Cricket: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କପିଳ ଦେବଙ୍କ ପରାମର୍ଶ

Jul 03, 2026 - 20:04
Cricket: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କପିଳ ଦେବଙ୍କ ପରାମର୍ଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ପୁରୁଷ ତଥା ୧୯୮୩ ବିଶ୍ବକପ୍‌ ବିଜେତା ଅଧିନାୟକ କପିଳ ଦେବ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେ‌ଇଛନ୍ତି। ବିସ୍ମୟ ବାଳକ ବୈଭବଙ୍କୁ ସେ ପ୍ରଶଂସା କରିଛନ୍ତି। ଏଥି ସହିତ ସେ ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି। ସେ କହିଛନ୍ତି, ବୈଭବ ହେଉଛନ୍ତି ଜଣେ ଅସାଧାରର ପ୍ରତିଭା। କିନ୍ତୁ ଏତେ କମ୍‌ ବୟସରେ ତାଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ବୋଝ ପକାଇବା ଉଚିତ ନୁହେଁ।

ଜାତୀୟ ଗଣମାଧ୍ୟମ ତରଫରୁ କପିଳ ଦେବଙ୍କୁ ଯେତେବେଳେ ପଚରାଗଲା ଯେ, ବୈଭବଙ୍କୁ କେମିତି ଦେଖନ୍ତି? ‌କିମ୍ବଦନ୍ତୀ କ୍ରିକେଟର ଉତ୍ତରରେ ପ୍ରତିକ୍ରିୟା ଦେଇ କହିଛନ୍ତି, ବଡ଼ ପ୍ରତିଭାର ଅଧିକାର। ଏଥିରେ କୌଣସି ସନ୍ଦେହ କରାଯାଇପାରିବ ନାହିଁ। କିନ୍ତୁ ମୁଁ ଭାବୁଛି, ଆମେ ତାଙ୍କ ବିଷୟରେ ବହୁତ ବଡ଼ବଡ଼ କଥା କହୁଛେ। ତାଙ୍କୁ ଟିକେ ସମୟ ଦି୍ଆଯିବା ଉଚିତ। ତାଙ୍କର ଉପରେ ମାତ୍ରାଧିକ ଚାପ ଦିଆଯିବା ଉଚିତ ନୁହେଁ। କାରଣ ସେ ଚାପରେ ପଡ଼ିଯିବେ। 

ବୈଭବଙ୍କ ପାଖରେ ସଚିନ-ବିରାଟ ଭଳି ପ୍ରତିଭା
କପିଳ ଦେବ କହିଛନ୍ତି, ବୈଭବଙ୍କ ପ୍ରତିଭାର ତୁଳନା ଭାରତୀୟ କ୍ରିକେଟର ୨ଜଣ ସବୁଠୁ ବଡ଼ ନାମଙ୍କ ସହିତ କରାଯାଇପାରିବ। ସେ କହିଛନ୍ତି ଯେ, ପ୍ରତିଭା ମାମଲାରେ ସଚିତ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ଭଳି ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ମଧ୍ୟ‌ ଦକ୍ଷତା ରହିଛି। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଦର୍ଶନ କୌଣସି ଖେଳାଳିଙ୍କ ମହାନତାର ପରିଚୟ ଦେଇଥାଏ। ଯଦି ପ୍ରତିଭାର କଥା କହିବା, ସେ ସଚିନ ଏବଂ ବିରାଟ କୋହଲିଙ୍କ ଭଳି। ତାଙ୍କ ପାଖରେ ଅଦ୍ଭୁତ କ୍ଷମତା ରହିଛି। 

ଟି୨୦ରେ ପ୍ରମାଣିତ, ପରୀକ୍ଷା ବାକି
କପିଳ ଦେବଙ୍କ ଅନୁସାରେ ବୈଭବ ସୂର୍ଯ୍ୟବଂଶୀ ଟି୨୦ କ୍ରିକେଟ୍‌ରେ ନିଜର ଦକ୍ଷତା ପ୍ରମାଣିତ କରିସାରିଛନ୍ତି। ଏତେ କମ ବୟସରେ ସେ ଯେଉଁ ଭଳି ଭାବରେ ଖେଳିଛନ୍ତି, ଏହା ବିରଳ। ଟି୨୦ କ୍ରିକେଟ୍‌ରେ ସେ ନିଜକୁ ପ୍ରମାଣିତ କରିସାରିଛନ୍ତି। ଏତେ କମ ବୟସରେ ଯେଉଁଭଳି ଭାବରେ ପ୍ରଭାବ ଦେଖାଇଛନ୍ତି, ବିଶ୍ବରେ ଏଭଳି ଉଦାହରଣ ମିଳିବା ସହଜ ନୁହେଁ। କିନ୍ତୁ କ୍ରିକେଟର ପ୍ରକୃତ ପରୀକ୍ଷା ଦୀର୍ଘକାଳୀନ ଫର୍ମାଟରେ ହୋଇଥାଏ। ବୈଭବ ଯେତେବେଳେ ଟେଷ୍ଟ କ୍ରିକେଟ୍‌ ଖେଳିବେ, ସେତେବେଳେ କେମିତି ପ୍ରଦର୍ଶନ କରୁଛନ୍ତି, ତାହା ଦେଖିବାର ଅଛି। 

କୋହାହଳ ଏବଂ ପ୍ରଚାର
କପିଳ ଦେବ କହିଛନ୍ତି, ୧୯୮୮-୮୯ରେ ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟରେ ଯୋଗ ଦେଇଥିଲେ। ସେହି ସମୟରେ ତାଙ୍କ ଆଖପାଖରେ ଏତେ କୋଳାହଳ କିମ୍ବା ପ୍ରଚାର ନଥିଲା। ତେଣୁ ଆମେ ବୈଭବଙ୍କୁ ସାଧାରଣ ବାତାବରଣ ଦେବା ଉଚିତ ଏବଂ ଅନାବଶ୍ୟକ ଚାପ ପକାଇବା ନାହିଁ।