Cricketer: ଡବ୍‌ଲିନ୍‌ ବିମାନବନ୍ଦରରେ ସାଙ୍ଗାକାରଙ୍କୁ ଅସମ୍ମାନ

Oct 29, 2026 - 11:27
Cricketer: ଡବ୍‌ଲିନ୍‌ ବିମାନବନ୍ଦରରେ ସାଙ୍ଗାକାରଙ୍କୁ ଅସମ୍ମାନ

ଡବଲିନ୍‌: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍‌ କୁମାର ସାଙ୍ଗାକାରାଙ୍କୁ ଡବଲିନ୍‌ ବିମାନବନ୍ଦରଠାରେ ଅସମ୍ମାନ କରାଯାଇଛି।

ପରିବାର ସହ ଯାତ୍ର ସମୟରେ ରିୟାନଏୟାର କର୍ମଚାରୀ ତାଙ୍କ ପ୍ରତି 'ଭେଦଭାବପୂର୍ଣ୍ଣ' ଓ 'ଧମକପୂର୍ଣ୍ଣ' ଆଚରଣ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି।

Advertisment ମଙ୍ଗଳବାର ୪୯ ବର୍ଷ ବୟସ‌ରେ ପାଦ ଥାପିଥିବା ସାଙ୍ଗାକାରା ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଲେଖିଛନ୍ତି, “ଡବଲିନ୍‌ରେ ରିୟାନଏୟାରର କର୍ମଚାରୀଙ୍କ ଭେଦଭାବପୂର୍ଣ୍ଣ ଆଚରଣ କେହି ଅନୁଭବ କରିଛନ୍ତି କି?

ମୁଁ ପରିବାର ସହ ଏହାର ସମ୍ମୁଖୀନ ହେଲି।

ଅନୁଭୂତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା।” ଧମକପୂର୍ଣ୍ଣ ଆଚରଣକୁ ନିନ୍ଦା ଏହି ବିମାନ କର୍ମଚାରୀଙ୍କ କଥା କହିବା ଶୈଳୀ ଓ ଧମକପୂର୍ଣ୍ଣ ଆଚରଣକୁ ନିନ୍ଦା କରିବା ସହ ସେ ପୁଣି କହିଛନ୍ତି ଯେ ''ଏଭଳି ବ୍ୟବହାର କୌଣସି ଯାତ୍ରୀଙ୍କ ପ୍ରତି ଗ୍ରହଣୀୟ ନୁହେଁ।

ଡବଲିନ୍‌ରେ ଏହା ମୋର ପ୍ରଥମ ଖରାପ ଅନୁଭୂତି''।

ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କାର ଏହି ପୂର୍ବତନ ୱିକେଟ୍‌କିପର ପ୍ରଥମ ଅଣ ବ୍ରିଟିସ୍‌ ବ୍ୟକ୍ତି ଭାବେ ମେରିଲେବୋନ୍‌ କ୍ରିକେଟ୍‌ କ୍ଲବ୍‌ (ଏମ୍‌ସିସି)ର ଅଧ୍ୟକ୍ଷ ରହିଥିଲେ।

ସେ ଏହି ଦାୟିତ୍ବରେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ରହିଥିଲେ।

Cricket: ନ୍ୟୁଜିଲାଣ୍ଡକୁ ଯୁଗଳ ଝଟକା: ଶେଷ ଦୁଇ ଟ୍ବେଣ୍ଟି-୨୦ ଖେଳିବେନି ହେନରି, ଫର୍ଗୁସନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)