Cricket controversy: ପୂର୍ବତନ କ୍ରିକେଟରଙ୍କ ବାପାଙ୍କୁ ଧମକ ଦେଲେ ଏହି ଯୁବ ଖେଳାଳି; କାହିଁକି ରାଗିଲେ ଜାଣନ୍ତୁ

Nov 24, 2026 - 09:28
Cricket controversy: ପୂର୍ବତନ କ୍ରିକେଟରଙ୍କ ବାପାଙ୍କୁ ଧମକ ଦେଲେ ଏହି ଯୁବ ଖେଳାଳି; କାହିଁକି ରାଗିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୃଥ୍ୱୀ ସ' ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହ ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛନ୍ତି।

ନିକଟରେ ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ପିତା ଯୋଗରାଜ ଦେଇଥିବା ଏକ ସାକ୍ଷାତକାରରୁ ଏହି ଘଟଣାର ଉତ୍ପତ୍ତି ହୋଇଛି।

ପୃଥ୍ୱୀ ସ'ଙ୍କ ଜୀବନଶୈଳୀକୁ ନେଇ ପୂର୍ବତନ କ୍ରିକେଟର କହିଥିଲେ, ବିନୋଦ କାମ୍ବଲିଙ୍କ ସହିତ ତାଙ୍କୁ ତୁଳନା କରିବା ଉଚିତ ନୁହେଁ।

ତେବେ ପୃଥ୍ବୀ ସ' ସ୍ୱୀକାର କରିଛନ୍ତି ଯେ ତାଙ୍କର ଅତୀତର ଅନିୟମିତ ଜୀବନଶୈଳୀ କୌଣସି ଗୁପ୍ତ କଥା ନୁହେଁ।

କିନ୍ତୁ ସେ କାହାକୁ ତାଙ୍କ ପ୍ରତିଛବି ଖରାପ କରିବାକୁ ଦେବେ ନାହିଁ।

Advertisment ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ପୃଥ୍ୱୀ ସ'ଙ୍କ କ୍ୟାରିୟର କାହିଁକି ହ୍ରାସ ପାଇଛି ବୋଲି ପ୍ରଶ୍ନ କରିଥିଲେ ଯୋଗରାଜ।

ସେ ଉତ୍ତରରେ କହିଥିଲେ ଯେ ବିନୋଦ କାମ୍ବଲି ମଧ୍ୟ ସମାନ ଦଶା ଭୋଗିଥିଲେ।

ଯୋଗରାଜ ସିଂହ କହିଥିଲେ, ଏହା ପାର୍ଟି କରିବା, ମହିଳାଙ୍କୁ ପିଛା କରିବା, ମଦ୍ୟପାନ କରିବା ଏବଂ ଧୂମପାନ କରିବା ଯୋଗୁଁ ହୋଇଥିଲା।

ଯେତେବେଳେ କେହି ପାର୍ଟିରେ ଯୋଗ ଦିଅନ୍ତି ଏବଂ ମଦ୍ୟପାନ କରନ୍ତି, ସେମାନେ ବୁଝିବା ଉଚିତ ଯେ ସେମାନେ ଖରାପ ରାସ୍ତାରେ ଆଗକୁ ବଢୁଛନ୍ତି।

ସେ ଏହି କାରଣଗୁଡ଼ିକୁ ଉଲ୍ଲେଖ କରି ପୃଥ୍ୱୀ ସ'ଙ୍କ ତୁଳନା ବିନୋଦ କାମ୍ବଲିଙ୍କ ସହିତ କରିଛନ୍ତି।

ତେବେ ଯୋଗରାଜଙ୍କ ଏହି ବୟାନ ପ୍ରକାଶ ପାଇବା ପରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବା ଆରମ୍ଭ ହୋଇଛି।

Cricket: ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ମଣ୍ଡଳିରେ ଯୁବରାଜ ସିଂହ ସାମିଲ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ପୃଥ୍ୱୀ ସ' ଇନଷ୍ଟାଗ୍ରାମରେ ଏକ ବିବୃତ୍ତି ଜାରି କରିଛନ୍ତି।

ସେ ଲେଖିଛନ୍ତି, ମୋ ଅତୀତ ମୋ ଜୀବନର ଏକ ଅଂଶବିଶେଷ।

ମୋତେ ଲଜ୍ଜିତ କରିବା କିମ୍ବା ଜାଣିଶୁଣି ନକାରାତ୍ମକତା ପ୍ରସାର କରିବା, ମୋର ପ୍ରତିଛବିକୁ ଖରାପ କରିବା, ଅନାବଶ୍ୟକ ବିବାଦ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଛାଡ଼ିବି ନାହିଁ।

ଦରକାର ପଡ଼ିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି। 🚨 A big controversy between Prithvi Shaw and Yograj Singh 🚨 Yograj Singh - "Someone who doesn't take care of himself, parties all night, and spends his time drinking, smoking, and chasing women will eventually face the consequences.

Vinod Kambli is a prime example of this.

And… pic.twitter.com/QSxZIzZPm0 — VIKAS (@Vikas662005) November 24, 2026 ଶେଷ ଚେତାବନୀ ଜାରି ଯୋଗରାଜ ସିଂହଙ୍କ ବିରୋଧରେ ପୃଥ୍ବୀ ସ' କହିଛନ୍ତି, ନିଜର ମତ ପ୍ରକାଶ କରିବା ଏବଂ ମିଥ୍ୟା, ଭ୍ରାମକ, ମାନହାନିକାରୀ କିମ୍ବା କ୍ଷତିକାରକ ବିଷୟବସ୍ତୁ ସହିତ କାହାକୁ ଟାର୍ଗେଟ କରିବା ମଧ୍ୟରେ ପାର୍ଥକ୍ୟ ଅଛି।

ଏହା ମୋର ଶେଷ ଚେତାବନୀ।

ଏପରି କାର୍ଯ୍ୟକଳାପରେ ସମ୍ପୃକ୍ତ ଯେକୌଣସି ବ୍ୟକ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି।

ସୟଦ ମୁସ୍ତାକ ଅଲି ଟ୍ରଫିରେ ପୃଥ୍ବୀ ସୂଚନାଯୋଗ୍ୟ, କ୍ରିକେଟର ପୃଥ୍ବୀ ସ' ଏବେ ସୟଦ ମୁସ୍ତାକ ଅଲି ଟ୍ରଫିରେ ଖେଳୁଛନ୍ତି।

ସେ ଏପର୍ଯ୍ୟନ୍ତ ମହାରାଷ୍ଟ୍ର ପାଇଁ ପାଞ୍ଚଟି ମ୍ୟାଚ୍‌ରେ ୧୧୯ ରନ୍ ସଂଗ୍ରହ କରି ସାରିଛନ୍ତି।

ସେ ମଧ୍ୟପ୍ରଦେଶ ବିପକ୍ଷରେ ଶେଷ ମ୍ୟାଚ୍‌ରେ ୫୧ ରନ୍‌ର ଅର୍ଦ୍ଧଶତକ ହାସଲ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)