Cricket: ନ୍ୟୁଜିଲାଣ୍ଡରେ କ୍ଲବ୍ ମ୍ୟାଚ୍ ଖେଳିଲେ ପନ୍ତ
ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ଭାରତୀୟ ୱିକେଟ୍କିପର ବ୍ୟାଟର ଋଷଭ ପନ୍ତ ଏକ କ୍ଲବ୍ ମ୍ୟାଚ୍ରେ ଖେଳି ବିସ୍ଫୋରକ ବ୍ୟାଟିଂ କରିଛନ୍ତି।
ଅନ୍ତର୍ଜାତୀୟ ଖେଳାଳିର ପରିଚୟ ନ ଦେଇ ସେ 'ଷ୍ଟାନ୍ ଷ୍ଟାନ୍' ନାମରେ ହାଗ୍ଲେ ପାର୍କରେ ଖେଳାଯାଉଥିବା ଲାଷ୍ଟ ମ୍ୟାନ୍ ଷ୍ଟଣ୍ଡ୍ସ ମ୍ୟାଚ୍ରେ ଓପନ୍ ହାଉସ୍ ସ୍ବିଙ୍ଗର୍ସ ପକ୍ଷରୁ ଖେଳିଥିଲେ।
ଦ ଚୁଜେନ ୱାନସ ବିପକ୍ଷ ଏହି ମ୍ୟାଚ୍ରେ ସେ ୨୧ ବଲ୍ରୁ ୫୪ ରନ୍ କରି ଦଳକୁ ୧୬ ରନ୍ରେ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ।
Advertisment ୨୯ ବର୍ଷୀୟ ପନ୍ତଙ୍କ ଏହି ମ୍ୟାଚ୍ ଖେଳିବା ପଛରେ ଏକ ଅଜବ ଘଟଣା ରହିଛି।
ପନ୍ତ ଏକ ଇଲେକ୍ଟ୍ରିକ୍ ବାଇକ୍ରେ ସହରରେ ବୁଲୁଥିଲା ବେଳେ ଓପନ୍ ହାଉସ୍ର ଖେଳାଳି ମହମ୍ମଦ ସାଫି ଦେଖିଥିଲେ।
ଦଳରେ ଜଣେ ଖେଳାଳି କମ୍ ଥିବାରୁ ପନ୍ତଙ୍କୁ ସାଫି ଖେଳିବାକୁ ଅନୁରୋଧ କରିଥିଲେ।
ପନ୍ତ ଏଥିରେ ରାଜି ହୋଇଥିଲେ।
କିନ୍ତୁ ପନ୍ତଙ୍କୁ ଓପନ୍ ହାଉସର ଏକାଧିକ ଖେଳାଳି ଚିହ୍ନି ପାରି ନଥିଲେ।
ବାଇଗେଣୀ ରଙ୍ଗର ଟ୍ରାକ୍ସୁଟ୍ ପିନ୍ଧି ପଡ଼ିଆକୁ ଆସିଥିଲେ।
ଅନ୍ୟ ଖେଳାଳିଙ୍କଠୁ ଅବାଶ୍ୟକ କିଟ୍ ଉଧାର ଆଣିବା ସହ ଓ ସାଫିଙ୍କ ବ୍ୟାଟ୍ ନେଇ କ୍ରିଜ୍କୁ ଯାଇ ଛକା ଓ ଚୌକା ବର୍ଷା କରିଥିଲେ।
ପନ୍ତ ହଟାତ୍ ଆସି ଖେଳିବା ଏବଂ ବିସ୍ଫୋରକ ବ୍ୟାଟିଂ କରି ଉଭୟ ଦଳର ମନ ଜିଣିଥିଲେ।
ପ୍ରଶଂସା କରିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ ପନ୍ତଙ୍କ ଏଭଳି ପଦକ୍ଷେପକୁ ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲାଥାମ୍ ପ୍ରଶଂସା କରିଛନ୍ତି।
ସ୍ଥାନୀୟ ଖେଳାଳିଙ୍କ ସହ ନିଜ ଅଭିଜ୍ଞତା ବାଣ୍ଟିବାର ଏହା ଏକ ସୁନ୍ଦର ଉଦାହରଣ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ, ଭାରତୀୟ ଦଳର ବୋଲିଂ କୋଚ୍ ମର୍ଣ୍ଣେ ମର୍କେଲ ସାମାଜିକ ଗଣମାଧ୍ୟମରେ ପନ୍ତଙ୍କ ମ୍ୟାଚ୍ ଖେଳିବାର ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଭିଡିଓ ଦେଖି ସେ ପ୍ରାୟ ଚେୟାରରୁ ଖସିପଡ଼ିଥାନ୍ତେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ୱେଲିଂଟନ୍ ଟେଷ୍ଟ୍ରେ ପନ୍ତ ୧୫୩ ବଲ୍ରୁ ୧୨୮ ରନ୍ କରିଥିଲେ।
Yashasvi Jaiswal: ନୂଆ ମାଇଲ୍ଖୁଣ୍ଟ ଛୁଇଁଛନ୍ତି ଜୟସ୍ବାଲ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
