Khadge: ମଲ୍ଲିକାର୍ଜୁନ ଖଡ଼ଗେଙ୍କର ୩୮.୭୬ କୋଟି ଟଙ୍କାର ସମ୍ପତ୍ତି: ୧୧.୩୭ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି
"ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମୋଟ୍ ସମ୍ପତ୍ତି ମୂଲ୍ୟ ୩୮.୭୬ କୋଟି।
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସମୟରେ ଖଡ଼ଗେ ଦାଖଲ କରିଥିବା ସତ୍ୟପାଠରେ ଏହି ଘୋଷଣା କରିଛନ୍ତି।
ସତ୍ୟପାଠରେ ଖଡ଼ଗେ କହିଛନ୍ତି, ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଳ୍ୟ ୧୧.୩୭ କୋଟି।
ଏଥିରୁ ୬.୬୦ କୋଟି ତାଙ୍କ ନାମରେ ଅଛି ଏବଂ ୪.୪୧ କୋଟି ଟଙ୍କା ତାଙ୍କ ପତ୍ନୀ ରାଧା ବାଇଙ୍କ ନାମରେ ରହିଛି।
ଏଚୟୁଏଫ୍ (ହିନ୍ଦୁ ଅନଡିଭାଇଡେ୍ ଫ୍ୟାମିଲି) ଅଧୀନରେ ତାଙ୍କର ୩୬.୦୯ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି।
ସତ୍ୟପାଠରେ ଦର୍ଶାଯାଇଛି ଯେ ଖଡ଼ଗେଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୮.୩୧ କୋଟି ଏବଂ ତାଙ୍କ ପତ୍ନୀଙ୍କ ସ୍ଥାବର ସମ୍ପତ୍ତି ମୁଲ୍ୟ ୯.୮୬ କୋଟି।Advertisment ଆହୁରି ପଢନ୍ତୁ: Bihar: ଲାଲୁ ଏବଂ ପରିବାରର ଜେଡ୍ ପ୍ଲସ୍ ସୁରକ୍ଷା ପ୍ରତ୍ୟାହାର କଲେ ବିହାର ସରକାର ସେହିପରି ଏଚ୍ୟୁଏଫ୍ ଅଧୀନରେ ୯.୨୨ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି।
ଏଥିସହ ମୋଟ୍ ସ୍ଥାବର ସମ୍ପତ୍ତି ମୂଲ୍ୟ ହେଉଛି ୨୭.୩୯ କୋଟି।
ସତ୍ୟପାଠ ଅନୁଯାୟୀ ଖଡ଼ଗେଙ୍କର ମୋଟ୍ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ମୂଲ୍ୟ ହେଉଛି ୩୮.୭୬ କୋଟି।
ଏହାବାଦ ଖଡ଼ଗେ ଏବଂ ତାଙ୍କ ପତ୍ନୀଙ୍କର ପାଖାପାଖି ୨.୦୪ କୋଟି ଟଙ୍କାର ସୁନା ରହିଛି।
ସତ୍ୟପାଠରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଦମ୍ପତିଙ୍କର କାଲବୁରାଗି ଏବଂ ବେଙ୍ଗାଲୁରୁରେ ଚାଷ ଜମି ରହିଛି।
ସତ୍ୟପାଠ ଅନୁଯାୟୀ ଖଡ଼ଗେଙ୍କ ବିରୋଧରେ ୧୦ଟି ଅପରାଧୀକ ମାମଲା ରହିଛି।
ରାଜନୈତିକ ଭାଷଣ ସମୟରେ ବିବାଦୀୟ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଆସାମରେ ୪ ଏତଲା ରୁଜୁ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।