Cricket: ୱାଙ୍ଖଡ଼େରେ ଦିଲୀପ ସରଦେଶାଇ ଗେଟ୍ ଉଦ୍ଘାଟିତ
"ମୁମ୍ବାଇ: ଭାରତର ବ୍ୟାଟିଂ କିଂବଦନ୍ତି ଦିଲୀପ ସରଦେଶାଇଙ୍କ ୮୬ତମ ଜନ୍ମଦିନରେ ମୁମ୍ବାଇ କ୍ରିକେଟ୍ ସଂଘ ବଡ଼ ସମ୍ମାନ ଜଣାଇଛି।
ପ୍ରସିଦ୍ଧ ୱଙ୍ଖଡ଼େ ଷ୍ଟାଡିୟମ୍ଠାରେ ଥିବା ଗେଟ୍-୩କୁ ଅଗଷ୍ଟ ୮ ତାରିଖରେ ତାଙ୍କ ନାମରେ ନାମିତ ହୋଇଛି। "ଦିଲୀପ ସରଦେଶାଇ ଗେଟ୍" ଉଦ୍ଘାଘାଟନୀ ଉତ୍ସବରେ ତାଙ୍କ ପୁଅ ରାଜଦୀପ ସରଦେଶାଇଙ୍କ ସହ ପରିବାର ସଦସ୍ୟ ଉପସ୍ଥିତ ଥିଲେ।
ଏମାନଙ୍କ ସହ ଏମ୍ସିଏ ସଭାପତି ଅଜିଙ୍କ୍ୟ ନାଏକ ଓ ସମସ୍ତ କାର୍ଯ୍ୟକର୍ତ୍ତା ଓ ଆପେକ୍ସ କାଉନସିଲ ସଦସ୍ୟମାନେ ଉପସ୍ଥିତ ଥିଲେ।Advertisment ୨୦୦୭ ଜୁନ୍ ୨ ତାରିଖରେ ମୃତ୍ୟୁବରଣ କରିଥିବା ସରଦେଶାଇ ପ୍ରଥମ ଭାରତୀୟ ବ୍ୟାଟର୍ଭାବେ ବିଦେଶରେ ଦ୍ବିଶତକ ଅର୍ଜନ କରିଥିଲେ।
ସେ ୧୯୭୧ରେ କିଙ୍ଗ୍ଷ୍ଟନ୍ରେ ୱେଷ୍ଟ୍ଇଣ୍ଡିଜ୍ର ବିଳିଷ୍ଠ ପେସ୍ ଆଟାକ୍ ବିପକ୍ଷରେ ୨୧୨ ରନ୍ର ପାଳି ଖେଲିଥିଲେ।
ଏହି ଶୃଙ୍ଖଳାର ପୂର୍ବରୁ ୧୯୬୫ରେ ମୁମ୍ବାଇରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ରେ ୨୦୦ ରନ୍ର ଅପରାଜିତ ପାଳି ଖେଳିଥିଲେ।
Cricket: କ୍ରିକେଟ୍ ଅଷ୍ଟ୍ରେଲିଆ ଦଳରେ ୩ ଭାରତୀୟ ବଂଶୋଦ୍ଭବ ସରଦେଶାଇ ୧୯୪୦ ଅଗଷ୍ଟ ୮ ତାରିଖରେ ଗୋଆର ମାରଗୋଆରେ ଜନ୍ମ ଗ୍ରହଣ କରିଥିଲେ।
୧୯୬୧ ଡିସେମ୍ବରରେ ଇଂଲଣ୍ଡ ବିପକ୍ଷ କାନପୁର ଟେଷ୍ଟ୍ରେ ପରଦାର୍ପଣ କରିଥିଲେ।
୧୯୭୨ ଡିସେମ୍ବରରେ ଦିଲ୍ଲୀରେ ସେହି ସମାନ ଦଳ ବିପକ୍ଷରେ ଶେଷ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ।
ଏହି ୧୧ ବର୍ଷରେ ସେ ୩୦ ଟେଷ୍ଟ୍ ଖେଳି ୩୯.୨୩ ହାରରେ ୨୦୦୧ ରନ୍ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
