅଧିକାରୀମାନେ।
ସେପଟେ ୨୪ ଘଣ୍ଟିଆ ଡ୍ୟୁଟିରେ ୧୦ ବରିଷ୍ଠ IAS ଅଧିକାରୀ ନିୟୋଜିତ ହୋଇଛନ୍ତି।
ଦେଓରଞ୍ଜନ କୁମାର ସିଂହ, ଡ଼.
ଅରବିନ୍ଦ କୁମାର ପାଢ଼ୀ, ହେମନ୍ତ ଶର୍ମା, ବିଶାଳ କୁମାର ଦେବ, ଉଷା ପାଢ଼ୀ, ଚିତ୍ରା ଅରୁମୁଗମ୍, ସଞ୍ଜୟ ସିଂହ, ସଞ୍ଜୀବ ମିଶ୍ର, ସୁରେଶ କୁମାର ବଶିଷ୍ଠ ଓ ଭାସ୍କର ଜ୍ୟୋତି ଶର୍ମା ରାଜ୍ୟ ଆପାତକାଳୀନ ଅପରେସନ୍ ସେଣ୍ଟର (SEOC)ରେ ନିୟୋଜିତ ହୋଇଛନ୍ତି।
ସମନ୍ୱୟ, ମନିଟରିଂ ଓ ସୁଗମ ପରିଚାଳନା କାର୍ଯ୍ୟ ତଦାରଖ କରିବେ ବରିଷ୍ଠ ଆଇଏଏସ୍।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
