Cricket: ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଜୟସ୍ବାଲଙ୍କ ଲଗାତାର ଶତକ; ଭାରତ ‘ଏ’-୨୨୭/୨

Nov 07, 2026 - 12:14
Cricket: ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଜୟସ୍ବାଲଙ୍କ ଲଗାତାର ଶତକ; ଭାରତ ‘ଏ’-୨୨୭/୨

ଲିନ୍‌କନ୍‌: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଭାରତୀୟ ଓପନର୍‌ ଯଶସ୍ବୀ ଜୟସ୍ବାଲ ଲଗାତାର ଶତକ ଅର୍ଜନ କରି ନିଜକୁ ପ୍ରସ୍ତୁତ କରିଛନ୍ତି।

ନ୍ୟୁଜିଲାଣ୍ଡ 'ଏ' ବିପକ୍ଷ ଦ୍ବିତୀୟ ଅନୌପଚାରିକ ଟେଷ୍ଟ୍‌ରେ ୧୫୫ ରନ୍‌ କରିଥିବା ଜୟସ୍ବାଲ ଶନିବାର ଏଠାରେ ଆରମ୍ଭ ହୋଇଥିବା ତୃତୀୟ ତଥା ଶେଷ ମ୍ୟାଚ୍‌ରେ ୧୦୨ ରନ୍‌ର ପାଳି ଖେଳିଥିଲେ।

Advertisment ଏହି ୪ଦିନିଆ ମ୍ୟାଚ୍‌ରେ ୨୪ ବର୍ଷୀୟ ଜୟସ୍ବାଲ ୨ ଛକା ଓ ୧୬ ଚୌକା ସହାୟତା‌ରେ ୧୨୭ ବଲ୍‌ରୁ ଶତକ ମାରିଥିଲେ।

ସେ ଓ ସାଇ ସୁଦର୍ଶନ ପ୍ରଥମ ୱିକେଟ୍‌ରେ ୧୭୫ ରନର ଭାଗୀଦାର ଗଢ଼ିଥିଲେ।

ଦେବଦତ୍ତ ପଡ଼ିକଲ (୧୫) ସଅଳ ଆଉଟ୍‌ ହୋଇଥିଲା ବେଳେ ଷ୍ଟମ୍ପସ ବେଳକୁ ସୁଦର୍ଶନ (୭୭*) ଓ ଅଧିନାୟକ ଧ୍ରୁବ ଜୁରେଲ (୧୨*) ବ୍ୟାଟିଂ ଜାରି ରଖି ଦଳୀୟ ସ୍କୋର୍‌ ୨୨୭/୨ରେ ପହଞ୍ଚାଇଛନ୍ତି।

ଟେଷ୍ଟ୍‌ ଶୃଙ୍ଖଳାକୁ ନଜରରେ ରଖି ଏହି ମ୍ୟାଚ୍‌ରେ ଭାରତୀୟ ଟେଷ୍ଟ୍‌ ଦଳର ୮ ନିୟମିତ ଖେଳାଳି ଯଶପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଦେଜା, ଜୟସ୍ବାଲ, ସୁଦର୍ଶନ, ପଡ଼ିକଲ, ୱାସିଂଟନ ସୁନ୍ଦର ଓ ପ୍ରସିଦ୍ଧ କୃଷ୍ଣ , ଜୁରେଲ ଖେଳୁଛନ୍ତି।

IND vs NZ ODI: ୱେଲିଂଟନ୍‌ରେ ଗର୍ଜିପାରିଲାନି ନ୍ୟୁଜିଲାଣ୍ଡର ବ୍ୟାଟ୍‌, ଧରାଶାୟୀ କଲେ ଭାରତୀୟ ବୋଲର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)