Badminton: ଯୁବ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ୍‌: ଫାଇନାଲ୍‌ରେ ପହଞ୍ଚି ଇତିହାସ ରଚିଲେ ତନ୍ବୀ

Nov 05, 2026 - 12:45
Badminton: ଯୁବ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ୍‌: ଫାଇନାଲ୍‌ରେ ପହଞ୍ଚି ଇତିହାସ ରଚିଲେ ତନ୍ବୀ

ଡାକାର: ଓଡ଼ିଆ ଝିଅ ତନ୍ବୀ ପତ୍ରୀ ଏଠାରେ ଚାଲିଥିବା ଯୁବ ଅଲିମ୍ପିକ୍ସରେ ନୂଆ ଇତିହାସ ରଚିଛନ୍ତି।

ତନ୍ବୀ ପ୍ରଥମ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ଫାଇନାଲ୍‌ରେ ପହଞ୍ଚିବାର ଗୌରବ ଅର୍ଜନ କରିଛନ୍ତି।

କଡ଼ା ସଂଘର୍ଷପୂର୍ଣ୍ଣ ମହିଳା ଏକକ ସେମିଫାଇନାଲ୍‌ରେ ୧୫ ବର୍ଷୀୟା ତନ୍ବୀ ୨୧-୧୪, ୧୧-୨୧, ୨୧-୧୯ରେ ଜାପାନର ୟୁଜୁନୋ ୱାତାନାବେଙ୍କୁ ପରାସ୍ତ କରିଥିଲେ।

Advertisment ସ୍ବର୍ଣ୍ଣ ଆଶାରେ ରହିଛନ୍ତି ତନ୍ବୀ ପୂର୍ବରୁ କେବଳ ୩ ଜଣ ଭାରତୀୟ ସଟଲର୍‌ ଏଚ୍‌ଏସ୍‌ ପ୍ରଣୟ, ଲକ୍ଷ୍ୟ ସେନ୍‌ ଓ ଆଦିତ୍ୟ ଯୋଶୀ କେବଳ ଯୁବ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନର ସେମିଫାଇନାଲ୍‌ରେ ପହଞ୍ଚିଥିଲେ।

ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ପ୍ରଣୟ ଓ ଲକ୍ଷ୍ୟ କେବଳ ପଦକ ଜିତିପାରିଛନ୍ତି।

ପ୍ରଣୟ ୨୦୧୦ରେ ସିଙ୍ଗାପୁରରେ ଆୟୋଜିତ ପ୍ରଥମ ଯୁବ ଅଲିମ୍ପିକ୍ସରେ ଏବଂ ଲକ୍ଷ୍ୟ ୨୦୧୮ ବୁଏନସ୍‌ ଏରିଜ୍‌ରେ ରୌପ୍ୟ ପାଇଥିଲେ।

ଏବେ ତନ୍ବୀ ରୌପ୍ୟ ନିଶ୍ଚିତ କରିଥିଲେ ମଧ୍ୟ ସ୍ବର୍ଣ୍ଣ ଆଶାରେ ରହିଛନ୍ତି।

ସେ ସ୍ବର୍ଣ୍ଣ ମୁକାବିଲାରେ ଚୀନ୍‌ର ୟି ଜିନ୍‌ ଝାଙ୍ଗ୍‌ଙ୍କୁ ଭେଟିବେ।

ତନ୍ବୀ ପ୍ରଥମ ଭାରତୀୟ ଭାବେ ଉଭୟ ୧୭ ଓ ୧୫ ବର୍ଷରୁ କମ୍‌ ଏସୀୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଗୌରବ ଅର୍ଜନ କରିଛନ୍ତି।

World Record: ବିଶ୍ବ ରେକର୍ଡ: ଗୋଟିଏ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ୫୧ ରେଡ୍‌କାର୍ଡ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)