Cricket: ପଞ୍ଜାବ କିଙ୍ଗ୍ସ ବୋଲିଂ ପ୍ରଶିକ୍ଷକ ହେବେ ମହାମ୍ବ୍ରେ
ମୁମ୍ବାଇ: ପୂର୍ବତନ ଭାରତ ଓ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ପ୍ରଶିକ୍ଷକ ପାରସ ମହାମ୍ବ୍ରେ ଆଗାମୀ ଆଇପିଏଲ୍ରେ ପଞ୍ଜାବ କିଙ୍ଗ୍ସର ନୂଆ ବୋଲିଂ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି।
ନିକଟରେ ପଞ୍ଜାବ କିଙ୍ଗ୍ସର ବୋଲିଂ ପ୍ରଶିକ୍ଷକ ଜେମ୍ସ ହୋପ୍ସ ଦଳରୁ ଓହରି ଯାଇଥିଲେ।
ତାଙ୍କ ସ୍ଥାନରେ ମହାମ୍ବ୍ରେ ନିଯୁକ୍ତି ହେବା ପ୍ରାୟ ନିଶ୍ଚିତ ହୋଇଛି।
ପଞ୍ଜାବ କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଓ ଅଧିନାୟକ ଶ୍ରେୟସ ଆୟରଙ୍କ ସହ ମିଶି ସେ ରଣନୀତି ପ୍ରସ୍ତୁତ କରିବେ।
Advertisment ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ପରେ ସେ ଦ୍ବିତୀୟ ମୁମ୍ବାଇ ଇଣ୍ଡିଆନ୍ସ ସଦସ୍ୟ ଭାବେ ପଞ୍ଜାବ କିଙ୍ଗ୍ସ ରେ ଯୋଗଦେବେ।
୨୦୦୮ରୁ ମୁମ୍ବାଇ ଇଣ୍ଡିଆନ୍ସ ସହ ଥିବା ମହାମ୍ବ୍ରେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ।
୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ତାଙ୍କର ଚୁକ୍ତି ଭାରତୀୟ ଦଳ ସହ ସରିଥିଲା।
ଏହାପରେ ସେ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସ କୁ ଫେରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
