Cricket: ଅଷ୍ଟ୍ରେଲିଆକୁ ଜିତାଇଲେ ଭାରତର ନିଖିଲ
ମେଲବର୍ଣ୍ଣ: କ୍ରିକେଟ୍ ପଡ଼ିଆରେ ଶନିବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି।
ଐତିହାସିକ ମେଲବର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମ୍ରେ ଦିଲ୍ଲୀରେ ଜନ୍ମିତ ଭାରତୀୟ ଯୁବକ ନିଖିଲ ଚୌଧୁରୀ ଅଷ୍ଟ୍ରେଲିଆକୁ ରୋମାଞ୍ଚକ ବିଜୟ ଉପହାର ଦେଇଛନ୍ତି।
ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚ୍ରେ ସେ ଖାଲି ଅଷ୍ଟ୍ରେଲିଆକୁ ଜିତାଇ ନାହାନ୍ତି, ବରଂ ନିଜ ଅଲରାଉଣ୍ଡ୍ ପ୍ରଦର୍ଶନ ବଳରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ମଧ୍ୟ ବିବେଚିତ ହୋଇଛନ୍ତି।
ତାଙ୍କର ଏହି ସ୍ମରଣୀୟ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି।
ଖାସ୍ ଏହି ମ୍ୟାଚ୍ ଦେଖିବାକୁ ନିଖିଲଙ୍କ ପିତା-ମାତା ଶୁକ୍ରବାର ଦିଲ୍ଲୀରୁ ମେଲବର୍ଣ୍ଣରେ ପହଞ୍ଚିଥିଲେ।
ସେମାନଙ୍କ ଉପସ୍ଥିତିରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ବ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ନିଖିଲଙ୍କୁ ଭାବପ୍ରବଣ କରି ଦେଇଥିଲା।
ପୁରସ୍କାର ଗ୍ରହଣ କରିବା ବେଳେ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା।
୩୦ବର୍ଷୀୟ ନିଖିଲ ଏହି ମ୍ୟାଚ୍ରେ ୩୮ବଲ୍ରୁ ୬ ଚୌକା ଓ ୨ ଛକା ବଳରେ ୬୬ ରନ୍ କରିଥିଲେ।
ସେହିଭଳି ୪ ଓଭର ବୋଲିଂ କରି ୨୧ ରନ୍ ବିନିମୟରେ ୨ଟି ୱିକେଟ୍ କରାୟତ୍ତ କରିଥିଲେ।
ଶନିବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ୯ ୱିକେଟ୍ ବିନିମୟରେ ୧୮୭ ରନ୍ କରିଥିଲା।
ଅଧିନାୟକ ହ୍ୟାରି ବ୍ରୁକ୍ସ ସର୍ବାଧିକ ୬୫ ରନ୍ କରିଥିଲେ।
ଜବାବରେ ଅଷ୍ଟ୍ରେଲିଆ ୧୯.୫ ଓଭରରେ ୭ ୱିକେଟ୍ ହରାଇ ୧୮୮ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
କଙ୍ଗାରୁ ଦଳର ଏହି ବିଜୟ ପରିବର୍ତ୍ତେ ନିଖିଲଙ୍କ ଚମକ ଏହି ମ୍ୟାଚ୍ର ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା।
Advertisment Teachers protest: ପଦୋନ୍ନତିରେ ଅନିୟମିତତା ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଧାରଣା କୋଭିଡ୍ କଟକଣାରୁ କଙ୍ଗାରୁ ଦଳ ଭାଗ୍ୟ କେତେବେଳେ ଜୀବନର ଦିଗ ବଦଳାଇଦିଏ, ତାହାର ଅନ୍ୟତମ ଉଦାହରଣ ହେଉଛନ୍ତି ଭାରତରେ ଜନ୍ମିତ କ୍ରିକେଟର ନିଖିଲ ଚୌଧୁରୀ।
ଦିଲ୍ଲୀରୁ ଆରମ୍ଭ ହୋଇଥିବା ତାଙ୍କ କ୍ରିକେଟ୍ ଯାତ୍ରା ଏବେ ଅଷ୍ଟ୍ରେଲିଆ ଜାତୀୟ ଦଳରେ ପହଞ୍ଚିଛି।
ଭାରତରେ ନିଖିଲ ପଞ୍ଜାବ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳିଥିଲେ।
୨୦୨୦ରେ ପର୍ଯ୍ୟଟକ ଭିସାରେ ଅଷ୍ଟ୍ରେଲିଆ ଯାଇଥିବାବେଳେ କୋଭିଡ୍ କଟକଣା ଯୋଗୁଁ ବ୍ରିସବେନ୍ରେ ଅଟକି ରହିଥିଲେ।
ସେଠାରେ ଜୀବିକା ପାଇଁ ମେକ୍ସିକୀୟ ରେସ୍ତୋରାଁ ଓ ଅଷ୍ଟ୍ରେଲିଆ ପୋଷ୍ଟରେ କାମ କରିବା ସହ କୁଇନ୍ସଲାଣ୍ଡରେ କ୍ଲବ୍ କ୍ରିକେଟ୍ ଖେଳ ଜାରି ରଖିଥିଲେ।
ତାଙ୍କ ପ୍ରଦର୍ଶନ ବଳରେ ହୋବାର୍ଟ ହରିକେନ୍ସ ପକ୍ଷରୁ ବିଗ୍ ବାସ୍ ଲିଗ୍ ଖେଳିବାର ସୁଯୋଗ ପାଇଥିଲେ।
ପରେ ତାସ୍ମାନିଆ ପକ୍ଷରୁ ମଧ୍ୟ ଘରୋଇ କ୍ରିକେଟ୍ ଖେଳି ନିଜ ପ୍ରତିଭା ପ୍ରମାଣିତ କରିଥିଲେ।
ଏହି ସଫଳତା ତାଙ୍କୁ ଅଷ୍ଟ୍ରେଲିଆ ଜାତୀୟ ଦଳରେ ପହଞ୍ଚାଇଥିଲା।
୨୦୨୬ ଜୁନ୍ ୧୭ରେ ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ରେ ପଦାର୍ପଣ କରି ନିଖିଲ ୬୨ ବର୍ଷ ପରେ ଅଷ୍ଟ୍ରେଲିଆ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାରେ ପ୍ରଥମ ଭାରତରେ ଜନ୍ମିତ ପୁରୁଷ ଖେଳାଳି ହୋଇଥିଲେ।
Education: ବନ୍ୟା ବାତ୍ୟା ପାଠପଢା ବାଧାପ୍ରାପ୍ତ କେମିତି ହେବ ଭରଣା; ବାର୍ଷିକ ପରୀକ୍ଷା ପାଇଁ ପିଲା ପ୍ରସ୍ତୁତ ତ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
