Cricket: ‘ସେହି ସମୟ ମୋ ବାପା-ମା’ ଏବଂ ପତ୍ନୀଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା; ଲୋକେ ମୋ ଫୋନ୍ ବି ଉଠାଇଲେନି’
ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳରୁ ବାହାରେ ଥିବା ସରଫରାଜ ଖାନ ଶେଷରେ ନୀରବତା ଭାଙ୍ଗିଛନ୍ତି, ଯାହା ତାଙ୍କୁ ଏବଂ ତାଙ୍କ ପରିବାରକୁ ଗଭୀର ଭାବେ ପ୍ରଭାବିତ କରିଛି।
୨୦୨୪-୨୫ ଅଷ୍ଟ୍ରେଲିଆ ଗସ୍ତ (ବର୍ଡର-ଗାଭାସ୍କର ଟ୍ରଫି) ସମୟରେ ସେ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍ ସୂଚନା ଗଣମାଧ୍ୟମକୁ ଲିକ୍ କରିବା ପାଇଁ ତାଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆସିଥିଲା।
ସରଫରାଜ ଖାନ ଏବେ ପ୍ରଥମ ଥର ପାଇଁ ଏବିଷୟରେ ଖୋଲାଖୋଲି ଭାବରେ ତାଙ୍କର କୋହ ପ୍ରକାଶ କରିଛନ୍ତି।
ଏହି ଅଭିଯୋଗଗୁଡ଼ିକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛନ୍ତି ଏବଂ ଏହି ମିଥ୍ୟା ଖବର ତାଙ୍କ ସମଗ୍ର ପରିବାରକୁ କିପରି ମର୍ମାହତ କରିଥିଲା ତାହା ବଖାଣିଛନ୍ତି।
Advertisment ଆକାଶ ଚୋପ୍ରାଙ୍କ ସୋ' 'ବୈଠ୍ ଔର ବୋଲ'ରେ ଏକ ଆଲୋଚନା ସମୟରେ ସରଫରାଜ ଖାନ ଭାବପ୍ରବଣ ଦେଖାଯାଇଥିଲେ।
ପୁରୁଣା ସ୍ମୃତିକୁ ମନେ ପକାଇବା ବେଳେ ତାଙ୍କର ଆଖିରୁ ଲୁହ ଝରି ଆସିଥିଲା।
କାରଣ ଥିଲା ଅଷ୍ଟ୍ରେଲିଆ ଗସ୍ତରେ ମେଲବୋର୍ଣ୍ଣ ଟେଷ୍ଟରେ ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଖେଳାଳିମାନଙ୍କୁ ଭର୍ତ୍ସନା କରିଥିଲେ ଏବଂ ଏହା ଡ୍ରେସିଂ ରୁମ୍ ଲିକ୍ ହେବାର ରିପୋର୍ଟ ଆଣିଥିଲା।
ନୀରବତା ଭାଙ୍ଗିଲେ ସରଫରାଜ ସରଫରାଜ ସମଗ୍ର ଗସ୍ତରେ ଭାରତୀୟ ଦଳରେ ଥିଲେ।
କିନ୍ତୁ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା।
ବରଂ ସେ ଆହତ ହୋଇଥିଲେ ଏବଂ ପୁନର୍ବାସ ପାଇଁ ଜାତୀୟ କ୍ରିକେଟ୍ ଏକାଡେମୀ ଯାଇଥିଲେ।
ସେହି ଘଟଣାକୁ ମନେ ପକାଇ ସରଫରାଜ କହିଛନ୍ତି, ମୁଁ ଗଭୀର ଆଘାତ ପାଇଥିଲି।
ମୋର ବିମାନ ଭାରତରେ ଅବତରଣ କରିବା ମାତ୍ରେ ମୋତେ ନିରନ୍ତର କଲ୍ ଏବଂ ମେସେଜ୍ ଆସିବା ଆରମ୍ଭ ହୋଇଥିଲା।
ସୋସିଆଲ ମିଡିଆରେ ବହୁତ କିଛି ଲେଖାଯାଉଥିଲା।
ବର୍ଡର-ଗାଭାସ୍କର ଟ୍ରଫି ଶେଷ ହେବାର ୨୦-୨୫ ଦିନ ହୋଇଯାଇଥିଲା ଏବଂ ମୁଁ ଆଘାତ ଯୋଗୁଁ ଏନ୍ସିଏରେ ପୁନର୍ବାସ କରୁଥିଲି।
ହଠାତ୍ ଡ୍ରେସିଂ ରୁମ୍ ଲିକ୍ ହେବାର ରିପୋର୍ଟ ପ୍ରସାରିତ ହେବା ଆରମ୍ଭ ହେଲା।
ମୁଁ କାହା ସହିତ କଥା ହେବି ଜାଣି ନଥିଲି।
ଭାରତୀୟ କ୍ରିକେଟର ସରଫରାଜ ଖାନଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼ !
