Cricket: ଯଦୁପୁର କ୍ରିକେଟ୍ ଏକାଡେମୀର ସହଜ ବିଜୟ: ସିଦ୍ଧାନ୍ତ ସ୍ମାରକୀ ପାରାମାଉଣ୍ଟ୍ କପ୍ ଆରମ୍ଭ
"ଭୁବନେଶ୍ବର: ପାରାମାଉଣ୍ଟ୍ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ସିଦ୍ଧାନ୍ତ ପଟ୍ଟନାୟକ ସ୍ମାରକୀ ୧୬ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାର ଦ୍ବିତୀୟ ମ୍ୟାଚ୍ରେ ଯଦୁପୁର କ୍ରିକେଟ୍ ଏକାଡେମୀ ୯ ୱିକେଟ୍ରେ ସନସାଇନ୍ ସ୍ପୋର୍ଟିଂକୁ ପରାସ୍ତ କରିଛି।
ସ୍ଥାନୀୟ ବିଜେଇଏମ୍ ସ୍କୁଲ୍ ପଡ଼ିଆରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସନସାଇନ୍ ସ୍ପୋର୍ଟିଂ ୨୫ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୫୫ ରନ୍ ସଂଗ୍ରହ କରିଥିଲା।
ଦଳ ପକ୍ଷରୁ ନିଶିତ ପଟ୍ଟନାୟକ ୪୪ ରନ୍ କରିଥିବା ବେଳେ ଅନ୍ୟ ବ୍ୟାଟରମାନେ ବିଶେଷ ଯୋଗଦାନ କରିପାରିନଥିଲେ।
ଯଦୁପୁର କ୍ରିକେଟ୍ ଏକାଡେମୀ ପକ୍ଷରୁ ଆଶୁତୋଷ ଯାଦବ ଚମତ୍କାର ବୋଲିଂ କରି କେବଳ ୧୫ ରନ୍ରେ ୫ଟି ୱିକେଟ୍ କରାୟତ୍ତ କରିଥିଲେ।
ଅନ୍ୟମାନଙ୍କ ସ୍ବୟଂ ଦାସ ୨ଟି ଏବଂ ଓମ୍ ପ୍ରକାଶ ୩ଟି ୱିକେଟ୍ ଦଖଲ କରିଥିଲେ।Advertisment ୫୬ ରନ୍ର ସହଜ ଲକ୍ଷ୍ୟ ପଛୁଆ କରି ଯଦୁପୁର କ୍ରିକେଟ୍ ଏକାଡେମୀ ୯.୨ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ୫୬ ରନ୍ର ବିଜୟ ଲକ୍ଷ୍ୟ ସଂଗ୍ରହ କରି ନେଇଥିଲା।
ସବ୍ୟସାଚୀ ଦାସ ୨୮ ଓ ଜୟଦୀପ ରାଜ ନାୟକ ୧୦ ରନ୍ କରିଥିଲେ।
ଶାଣିତ ବୋଲିଂ ପାଇଁ ଯଦୁପୁର କ୍ରିକେଟ୍ ଏକାଡେମୀର ଆଶୁତୋଷ ଯାଦବଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।
ପୂର୍ବତନ ବରିଷ୍ଠ କ୍ରିକେଟର୍ ଚିତ୍ତରଞ୍ଜନ ସ୍ୱାଇଁ ତାଙ୍କୁ ପୁରସ୍କୃତ କରିଥିଲେ।
ରବିବାର ପ୍ରତିଯୋଗିତାର ପ୍ରଥମ ପ୍ରି-କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଜୟଦେବ ସ୍ପୋର୍ଟିଂ ଭୁବନେଶ୍ୱର ଏବଂ ପାୟୋନିଅର କ୍ଲବ୍ ପୁରୀ ମଧ୍ୟରେ ମୁକାବିଲା ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।