Cricket: ସିରାଜଙ୍କ ଆଖିରେ ଲୁହ!
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିବା ପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଭାବପ୍ରବଣ ହୋଇପଡ଼ିଛନ୍ତି।
ହାଗ୍ଲି ଓଭାଲରେ ମ୍ୟାଚ୍ର ପ୍ରଥମ ଦିନରେ ସିରାଜ ଆଖିକୁ ସନ୍ଗ୍ଲାସ୍ରେ ଘୋଡ଼େଇ ବସିଥିବାର ଦୃଶ୍ୟ ଟିଭିରେ ସିଧାପ୍ରସାରଣ ବେଳେ କଏଦ ହୋଇଥିଲା।
Advertisment ଏହାକୁ ଦେଖି ଭାଷ୍ୟକାର ଥିବା ପୂର୍ବତନ ଭାରତୀୟ କ୍ରିକେଟର୍ ଅଜିଙ୍କ୍ୟ ରାହାଣେ ଓ ମୁରଲୀ କାର୍ତ୍ତିକ ଆଲୋଚନା କରିଥିଲେ।
ଟିଭିରେ ସିରାଜଙ୍କୁ ଏ ଅବସ୍ଥା ଦେଖି ରାହାଣେ ପ୍ରଶ୍ନ କରିଥିଲେ, 'ସେ କ'ଣ କାନ୍ଦୁଛନ୍ତି?' ଏହାର ଉତ୍ତରରେ କାର୍ତ୍ତିକ କହିଥିଲେ,'ସିରାଜଙ୍କ ମୁହଁରୁ ଜଣାପଡ଼ୁଛି, ଦଳରୁ ବାଦ୍ ପଡ଼ିବା ନିଶ୍ଚିତ ତାଙ୍କୁ କଷ୍ଟ ଦେଇଛି'।
ନ୍ୟୁଜିଲାଣ୍ଡ ଗସ୍ତରେ ସିରାଜ ଦିନିକିଆ ଶୃଙ୍ଖଳାରେ କେବଳ ଗୋଟିଏ ମ୍ୟାଚ୍ରେ ଖେଳିବାର ସୁଯୋଗ ପାଇଥିଲେ।
ସହଜରେ ଗ୍ରହଣ କରି ପାରିନାହାନ୍ତି ଏହାପରେ ଟେଷ୍ଟ ଶୃଙ୍ଖଳାରେ ବି ତାଙ୍କୁ ସୁଯୋଗ ମିଳିନି।
ପ୍ରଥମ ଟେଷ୍ଟରେ ବୋଲର ପ୍ରଭାବହୀନ ହୋଇଥିବାରୁ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଆଶା ରଖିଥିଲେ।
ହେଲେ ଶୁବମନ ଗିଲ୍ ଗତ ଚୂଡ଼ାନ୍ତ ଏକାଦଶରୁ କେବଳ ପ୍ରସିଦ୍ଧ କୃଷ୍ଣଙ୍କୁ ବାଦ୍ ଦେଇ ୨୬ ବର୍ଷୀୟ ଗୁରନୂର ବ୍ରାରଙ୍କୁ ପଦାର୍ପଣ ସୁଯୋଗ ଦେଇଥିଲେ।
ଫଳରେ ସିରାଜଙ୍କୁ ଦ୍ବିତୀୟ ଟେଷ୍ଟ୍ରେ ଖେଳିବାକୁ ସୁଯୋଗ ମିଳି ନଥିଲା।
ଏହାକୁ ସିରାଜ ସହଜରେ ଗ୍ରହଣ କରି ପାରିନାହାନ୍ତି।
ସେଥିପାଇଁ ତାଙ୍କ ଆଖିରେ ଲୁହ ଆସିଯାଇଛି।
Cricket: ନ୍ୟୁଜିଲାଣ୍ଡରେ କ୍ଲବ୍ ମ୍ୟାଚ୍ ଖେଳିଲେ ପନ୍ତ ତାଙ୍କ ପ୍ରଦର୍ଶନ ଦେଖିଲେ ବାଦ୍ ଦେବା ଆଶ୍ଚାର୍ଯ୍ୟ ଲାଗୁଛି।
ତାଙ୍କ ଫର୍ମକୁ ନେଇ ଯଦି ସନ୍ଦେହ ଥିଲା।
ତେବେ ଏହି ଗସ୍ତରେ କାହିଁକି ସାମିଲ କରାଯାଇଥିଲା ବୋଲି କହିଛନ୍ତି କାର୍ତ୍ତିକ।
ସିରାଜ ଚଳିତ ଡବ୍ଲ୍ୟୁଟିସି ଚକ୍ରରେ ୧୧ ମ୍ୟାଚ୍ ଖେଳି ୪୩ ୱିକେଟ୍ ଅକ୍ତିଆର କରିବା ସହ ଭାରତର ସର୍ବାଧିକ ୱିକେଟ୍ ହାସଲକାରୀଙ୍କ ମଧ୍ୟରେ ଆଗରେ ରହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
