Cricket: ନ୍ୟୁଜିଲାଣ୍ଡକୁ ଯୁଗଳ ଝଟକା: ଶେଷ ଦୁଇ ଟ୍ବେଣ୍ଟି-୨୦ ଖେଳିବେନି ହେନରି, ଫର୍ଗୁସନ

Oct 29, 2026 - 11:12
Cricket: ନ୍ୟୁଜିଲାଣ୍ଡକୁ ଯୁଗଳ ଝଟକା: ଶେଷ ଦୁଇ ଟ୍ବେଣ୍ଟି-୨୦ ଖେଳିବେନି ହେନରି, ଫର୍ଗୁସନ

ଅକ୍‌ଲାଣ୍ଡ: ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସଂପ୍ରତି ୦-୩ରେ ପଛରେ ରହିଥିବା ଘରୋଇ ଦଳ ନ୍ୟୁଜିଲାଣ୍ଡକୁ ଶେଷ ଦୁଇ ମୁକାବିଲା ପୂର୍ବରୁ ଯୁଗଳ ଝଟକା ଲାଗିଛି।

ଦୁଇ ତାରକା ଦ୍ରୁତ ବୋଲର ମ୍ୟାଟ୍‌ ହେନରି ଓ ଲୁକି ଫର୍ଗୁସନ୍‌ ଆହତ ଯୋଗୁଁ ଶୁକ୍ରବାର ଓ ସୋମବାର ଖେଳାଯିବାକୁ ଥିବା ଶେଷ ଦୁଇ ମ୍ୟାଚ୍‌ ଖେଳିପାରିବେନି।

Advertisment ସୁସ୍ଥ ହେବାକୁ ପ୍ରାୟ ଦୁଇ ସପ୍ତହ ଲାଗିଯିବ ଦ୍ବିତୀୟ ଟ୍ବେଣ୍ଟି-୨୦ ବେଳେ ଫର୍ଗୁସନ୍‌ଙ୍କ ପେଣ୍ଡାରେ ଆଘାତ ଜନିତ ସମସ୍ୟା ଦେଖାଯାଇଥିଲା।

ଏହି ମ୍ୟାଚ୍‌ରେ ମଧ୍ୟ ତାଙ୍କ ସାଥୀ ହେନରି ବି ଆହତ ହୋଇଥିଲେ।

ଉଭୟଙ୍କୁ ସୁସ୍ଥ ହେବାକୁ ପ୍ରାୟ ଦୁଇ ସପ୍ତହ ଲାଗିଯିବ।

ହେଲେ ଉଭୟ ନଭେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକିଆ ଶୃଙ୍ଖଳା ବେଳକୁ ଫେରିଆସି ଥିବେ ବୋଲି ଆଶା ରଖିଛନ୍ତି ନ୍ୟୁଜିଲାଣ୍ଡ ପ୍ରଶିକ୍ଷକ ରବ୍‌ ୱାଲଟର।

ନ୍ୟୁଜିଲାଣ୍ଡର ଶେଷ ଦୁଇ ଟ୍ବେଣ୍ଟି-୨୦ ଦଳ: ମିଚେଲ ସାଣ୍ଟନର (ଅଧିନାୟକ), ଫିନ୍‌ ଆଲେନ୍‌, ମାଇକେଲ ବ୍ରେସ୍‌ୱେଲ, ମାର୍କ ଚାପମାନ, ଜୋସ କ୍ଲାର୍କସନ, ଡେଭନ କନୱେ, ଜାକବ ଡଫି, ମ୍ୟାଟ୍‌ ଫିଶର, ଜାକ୍‌ ଫକ୍‌ସ, ବେଭନ ଜାକବ୍ସ, ଆଦମ ମିଲ୍‌ନେ, ଡାରିଲ ମିଚେଲ, ଗ୍ଲେନ୍‌ ଫିଲିପ୍ସ, ଟିମ୍‌ ସେଫର୍ଟ, ନାଥନ ସ୍ମିଥ, ବ୍ଲେୟର ଟିକ୍‌ନର୍‌।

Sports: 'ଲନ୍‌ବଲ୍‌' ଲେଖିଲା ନୂଆ ଅଧ୍ୟାୟ: ନେଟ୍‌ବଲ୍‌ ନାୟିକାଙ୍କ ଲନ୍‌ବଲ୍‌ ପ୍ରେମ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)