Crime in capital: ରାଜଧାନୀରେ ଚାଞ୍ଚଲ୍ୟ: ମାଲିକାଣୀଙ୍କୁ ହତ୍ୟା କରି କେୟାର୍‌ଟେକର୍‌ ଫେରାର

Nov 05, 2026 - 02:27
Crime in capital: ରାଜଧାନୀରେ ଚାଞ୍ଚଲ୍ୟ: ମାଲିକାଣୀଙ୍କୁ ହତ୍ୟା କରି କେୟାର୍‌ଟେକର୍‌ ଫେରାର

ଭୁବନେଶ୍ୱର: ରାଜଧାନୀରେ ପୁଣି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି।

ମଙ୍ଗଳବାର ରାତିରେ ଲକ୍ଷ୍ମୀସାଗର ଥାନା ବୁଦ୍ଧେଶ୍ବରୀ କଲୋନିରେ ଏକୁଟିଆ ରହୁଥିବା କୁଞ୍ଜଲତା ନନ୍ଦ(୭୬)ଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି।

ହାତଗୋଡ଼ ବନ୍ଧା ରକ୍ତ ଜୁଡ଼ୁବୁଡ଼ୁ ଶବ ଲକ୍ଷ୍ମୀସାଗର ଥାନା ପୁଲିସ ଜବତ କରିଛି।

ଅଳଙ୍କାର ଓ ଟଙ୍କା ଲୁଟ୍‌ ପାଇ କୁଞ୍ଜଲତାଙ୍କ କେୟାର୍‌ଟେକର୍‌ ହିଁ ରାତିରେ ମୁଣ୍ଡକୁ ରଡ୍‌ରେ ପିଟି ହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

କେୟାର୍‌ଟେକର୍‌ ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ବଳଭଦ୍ର ମହାରଣା(୫୮)ର ମୋବାଇଲ ସୁଇଚ୍‌ ଅଫ୍‌ ରହିଛି।

ଆଜି ଦିନତମାମ ପୁଲିସ ତାକୁ ଟ୍ରାକ୍‌ କରିଥିଲେ ହେଁ ଟେର୍‌ ମିଳିନାହିଁ।

Advertisment Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍‌ସିରେ ୪୯% ପଦବି ଖାଲି ହାତଗୋଡ଼ ବନ୍ଧା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ ଟଙ୍କା, ସୁନା ଲୁଟ୍‌, ସିସିଟିଭି ତାର କାଟିଥିଲା କୁଞ୍ଜଲତାଙ୍କ ସ୍ବାମୀ ଅବସରପ୍ରାପ୍ତ ଡିଏଫ୍‌ଓ ହାଡ଼ିବନ୍ଧୁ ନନ୍ଦଙ୍କର ୫ ମାସ ତଳେ ମୃତ୍ୟୁ ହୋଇଥିଲା।

କୁଞ୍ଜଲତାଙ୍କ ଦୁଇ ପୁଅଙ୍କ ମଧ୍ରରୁ ଜଣେ ଆମେରିକାରେ ଓ ଅନ୍ୟଜଣେ ମୁମ୍ବାଇରେ।

ବିବାହିତ ଦୁଇଝିଅ ଭୁବନେଶ୍ବରରେ ରହନ୍ତି।

କୁଞ୍ଜଲତା ଏକାକୀ ଉପର ମହଲାରେ ରହୁଥିବା ବେଳେ ତଳମହଲା ଭଡ଼ାରେ ଲଗାଇଛନ୍ତି।

ତାଙ୍କ ଯତ୍ନ ନେବା ପାଇଁ କେୟାର୍‌ଟେକର ଭାବେ ବଳଭଦ୍ରଙ୍କୁ ରଖିଥିଲେ।

ଗତରାତିରେ ବଳଭଦ୍ର କୁଞ୍ଜଲତାଙ୍କୁ ଖାଇବାକୁ ଦେବା ସହ ନିଜେ ଖାଇ ଶୋଇଥିଲା ବୋଲି ଭଡ଼ାଟିଆ କହିଛନ୍ତି।