ମୋର ଫୋନ୍ ଉଠାଇବା ବନ୍ଦ କରିଦେଲେ ଲୋକେ ସରଫରାଜ ଚୟନକର୍ତ୍ତାଙ୍କ ବିଶ୍ୱାସକୁ ତାଙ୍କର କ୍ଷମତାର ସବୁଠାରୁ ବଡ଼ ପ୍ରମାଣ ବୋଲି ଉଲ୍ଲେଖ କରିଛନ୍ତି।
ସେ କହିଛନ୍ତି ଯେ ଯଦି ସେ ପ୍ରକୃତରେ ଦଳ ସହିତ ବିଶ୍ୱାସଘାତକତା କରିଥାନ୍ତେ କିମ୍ବା କୌଣସି ଅନୁଶାସନହୀନତା କରିଥାନ୍ତେ, ତେବେ ତାଙ୍କୁ ପରେ ଭାରତ ଏ ପାଇଁ ଏବଂ ପରେ ଶ୍ରୀଲଙ୍କା ବିପକ୍ଷରେ ୨୦୨୬ ଟେଷ୍ଟ ସିରିଜରେ ସାଇ ସୁଦର୍ଶନଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇ ନଥାନ୍ତା।
ମୁଁ କାହା ପାଖକୁ ସ୍ପଷ୍ଟୀକରଣ ପାଇଁ ଯିବି?
ସେପରି କିଛି ହୋଇନଥିଲା।
ମୁଁ ଜାଣିନାହିଁ କିଏ ଏହି ଖବର ପ୍ରସାରଣ କରିଛି।
ମୋତେ ବହୁତ ଖରାପ ଲାଗିଥିଲା ଏବଂ ଯେତେବେଳେ ମୁଁ କାହାକୁ ଫୋନ୍ କଲି ମୋର ଫୋନ୍ ମଧ୍ୟ ଉଠାଯାଉନଥିଲା।
ଏହା ମୋ ପରିବାର ପାଇଁ ବହୁତ କଷ୍ଟକର ସମୟ ଥିଲା।
ଚାପ ଏତେ ତୀବ୍ର ହୋଇଗଲା ଯେ ସରଫରାଜଙ୍କୁ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ କରିବାକୁ ପଡିଲା।" କାନ୍ଦି ପକାଇଲେ ବାପା-ମା' ଏବଂ ପତ୍ନୀ: ସରଫରାଜ ସରଫରାଜ କହିଛନ୍ତି, ତାଙ୍କ ନିଜ ଜୀବନ ସର୍ବଦା ସଂଘର୍ଷରେ ପରିପୂର୍ଣ୍ଣ।
ତେଣୁ ସେ ଯେକୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିଲେ।
କିନ୍ତୁ ତାଙ୍କ ପ୍ରିୟଜନଙ୍କୁ ଭାଙ୍ଗି ପଡ଼ିବା ତାଙ୍କ ପାଇଁ ଅସହ୍ୟ ଥିଲା।
ମୋର ବାପା, ମା, ସ୍ତ୍ରୀ ଏବଂ ଭାଇ କାନ୍ଦି ପକାଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
