Cricket: ୬ ଓଭରରେ ୧୧୮ ରନ୍, ଇତିହାସ ରଚିଲା ଭାରତୀୟ କ୍ରିକେଟ୍ ଦଳ
ୱେଲିଂଟନ: ଭାରତୀୟ କ୍ରିକେଟ ଟିମ୍ ମଙ୍ଗଳବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ ୱେଲିଂଟନରେ ଖେଳାଯାଇଥିବା ତୃତୀୟ ଟି୨୦ରେ ନୂଆ ବିଶ୍ବ ରେକର୍ଡ କରିଛି।
ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଯୋଡ଼ି ୬ ଓଭରରେ କୌଣସି ୱିକେଟ୍ ନହରାଇ ୧୧୮ ରନ୍ ସଂଗ୍ରହ କରିଛନ୍ତି।
ଏହା କୌଣସି ପୂର୍ଣ୍ଣ ସଦସ୍ୟ ଟିମ୍ ପାଇଁ ପାୱାରପ୍ଲେର ସବୁଠାରୁ ବଡ଼ ସମୁଦାୟ ରନ୍।
ଏହି ଭଳି ଭାବେ ଟିମ୍ ଇଣ୍ଡିଆ ନାମରେ ଏହା ବିଶ୍ବ ରେକର୍ଡ ହୋଇଛି।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ୨୦୨୪ରେ ସ୍କଟଲାଣ୍ଡ ବିପକ୍ଷରେ ଏଡିନବରାରେ ୧୧୩/୧ ରନ୍ କରିଥିଲା।
Advertisment ଏହା ଚତୁର୍ଥ ପାଇଁ ଦେଖିବାକୁ ମିଳିଛି ଯେ, କୌଣସି ଦଳ ଆରମ୍ଭରୁ ୬ ଓଭରରେ ୧୦୦ ରନ୍ ଅଥବା ତା'ଠାରୁ ଅଧିକ କରିପାରିଛି।
ଟିମ୍ ଇଣ୍ଡିଆର ୧୧୮ ରନ୍ରେ ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମାଙ୍କର ଅବଦାନ ରହିଛି।
'ପାୱାରପ୍ଲେ'ରେ ବଡ଼ ସ୍କୋର ୧୧୮/୦: ଭାରତ ବନାମ ନ୍ୟୁଜିଲାଣ୍ଡ, ୱେଲିଂଟନ, ୨୦୨୬ ୧୧୩/୧: ଅଷ୍ଟ୍ରେଲିଆ ବନାମ ସ୍କଟଲାଣ୍ଡ, ଏଡିନବର୍ଗ, ୨୦୨୪ ୧୦୩/୧: ଜିମ୍ବାୱେ ବନାମ ଗାମ୍ବିଆ, ନାଇରୋବୀ, ୨୦୨୪ ୧୦୨/୦: ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ, ସେଞ୍ଚୁରିଅନ, ୨୦୨୩ ୧୦୦/୦: ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା, ଓଲ୍ଡ ଟ୍ରାଫର୍ଡ, ୨୦୨୫ ୧୦୦/୦: ଭାରତ ବନାମ ଆଫଗାନିସ୍ତାନ, ଦିଲ୍ଲୀ, ୨୦୨୬ 1⃣1⃣8⃣ in 6 overs 🤯 #TeamIndia 's Highest powerplay score in Men's T20Is ‼️ What a show by the openers 🍿 Updates ▶️ https://t.co/zf4CnZQ8CD #NZvIND pic.twitter.com/GnxpmRFqzX — BCCI (@BCCI) October 27, 2026 ନ୍ୟୁଜିଲାଣ୍ଡର ପ୍ରଥମ ବ୍ୟାଟିଂ, ସ୍କୋର ୧୯୮ ଆଜିର ମ୍ୟାଚ୍ରେ ଭାରତ ଟସ୍ ଜିଣ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।
ଫଳରେ ଘରୋଇ ନ୍ୟୁଜିଲାଣ୍ଡ ଦଳ ୨୦ ଓଭରରେ ୩ଟି ୱିକେଟ୍ ହରାଇ ୧୯୮ ରନ୍ ସଂଗ୍ରହ କରିଥିଲା।
ଡେରିଲ ମିଚେଲ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ।
ସେ ୫୨ଟି ବଲ୍ ସମ୍ମୁଖୀନ ହୋଇଥିଲେ।
୫ଟି ଚୌକା ଏବଂ ୫ଟି ଛକା ବଳରେ ୮୯ ରନ୍ ସଂଗ୍ରହ କରିଥିଲେ।
ଏହା ବ୍ୟତୀତ ଫିନ୍ ଏଲନ ୨୫ବଲ୍ ଖେଳି ୪୦ ରନ୍ କରିଥିଲେ।
ପ୍ରଥମ ୱିକେଟ୍ର ପତ୍ତନ ପରେ ମିଚେଲ ଏବଂ ଏଲନ ଦ୍ବିତୀୟ ୱିକେଟ ପାଇଁ ୪୩ଟି ବଲ୍ରୁ ୮୬ ରନ୍ ସଂଗ୍ରହ କରିଥିଲେ।
ଶେଷ ପର୍ଯ୍ୟନ୍ତ ଖେଳ ଜାରି ରଖିଥିବା ମିଚେଲ ଚତୁର୍ଥ ୱିକେଟ ପାଇଁ ବେୱାନ ଜେକବ୍ସଙ୍କ ସହିତ ୪୮ଟି ବଲ୍ରୁ ୭୫ ରନ୍ ସଂଗ୍ରହ କରିଥିଲେ।
ଏହି ସମୟରେ ଭାରତ ପାଇଁ ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଏବଂ ନିତୀଶ ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଭାରତ ବିଜୟୀ ନ୍ୟୁଜିଲାଣ୍ଡକୁ ଭାରତ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମୁକାବିଲାରେ ପରାସ୍ତ କରିଛି।
ସ୍ଥାନୀୟ ହେନରୀ ଷ୍ଟାଡିୟମରେ ଭାରତୀୟ ଟିମ୍ ୫ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଆରମ୍ଭରୁ ୨ଟି ମ୍ୟାଚ୍ ଜିତି ସାରିଥିଲା ବେଳେ ତୃତୀୟ ମୁକାବିଲାରେ ଧାରା ଜାରି ରଖିଛି।
ଫଳରେ ଭାରତ ୩-୦ରେ ଅଗ୍ରଣୀ ହାସଲ କରିଛି।
ଆଜିର ମୁକାବିଲାରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ନ୍ୟୁଜିଲାଣ୍ଡର ଟିମ୍ ପ୍ରଥମେ ବ୍ୟାଟିଂ କରି ୩ଟି ୱିକେଟ୍ରେ ୧୯୮ ରନ୍ କରିଥିଲା।
ଭାରତ ୧୩.୨ ଓଭରରେ ୪ଟି ୱିକେଟ୍ ହରାଇ ୧୯୯ ରନ୍ ସଂଗ୍ରହ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