କୁଞ୍ଜଲତା ସବୁଦିନ ସକାଳୁ ଉଠି ତଳକୁ ଆସି ସେମାନଙ୍କୁ ଭେଟନ୍ତି।

କିନ୍ତୁ ଆଜି କୁଞ୍ଜଲତାଙ୍କ ଦେଖା ମିଳିଲାନି କି ବଳଭଦ୍ରର ପାଟି ଶୁଭୁନଥିଲା।

ବଳଭଦ୍ର ପାଇଁ ଥିବା ସ୍କୁଟି ମଧ୍ୟ ତଳେ ନଥିଲା।

ତେଣୁ ସନ୍ଦେହରେ ଉପରକୁ ଯାଇ ଦେଖିବାବେଳେ ବାହାରୁ କବାଟ ତାଲା ପଡ଼ିଥିଲା।

ରାତାରାତି କୁଞ୍ଜଲତା କୁଆଡ଼େ ଗଲେ ସନ୍ଦେହ କରି ଭଡ଼ାଟିଆ ଦୁଇ ଝିଅଙ୍କୁ ଫୋନ୍‌ କରିଥିଲେ।

ତୁରନ୍ତ ଦୁଇ ଝିଅ ଘରେ ପହଞ୍ଚି କେୟାର୍‌ଟେକର ବଳଭଦ୍ରକୁ ଫୋନ୍‌ କରିବାରୁ ତା' ମୋବାଇଲ୍‌ ସୁଇଚ୍‌ଅଫ୍‌ ଥିଲା।

Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି ତେଣୁ ଦୁଇ ଝିଅ ଲକ୍ଷ୍ମୀସାଗର ଥାନା ପୁଲିସକୁ ଜଣାଇଥିଲେ।

ପୁଲିସ ତାଲାଭାଙ୍ଗି କୁଞ୍ଜଲତାଙ୍କ ହାତଗୋଡ଼ ବନ୍ଧା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଚଟାଣରେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରିଥିଲା।

ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା।

ଆଲ୍‌ମିରା ଭଙ୍ଗା ଯାଇଥିବା ବେଳେ ଜିନିଷପତ୍ର ତଳେ ପଡ଼ିଥିଲା।

ଆଲ୍‌ମିରାରୁ ୪ରୁ ୫ ଭରି ସୁନା ଅଳଙ୍କାର, ନଗଦ ୬୦ ହଜାର ଟଙ୍କା ଚୋରି ହୋଇଛି।

ସବୁଦିନ ପୁଅଝିଅ ସିସିଟିଭି ଜରିଆରେ ମା'ଙ୍କ ଉପରେ ନଜର ରଖୁଥିଲେ।

କିନ୍ତୁ ବଳଭଦ୍ର ରାତିରେ ସିସିଟିଭି ତାର କାଟି ଦେଇଥିଲା।

ତେଣୁ କୁଞ୍ଜଲତାଙ୍କୁ ହତ୍ୟାପାଇଁ ବଳଭଦ୍ର ସୁଚିନ୍ତିତ ଯୋଜନା କରିଥିବା ସ୍ପଷ୍ଟ ହୋଇଛି।

ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଓ ଭୁବନେଶ୍ୱର ଡିସିପି ସରବଣା ବିବେକ୍‌ ଏମ୍‌.

ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପରେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲେ।

ଘରୋଇ ସହାୟକଙ୍କ ବିଶ୍ବାସଘାତ ପୂର୍ବରୁ ରାଜଧାନୀରେ ସମାନ ଅପରାଧ ବାରମ୍ବାର ଘଟିଛି।

ଘରୋଇ ସହାୟକଙ୍କ ଦ୍ବାରା ହତ୍ୟାର ଶିକାର ହେବା ଘଟଣାରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

୨୦୧୩ରେ ରସୁଲଗଡ଼ ମଧୁକନ୍‌ ଏଗ୍ରୋ ଅଟୋମୋବାଇଲ୍‌ସର ମାଲିକ ମନୁଚରଣ ପଟ୍ଟନାୟକଙ୍କ ପତ୍ନୀ ବଚନସୁଧା(୫୩)ଙ୍କୁ ତାଙ୍କ ସୁରକ୍ଷାକର୍ମୀ ଦୀପ୍ତିରଞ୍ଜନ ପଟ୍ଟନାୟକ ଛୁରି ଭୁସି ହତ୍ୟା କରିଥିଲା।

ବଚନସୁଧାଙ୍କୁ ହତ୍ୟା କରିବା ପରେ ଦୀପ୍ତିରଞ୍ଜନ ତାଙ୍କ ବେକରୁ ସୁନାହାର ଲୁଟିନେଇଥିଲା।

୨୦୧୫ରେ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାରରେ ଅବସରପ୍ରାପ୍ତ ଡାକ୍ତର ପ୍ରଫୁଲ୍ଲ ମିଶ୍ର (୭୨) ଓ ତାଙ୍କ ପତ୍ନୀ ସୁଷମା ମିଶ୍ର (୭୦)ଙ୍କୁ ହତ୍ୟା ଲାଗି ତାଙ୍କ ଘରୋଇ ସହାୟିକା ଟିକିନା ହିଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା।

ଗତ ୬ ମାସ ମଧ୍ୟରେ ରାଜଧାନୀରେ ଘରୋଇ ସହାୟକ ହିଁ ଲୁଟ୍‌ପାଟ୍‌ କରିବା ନେଇ ୫୦ରୁ ଅଧିକ ମାମଲା ରୁଜୁ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)