Cricket: ବାଦ୍‌ ପଡ଼ିଲେ ଆହତ ଟିକ୍‌ନର

Nov 24, 2026 - 12:30
Cricket: ବାଦ୍‌ ପଡ଼ିଲେ ଆହତ ଟିକ୍‌ନର

ଖ୍ରୀଷ୍ଟଚର୍ଚ୍ଚ: ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରୁ ନିକଟରେ ପ୍ରତ୍ୟାବର୍ତ୍ତନ କରିଥିବା ନ୍ୟୁଜିଲାଣ୍ଡ ସିମର ବ୍ଲେୟର ଟିକ୍‌ନର୍‌ ମାଂସପେସୀ ଟାଣିହେବା ଜନିତ ସମସ୍ୟା ଯୋଗୁଁ ବାଦ୍‌ ପଡ଼ିଛନ୍ତି।

ପ୍ରଥମ ଟେଷ୍ଟ୍‌ରେ ତାଙ୍କୁ ସୁଯୋଗ ବି ମିଳି ନଥିଲା।

ଦ୍ବିତୀୟ ଟେଷ୍ଟ୍‌ ପୂର୍ବ ଅଭ୍ୟାସ ବେଳେ ତାଙ୍କ ମାଂସପେସୀ ଟାଣି ହୋଇଯାଇଥିଲା।

Advertisment ମାଂସପେସୀ ଟାଣିହେବା ଜନିତ ସମସ୍ୟା ତାଙ୍କ ସ୍ଥାନରେ ବ୍ଲାକ୍‌କ୍ୟାପ୍‌ ଦଳରେ ମ୍ୟାଟ୍‌ ଫିସର ସାମିଲ ହୋଇଛନ୍ତି।

ଫିସର କେବଳ ଗୋଟିଏ ଟେ‌ଷ୍ଟ ଜିମ୍ବାୱେ ବିପକ୍ଷରେ ଖେଳିଛନ୍ତି।

ପୂର୍ବରୁ ଦଳର ଆଗଧାଡ଼ିର ସ୍ପିନର ମିଚେଲ ସାଣ୍ଟନର ଆହତ ଯୋଗୁଁ ପୂରା ଟେଷ୍ଟ ଶୃଙ୍ଖଳାରୁ ବାଦ୍‌ ପଡ଼ିଥିଲେ।

ୱେଲିଂଟନ୍‌ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଥିଲା ବେଳେ ଶୁକ୍ରବାରଠୁ ଦ୍ବିତୀୟ ମ୍ୟାଚ୍‌ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ।

ଖାଦ୍ୟ ସଙ୍କଟ ଆହୁରି ଘନିଭୂତ ହେବାର ଆଶଙ୍କା ରହିଛି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)