Crorepati Family Chooses Monkhood: ୧୫ କୋଟିର ବିଜନେସ୍‌ ଛାଡି ଆଧ୍ୟାତ୍ମିକ ପଥରେ କୋଟିପତି ପରିବାର, ଏକାଠି ନେବେ ଜୈନ ଦୀକ୍ଷା

Nov 18, 2026 - 15:30
Crorepati Family Chooses Monkhood: ୧୫ କୋଟିର ବିଜନେସ୍‌ ଛାଡି ଆଧ୍ୟାତ୍ମିକ ପଥରେ କୋଟିପତି ପରିବାର, ଏକାଠି ନେବେ ଜୈନ ଦୀକ୍ଷା

ଧନସମ୍ପତ୍ତି, ବ୍ୟବସାୟ ଓ ସାଂସାରିକ ମୋହମାୟାକୁ ତ୍ୟାଗ କରି ଆଧ୍ୟାତ୍ମିକତାର ପଥ ବାଛିବାକୁ ଯାଉଛନ୍ତି ଗୋଟିଏ ପରିବାରର ଚାରି ଜଣ ସଦସ୍ୟ।

ପ୍ରାୟ ୧୫ କୋଟି ଟଙ୍କାର ବାର୍ଷିକ କାରବାର କରୁଥିବା ଏକ ସଫଳ ଟେକ୍ସଟାଇଲ୍ ବ୍ୟବସାୟକୁ ଛାଡ଼ି ଜୈନ୍ୟ ସନ୍ନ୍ୟାସ ଜୀବନଯାପନ କରିବାକୁ ଯାଉଛନ୍ତି ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ଦୁଇ ଝିଅ।

୨୦୨୭ ଫେବ୍ରୁଆରୀ ୮ ତାରିଖରେ ଗୁଜରାଟର ସୁରତରେ ସେମାନେ ଜୈନ ଦୀକ୍ଷା ଗ୍ରହଣ କରିବେ।

Advertisment ରାଜସ୍ଥାନର ଉଦୟପୁର ଜିଲ୍ଲାର ଦିଲୀପ ଭାଇ ଭୋଗର (୪୭) ଓ ତାଙ୍କ ପତ୍ନୀ ଜ୍ୟୋତି ବେନ (୪୫), ସେମାନଙ୍କର ଦୁଇ ଝିଅ ଛବି (୨୨) ଓ ଚାର୍ବି (୧୪) ମଧ୍ୟ ଜୈନ ଦୀକ୍ଷା ଗ୍ରହଣ କରିବେ।

ଏହି ଚାରି ଜଣ ଆସନ୍ତା ୨୦୨୭ ଫେବ୍ରୁଆରୀ ୮ରେ ସାଂସାରିକ ଜୀବନ ତ୍ୟାଗ କରି ଜୈନ ସାଧୁ ଓ ସାଧ୍ୱୀ ଜୀବନ ଆରମ୍ଭ କରିବେ।

ତେବେ ଏହି ପରିବାର ପାଇଁ ଜୈନ ଦୀକ୍ଷା ନୂଆ କଥା ନୁହେଁ।

ତିନି ବର୍ଷ ପୂର୍ବେ, ଅର୍ଥାତ୍ ୨୦୨୩ରେ ସେମାନଙ୍କ ବଡ଼ ଝିଅ ଶୈଳୀ ସାଂସାରିକ ଜୀବନ ତ୍ୟାଗ କରି ଜୈନ ଦୀକ୍ଷା ଗ୍ରହଣ କରିଥିଲେ।

ବର୍ତ୍ତମାନ ସେ ସାଧ୍ୱୀ ଦର୍ଶିତା ଭାବେ ପରିଚିତ।

Advertisment ଦିଲୀପ ଭାଇ ଭୋଗର ରାଜସ୍ଥାନର ଉଦୟପୁର ଜିଲ୍ଲା ଅନ୍ତର୍ଗତ ଯଶବନ୍ତଗଡ଼ ଗାଁରୁ ଆସି ସୁରତରେ ନିଜର ଟେକ୍ସଟାଇଲ୍ ବ୍ୟବସାୟ ଆରମ୍ଭ କରିଥିଲେ।

ପ୍ରଥମେ ଗୋଟିଏ କପଡ଼ା ଦୋକାନରୁ ବ୍ୟବସାୟ ଆରମ୍ଭ କରିଥିବା ଦିଲୀପଙ୍କ ବ୍ୟବସାୟର ବାର୍ଷିକ କାରବାର ଏବେ ପ୍ରାୟ ୧୫ କୋଟି ଟଙ୍କାରେ ପହଞ୍ଚିଛି।

ଏହି ସମୟରେ ସେ ୧୫ କୋଟି ଟଙ୍କାର ବ୍ୟବସାୟ, ସାଂସାରିକ ସୁଖସୁବିଧା ଓ ଆଧୁନିକ ଜୀବନକୁ ତ୍ୟାଗ କରି ଚାରି ଜଣ ଏକାଠି ଆଧ୍ୟାତ୍ମିକ ପଥ ବାଛିବାର ଏହି ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)